www.samajalive.in
Sunday, December 7, 2025
23.1 C
Bhubaneswar

ଦୂଆରେ ଗୋରୁ ବାନ୍ଧିବା ଘଟଣାକୁ ନେଇ ପରିବାରର ସମସ୍ତଙ୍କୁ ପିଟିଲେ ଗ୍ରାମର କିଛି ଲୋକ: ଘରେ ଲଗାଇଲେ ନିଆଁ, ୪ ଆହତ

ବେଗୁନିଆ: ବେଗୁନିଆ ଥାନା ଅନ୍ତର୍ଗତ କଡବ ଗ୍ରାମରେ ବାସ କରୁଥିବା ଏକ ପରିବାର ଉପରେ ଦୁଇଟି ସାହିର କିଛି ଲୋକ ସାମାନ୍ୟ କଥାକୁ ନେଇ ଦୀର୍ଘ ଦେଢ଼ ବର୍ଷ ହେବ ଦାଉ ସାଧି ଚାଲିଛନ୍ତି । ଏ ସମ୍ପର୍କରେ ପୋଲିସ ଜାଣି ନୀରବ ରହିବା ପରେ ଉକ୍ତ ପରିବାର ଉପରେ ସମ୍ପୃକ୍ତ ଜୁଲମକାରୀମାନଙ୍କର ଜୁଲମ ଦିନକୁ ଦିନ ବଢି ଚାଲିଛି । ଆଜି ସକାଳୁ ତାଙ୍କର ଘର ସାମନାରେ ଗୋରୁ ବାନ୍ଧିବା ପାଇଁ ପଥର ଏବଂ ବାଲି ପକାଇବା ଘଟଣାକୁ ନେଇ ଜୁଲମକାରୀମାନେ ସମ୍ପୃକ୍ତ ପରିବାର ସହିତ ଗଣ୍ଡଗୋଳ କରିଥିଲେ। ପରିବାରର ୪ ଜଣ ସଦସ୍ୟଙ୍କୁ ମାଡ ମାରି ଆହତ କରିଥିବାବେଳେ ଘର କବାଟ ଝରକା ଭାଙ୍ଗି ତାଙ୍କ ଘରେ ନିଆଁ ଲଗାଇ ଦେଇଥିବାର ବେଗୁନିଆ ଥାନାରେ ଅଭିଯୋଗ ହୋଇଛି ।

ସମ୍ପୃକ୍ତ ଗ୍ରାମର ଫାଡ଼ିକିଆ ସାହିରେ ବାସ କରନ୍ତି ଦନାର୍ଦନ ବଳବନ୍ତରାୟ । ତାଙ୍କ ଘର ଆଗରେ ଥିବା ଏକ ଚାନ୍ଦିନୀରେ ଫାଡ଼ିକିଆ ସାହି ଏବଂ ମଝି ସାହିର କିଛି ବ୍ୟକ୍ତି ବିଳମ୍ବିତ ରାତି ପର୍ୟ୍ୟନ୍ତ ବସି ତାସ ଖେଳନ୍ତି ଏବଂ ନିଜ ନିଜ ଭିତରେ ଭାଷା ଅଭାସା ପ୍ରୟୋଗ କରି କଥାବାର୍ତା ହୁଅନ୍ତି । ତେଣୁ ପରିବାରର ଲୋକମାନେ ଚଳ ପ୍ରଚଳ ଏବଂ ଶୋଇବା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବା ଯୋଗୁଁ ପରିବାରର ସଦସ୍ୟମାନେ ଏହାର ବିରୋଧ କରୁଥିଲେ । ସେଥିପାଇଁ କୁଆଡେ ଦେଢ଼ ବର୍ଷ ହେବ ଉକ୍ତ ପରିବାରକୁ ଗ୍ରାମରେ ନିଆଁ ପାଣି ବାସନ୍ଦ କରିବା ସହିତ ଏକ ଘରିକିଆ କରାଯାଇଥିଲା ବୋଲି ଦନାର୍ଦନଙ୍କ ଝିଅ ରିନା ନାୟକ(୪୫)କହିଛନ୍ତି । ସେ କହିଛନ୍ତି ଯେ ଆମେ ପୋଲିସକୁ ଏ ସମ୍ପର୍କରେ ଜଣାଇଥିଲୁ କିନ୍ତୁ ପୋଲିସ ଆମ କଥା ଉପରେ କୌଣସି ଗୁରୁତ୍ୱ ଦେଇନଥିଲା । ଫଳରେ ଉକ୍ତ ପରିବାର ଉପରେ ଜୁଲମକାରୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢି ଚାଲିଥିଲା । ଆଜି ସକାଳୁ ଦନାର୍ଦନ ତାଙ୍କ ଘର ଆଗରେ ଗୋରୁ ବାନ୍ଧିବା ପାଇଁ ରଖିଥିବା ବାଲି ଏବଂ ପଥରକୁ ସମ୍ପୃକ୍ତ ଵ୍ୟକ୍ତିମାନେ ଫିଙ୍ଗା ଫୋପଡା କରିଥିଲେ। ଫଳରେ ପାଟିତୁଣ୍ଡ ଏବଂ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । କିଛି ବ୍ୟକ୍ତି ଦନାର୍ଦନ ଏବଂ ତାଙ୍କ ପତ୍ନୀ ମିନିକା ବଳବନ୍ତରାୟ(୭୫)ଙ୍କୁ ଦାଣ୍ଡରେ ଭିଡା ଓଟରା କରି ମାଡ ମାରିଥିଲେ। ତାଙ୍କ ଘରକୁ ଟେକା ପଥର ମାଡ କରିବା ସହ ଘର ଦୁଆର ଝରକା ଭାଙ୍ଗି ପୁଅ ଲକ୍ଷ୍ମୀଧର ବଳବନ୍ତରାୟ(୪୦)ଙ୍କୁ ଘରୁ ଟେକି ନେଇ ଅତି ଅମାନୁଷିକ ଏବଂ ନିର୍ମମ ଭାବେ ଠେଙ୍ଗା ଓ ବାଉଁଶ ମୁଳିରେ ବାଡାଇ ତାଙ୍କୁ ଅକର୍ମଣ୍ୟ କରିଦେଇଛନ୍ତି । ସେ ଏବେ ଚାଲି ପାରୁନାହାନ୍ତି । ଏପରିକି ଦନାର୍ଦନଙ୍କ ଝିଅ ରିନା ନାୟକ(୪୫) ମନ୍ଦିରରୁ ଫେରୁଥିବାବେଳେ ଜୁଲମକାରୀମାନେ ତାଙ୍କୁ ମଧ୍ୟ ଦାଣ୍ଡରେ ପକାଇ ମାଡ଼ ମାରିଛନ୍ତି । ଏତିକିରେ ସେମାନଙ୍କର ମନ ବୋଧ ହୋଇ ନ ଥିବାବେଳେ ଦନାର୍ଦନଙ୍କ ଗୁହାଳକୁ ମିଶାଇ ଥିବା ୨ବଖରା ଘରେ ନିଆଁ ଲଗାଇ ଦେଇଛନ୍ତି । ଗୁହାଳ ଘରେ ଥିବା ୮ଗୋରୁଙ୍କ ଦେହରେ ନିଆଁ ଲାଗିବା ପୂର୍ବରୁ ଘରଲୋକମାନେ ସେଗୁଡିକୁ ଫିଟାଇ ଦେଇଥିଲେ । ପୋଲିସ ଏ ସଂକ୍ରାନ୍ତରେ ଖବର ପାଇ ଘଟଣାସ୍ଥଳକୁ ଯାଇଥିଲା । ଆହତ ଅବସ୍ଥାରେ ଲକ୍ଷ୍ମୀଧରଙ୍କୁ ବେଗୁନିଆ ଡାକ୍ତରଖାନାକୁ ପଠାଇଥିବାବେଳେ ଅବସ୍ଥା ଗୁରୁତର ଥିବାରୁ ଖୋର୍ଦ୍ଧାରୁ ଆମ୍ବୁଲାନ୍ସ ମଗାଯାଇ ତାଙ୍କୁ ଖୋର୍ଦ୍ଧା ପଠାଯାଇଛି । ବେଗୁନିଆ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାରେ ସାହାଯ୍ୟ କରିଥିଲେ । ଉକ୍ତ ଘଟଣା ସମ୍ପର୍କରେ ବେଗୁନିଆ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁଙ୍କୁ ପଚାରିବାରୁ ସେ ଉଭୟଙ୍କ ପକ୍ଷରୁ ଦୁଇଟି ମୋକଦମା ହୋଇଛି ବୋଲି କହିଥିଲେ । କିନ୍ତୁ ତଦନ୍ତକାରୀ ଅଧିକାରୀ ଏସଆଇ ଗାୟତ୍ରୀ ଗୋଛାୟତଙ୍କୁ ପଚାରିବାରୁ ସେ ଏ ସଂକ୍ରାନ୍ତରେ କିଛି ଜାଣି ନାହାନ୍ତି ବୋଲି କହିଥିଲେ।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories