www.samajalive.in
Monday, December 8, 2025
27.1 C
Bhubaneswar

ଡ଼ିସେମ୍ବର ୧୪ରେ ରାଜ୍ୟସଭା ଉପନିର୍ବାଚନ; ପରଲୋକଗତ ରାମବିଳାସ ପାଶ୍ବାନଙ୍କ ଯୋଗୁଁ ଖାଲି ପଡ଼ିଛି ଆସନ

କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ବାନଙ୍କ ପରଲୋକ ପରେ ଖାଲି ହୋଇଥିବା ବିହାର କୋଟାରେ ଖାଲିଥିବା ରାଜ୍ୟସଭା ଆସନ ଲାଗି ଡ଼ିସେମ୍ବର ୧୪ରେ ହେବ ଉପନିର୍ବାଚନ । ଗୁରୁବାର ନିର୍ବାଚନ ଆୟୋଗ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି । ନଭେମ୍ବର ୨୬ ତାରିଖରେ ଏଥିନେଇ ବିଜ୍ଞପ୍ତି ପ୍ରକାଶ କରାଯିବ ଏବଂ ଡ଼ିସେମ୍ବର ୧୪ରେ ଭୋଟ ଗଣନା ହେବ ।  ରାମ ବିଳାସ ପାସୱାନଙ୍କ କାର୍ଯ୍ୟକାଳ ୨୦୨୪ ଏପ୍ରିଲରେ ଶେଷ ହୋଇଥାଆନ୍ତା । ମାତ୍ର ଦୀର୍ଘ ଅସୁସ୍ଥତା ପରେ ସେ ଗତ ଅକ୍ଟୋବର ୮ ତାରିଖରେ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ରବି ଶଙ୍କର ପ୍ରସାଦ ୨୦୧୯ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ଏହି ଆସନ ଖାଲି ପଡ଼ିଥିଲା ଏବଂ ଏଠାରୁ ରାମବିଳାସ ବିଜୟୀ ହୋଇ କେନ୍ଦ୍ରରେ ମନ୍ତ୍ରୀ ଭାବରେ ଅଧିଷ୍ଠିତ ହୋଇଥିଲେ ।

ଅପରପକ୍ଷରେ ଏହି ଆସନରୁ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି । ସୁଶୀଲ ମୋଦୀଙ୍କୁ ଚଳିତ ଥର ବିଜେପି ଉପମୁଖ୍ୟମନ୍ତ୍ରୀ ପଦ ଦେଇନାହିଁ । ତାଙ୍କ ସ୍ଥାନରେ ଦଳ ଅନ୍ୟ ଦୁଇଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରାଯାଇଛି । ଏଥିରେ ସୁଶୀଲ ଦୁଃଖିତ ହୋଇଥିବା ଚର୍ଚା ହେବା ପରେ ତାଙ୍କୁ କେନ୍ଦ୍ରକୁ ନିଆଯାଇ ମନ୍ତ୍ରୀ ପଦ ଦିଆଯାଇପାରେ ବୋଲି କୁହାଯାଉଛି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories