www.samajalive.in
Thursday, December 11, 2025
18.1 C
Bhubaneswar

୨ ବ୍ଳକରେ ଆରମ୍ଭ ହେଲା ମାଣ୍ଡିଆ ସଚେତନତା ରଥ

ଫୁଲବାଣୀ/କ.ନୂଆଗାଁ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ କୃଷିବିଭାଗ ତରଫରୁ ମାଣ୍ଡିଆ ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ଏବଂ ତାଙ୍କ ଉତ୍ପାଦନର ଉଚିତ୍‍ ମୂଲ୍ୟ ପ୍ରଦାନ ପାଇଁ ଏକ ସଚେତନତା ରଥ ଆଜି ଶୁଭାରମ୍ଭ ହୋଇଛି। ବ୍ଳକର ୨୪ଟି ପଂଚାୟତରେ ଉକ୍ତ ସଚେତତା ରଥ ଗସ୍ତ କରି ମାଣ୍ଡିଆ ଚାଷୀଙ୍କୁ ସଚେତନ କରିବ। ଓଡିଶା ମିଲେଟ ମିଶନ ଓ ସ୍ୱେଚ୍ଛାସେବୀ ସଂଗଠନ ଅଗ୍ରଗାମି ଆନୁକୂଲ୍ୟରେ ମାଣ୍ଡିଆ ସଶ୍ୟକୁ କିଭଳି ଭାବେ ମଣ୍ଡିରେ ବିକ୍ରି କରାଯାଇପାରିବ ଏହାକୁ ନେଇମଧ୍ୟ ସଚେତନ କରିବ। ଏହି ସଚେତନାତା ରଥ ଦ୍ୱାରା ଚାଷୀମାନେ ସରକାର ନିର୍ଦ୍ଧାରିତ କରିଥିବା ମୂଲ୍ୟ ଯେଭଳି ଭାବେ ପାଇ ପାରିବେ ସେ ଦିଗରେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଜି ଉଦଘାଟନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲ୍ଲା କୃଷି ଅଧିକାରୀ ରବିନାରାୟଣ ନାଏକ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ବ୍ଲକ କୃଷି ଅଧିକାରୀ ବିଷ୍ନୁ ଦାସ, ସବ୍ୟସାଚି ଦାସ, ଅଗ୍ରଗାମିର ବ୍ଲକ ସଂଯୋଜକ ସଂଗ୍ରାମ ନାଏକ, ଫିରିଙ୍ଗିଆ ମିଲେଟ ଫାର୍ମର ପ୍ରଡ୍ୟୁସର କମ୍ପାନି ଲିମିଟେଡର ସିଇଓ କିଶାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସେହିଭଳି କ.ନୂଆଗାଁ ବ୍ଳକ କୃଷି ବିଭାଗ ପକ୍ଷରୁ ମଧ୍ୟ ଏକ ସଚେତନ ରଥ ଆଜି କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ଉଦ୍‍ଘାଟିତ ହୋଇଯାଇଛି। ଏହି ରଥ ବ୍ଳକର ସମସ୍ତ ୧୪ଟି ପଂଚାୟତରେ ଗସ୍ତ କରି ସଚେତନ କରିବ। ରଥକୁ ଅତିରିକ୍ତ ଜିଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ସମେତ କୃଷି ବିଭାଗର ଅଧିକାରୀ ସଂଗ୍ରାମ କୁମାର ସେନାପତି, ସ୍ୱାଗତିକା ଦାସ, କନ୍ଧମାଳ ଜିଲା ସବୁଜବୈଦ୍ୟ ସଂଗଠନର ସଂପାଦକ ଦୀନବନ୍ଧୁ ମହାରଣାଙ୍କ ସମେତ କୃଷି ବିଭାଗର ସମସ୍ତ ଅଦିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଜିଲା ସବୁଜବୈଦ୍ୟ ସଂଗଠନର କର୍ମଚାରୀ ଅକ୍ଷୟ କୁମାର ପାତ୍ର, ଆଶିକ୍‍ ରଂଜନ ନାୟକ ଓ ଅନ୍ୟ ସମସ୍ତ କର୍ମଚାରୀମାନେ ପରିଚାଳନା କରିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories