www.samajalive.in
Sunday, December 14, 2025
23.1 C
Bhubaneswar

ସରିଲା ବିଜେଡ଼ି ବିଧାୟକ ଦଳ ବୈଠକ; ଶୀତ ଅଧିବେଶନରେ ଆସିବ ୧୦ ବିଲ୍

ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଏହାର ଅବ୍ୟବହିତ ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ ଅନୁ​‌ଷ୍ଠିତ ହୋଇଛି । ଦଳର ବିଧାୟକମାନେ ଗୃହରେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଭାଗ ନେବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି । ଆସନ୍ତା ଅଧିବେଶନରେ ସରକାରଙ୍କ ପକ୍ଷରୁ ୧୦ଟି ବିଲ ଉପସ୍ଥାପିତ ହେବ । ଏହାମଧ୍ୟରେ ୩ଟି ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ସଂକ୍ରାନ୍ତ ବିଲ୍ ଅନ୍ତର୍ଭୁକ୍ତ ବୋଲି ସୂଚନା ମିଳିଛି । ଅଧ୍ୟାଦେଶକୁ ଆଇନ କରିବାକୁ ଥିବା ବିଲ୍ ମଧ୍ୟରେ ୨ଟି ଶ୍ରମ ଓ ଇଏସଆଇ ବିଭାଗର, ଗୋଟିଏ ସମବାୟ ବିଭାଗର ହୋଇଥିବା ସୂଚନା ମିଳିଛି । ଏହାବ୍ୟତୀତ ଶିଳ୍ପ ଭିତ୍ତିଭୂମି ସଂକ୍ରାନ୍ତ ଓ ବାଣିଜ୍ୟ ବିଭାଗର ମ୍ୟାରିଟାଇମ ବୋର୍ଡ଼ ବିଲ୍ ମଧ୍ୟ ଆଗତ ହେବ ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories