ବିଧାନସଭା ଅଧିବେଶନ ପାଇଁ ଆଜିଠୁ ୩ଦିନ ଯାଏଁ କରୋନା ଟେଷ୍ଟ
ଭୁବନେଶ୍ବର: ଆସନ୍ତା ୨୦ତାରିଖରୁ ଆରମ୍ଭ ହେବକୁ ଯାଉଛି ବିଧାନସଭା ଅଧିବେଶନ। ଅଧିବେଶନ ପୂର୍ବରୁ ବିଧାୟକ, ମନ୍ତ୍ରୀ, ସେମାନଙ୍କ ବ୍ୟକ୍ତିଗତ ସଚିବ, ସହାୟକ ଏବଂ ବିଧାନସଭା କର୍ମଚାରୀଙ୍କର କୋଡିଭ୍ ଟେଷ୍ଟ କରାଯିବ। ଆଜିଠୁ ଆସନ୍ତା ୩ ଦିନ ଯାଏଁ କରୋନା ଟେଷ୍ଟ ହେବ। ବିଧାନସଭା ଭିତରକୁ ଯାଉଥିବା ସମସ୍ତ ସାମ୍ବାଦିକଙ୍କର ମଧ୍ୟ କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଯେଉଁମାନଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିବ ସେମାନଙ୍କୁ ବିଧାନସଭା ଯିବାକୁ ଅନୁମତି ମିଳିବ।
ଆସନ୍ତା ୧୭, ୧୮ ଓ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ସମସ୍ତଙ୍କ କୋଭିଡ୍ ଟେଷ୍ଟ କରାଯିବା ସହ ପରେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ସମସ୍ତଙ୍କ ଟେଷ୍ଟ କରାଯିବ। ଏଥର ମଧ୍ୟ ସଦସ୍ୟମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାଗ ନେଇପାରିବେ।
Comments are closed.