www.samajalive.in
Tuesday, December 9, 2025
15.1 C
Bhubaneswar

ମହାରାଷ୍ଟ୍ରରେ ଖୋଲିଲା ଧାର୍ମିକସ୍ଥଳ

ମୁମ୍ବଇ : ମହାରାଷ୍ଟ୍ରର ସମସ୍ତ ଧାର୍ମିକସ୍ଥଳ ଗୁଡିକ ଆଜିଠାରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଛି। ଶ୍ରଦ୍ଧାଳୁ ଓ ସାଧାରଣ ଲୋକଙ୍କ ଦାବିକୁ ଆଧାର କରି ରାଜ୍ୟ ସରକାର ସମସ୍ତ ଧାର୍ମିକସ୍ଥଳ ଖୋଲିଛନ୍ତି। ତେବେ ମନ୍ଦିରଗୁଡିକ ଖୋଲାଯିବା ନେଇ ଏସଓପି ଜାରି କରାଯାଇଛି। ନିର୍ଦ୍ଦିଷ୍ଟ ନିୟମ ଅନୁସରଣ ପୂର୍ବକ ଶ୍ରଦ୍ଧାଳୁମାନେ ଧାର୍ମିକସ୍ଥଳଗୁଡିକରେ ଦର୍ଶନ କରୁଛନ୍ତି। କରୋନା ମହାମାରୀ ପାଇଁ ଦୀର୍ଘ ୬ ମାସରୁ ଅଧିକ ସମୟ ଧାର୍ମିକସ୍ଥଳଗୁଡିକ ବନ୍ଦ ରହିଥିଲା।

ଶିରିଡିରେ ସାଇ ବାବା ମନ୍ଦିର, ପନ୍ଦରପୁରର ଭିଠାଲ ମନ୍ଦିର, ତୁଲଜାପୁରର ତୁଲଜା ଭବାନୀ ମନ୍ଦିର ଭଳି କେତେକ ପ୍ରସିଦ୍ଧ ମନ୍ଦିର ଆଜି ସକାଳେ ଖୋଲିଛି। ସମସ୍ତ ଏସଓପି ଏବଂ କୋଭିଡ-୧୯ ନିର୍ଦ୍ଦେଶାବଳୀ ଅନୁସରଣ କରି ଭକ୍ତମାନେ ଏହି ମନ୍ଦିର ବାହାରେ ପାସ୍ ଏବଂ ପଞ୍ଜୀକରଣ ପାଇଁ ଧାଡି ଲଗାଇଛନ୍ତି। ସେହିପରି ମହିମ୍ ଚର୍ଚ୍ଚ, ମୁମ୍ବାଇର ହାଜି ଅଲି ଦରଘା ପରି ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

- Advertisement -

ରାଜ୍ୟରେ ଏବେ କରୋନା ରୋଗୀଙ୍କ ସଂଖ୍ୟା କମ୍‍ ଥିବାରୁ ଧାର୍ମିକ ସ୍ଥଳୀଗୁଡ଼ିକ ଖୋଲାଯିବା ନିଷ୍ପତ୍ତି ଯଥାର୍ଥ ବୋଲି ମନ୍ତ୍ରୀ ଜୟନ୍ତ ପାଟିଲ କହିଛନ୍ତି। ସମସ୍ତ ଧାର୍ମିକ ସ୍ଥଳ ପାଇଁ ଗୋଟିଏ ପ୍ରକାର ନିୟମ କାର୍ଯ୍ୟକାରୀ ହେଉଛି। ମାସ୍କ୍‍ ବ୍ୟବହାର କରିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ନିୟମଗୁଡ଼ିକ କଡ଼ାକଡ଼ି ଭାବେ ପାଳନ କରାଯାଉଛି ।

ଶିରିଡି ସାଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମନ୍ଦିରରେ ଘଣ୍ଟାକୁ ୯୦୦ ଭକ୍ତ ଦର୍ଶନ ଓ ଦିନକୁ ସର୍ବାଧିକ ୬୦୦୦ ଭକ୍ତଙ୍କୁ ଦର୍ଶନ ଅନୁମତି ଦିଆଯିବ। ସେହିପରି ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ବୟସର ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ଦିଆଯିବ ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories