www.samajalive.in
Saturday, December 13, 2025
27.1 C
Bhubaneswar

କରୋନା ଯୋଦ୍ଧା ଡାକ୍ତର ଶିଶିରକାନ୍ତ ସାବତଙ୍କ ପରଲୋକ, ଭଞ୍ଜନଗରରେ ଶୋକର ଛାୟା

ଭଞ୍ଜନଗର:ଭଞ୍ଜନଗର ଉପଖଣ୍ଡ ସରକାରୀ ହାସପିଟାଲ ଡାକ୍ତର ଶିଶିରକାନ୍ତ ସାବତ ପରଲୋକ ହୋଇଛି। ସେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ବୁଧବାର ଅପରାହ୍ନ ପ୍ରାୟ ୪ଟା ୫୦ ମିନଟ ସମୟରେ ଏହି ଡାକ୍ତର ଶିଶିରକାନ୍ତ ସାବତଙ୍କ ମୃତ୍ୟୁ ହୋଇଛି ବୋଲି ମେଡିକାଲ ତରଫରୁ ସୂଚନା ଦିଆଯାଇଛି। ଗତ ୧୪ ତାରିଖରେ ଡାକ୍ତର ଶିଶିରକାନ୍ତ ସାବତଙ୍କ ଅସୁସ୍ଥ ହୋଇ ପଡିବାରୁ ତାଙ୍କର ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଥିଲା। ୧୫ ତାରିଖରେ ତାଙ୍କର ରିପୋର୍ଟ ପଜିଟିଭ୍ ବାହାରିଥିଲେ। କରୋନାରେ ଆକ୍ରାନ୍ତ ହେବା ପରେ ଗତ ୪ ଦିନ ଧରି ସେ ଘରେ ରହି ଚିକିତ୍ସିତ ହେଇଥିବା ବେଳେ ହଠାତ୍ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ମେଡିକାଲକୁ ଅଣାଯାଇଥିଲା ଏବଂ ଏଠାରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା ବୋଲି ମେଡିକାଲ ସୁପରିଟେଣ୍ଡ ସୀତାଂଶୁ ଶେଖର ଶତପଥି ପ୍ରକାଶ କରିଛନ୍ତି। ମେଡିକାଲକୁ ଆସୁଥିବା ରୋଗୀଙ୍କୁ ଅଧିକ ସମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯିବ ବୋଲି ସୁପରିଟେଣ୍ଡ ଶ୍ରୀ ଶତପଥି ପ୍ରକାଶ କରିଥିଲେ।


ଆଜି କରୋନା ଆକ୍ରାନ୍ତରେ ମୃତ୍ୟୁ ହୋଇଥିବା ଡାକ୍ତର ଶିଶିରକାନ୍ତ ସାବତଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟଦା ପ୍ରଦାନ କରାଯାଇ ଅନ୍ତିମ ସତ୍କାର କରାଯାଇଛି। ମେଡିକାଲ ଓ ପ୍ରଶାସନ ତରଫରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଗଞ୍ଜାମ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଊମାଶଙ୍କର ମିଶ୍ର, ଭଞ୍ଜନଗର ମେଡିକାଲ ସୁପରିଟେଣ୍ଡ ସୀତାଂଶୁ ଖେଖର ଶତପଥି, ଥାନା ଅଧିକାରୀ ପି.କେ ସାହୁ ଓ ମେଡିକାଲ ଟିମ୍ ଏବଂ ପୁଲିସ୍ ବାହିନୀ ଉପସ୍ଥିତ ରହି ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲେ। ଏହାପରେ ଜାମପଲ୍ଲି ଶ୍ମଶାନ ଘାଟରେ କୋଭିଡ ନିୟମ ଅନୁଯାୟୀ ମୃତ ଡାକ୍ତରଙ୍କ ଅନ୍ତିମ ସତ୍କାର କରାଯାଇଥିଲା।
ଆଜି ଭଞ୍ଜନଗର ହାସପିଟାଲକୁ ସାନିଟାଇଜର କରାଯାଇ ସମସ୍ତଙ୍କୁ ମାସ୍କ ପରିଧାନ ବାଧ୍ୟତାମୁଳକ କରାଯାଇଥିବା ବେଳେ ଏଠାକୁ ଆସୁଥିବା ରୋଗୀ ଓ ତାଙ୍କର ଆତ୍ମିୟମାନଙ୍କ ମଧ୍ୟରେ ସାମାଜିକ ଦୂରତାକୁ ଅଧିକ ପାଳନ କରାଯାଇଛି। ବର୍ତ୍ତମାନ ସମସ୍ତଙ୍କୁ କୋଭିଡ୍ ନିୟମ ପାଳନ ପାଇଁ କୁହାଯାଇଥିବା ବେଳେ ଆଗାମୀ ଦିନରେ ପରିସ୍ଥିତି ଅଧିକ ଖରାପ ହେଲେ, ଏହାକୁ କଡାକଡି ଭାବେ ଲାଗୁ କରାଯିବ ବୋଳି ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜ ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ ଯେ ଡାକ୍ତର ଶିଶିରକାନ୍ତ ସାବତ ଦୀର୍ଘ ବର୍ଷ ଧରି ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଗାଲେରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ ଅଫିସର ଭାବେ ଦାୟିତ୍ୱ ତୁଲାଇ ଡାକ୍ତରୀ ସେବା ଯୋଗାଇ ଆସୁଥିଲେ। ୨୦୧୭ ମସିହାରେ ତାଙ୍କୁ ଭଞ୍ଜନଗର ସରକାରୀ ହାସପିଟାଲକୁ ଡେପୁଟିସେନରେ ବଦଳି କରାଯାଇଥିଲା। ସେ ମେଡିକାଲ ନିକଟସ୍ଥ ମାଲସାହିରେ ଏକ ଭଡାଘରେ ରହି ଆସୁଥିଲେ। ମୃତ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ତାଙ୍କର ନିଜ ଘର ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳ ବୋଲି ଜଣାପଡିଛି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories