www.samajalive.in
Wednesday, December 10, 2025
23.1 C
Bhubaneswar

ହସ୍ତଗତ ହେଲା ୭୬ ବର୍ଷ ତଳର ଚିଠି

ପୁରୁଣା ଜିନିଷକୁ ଦେଖିଲେ, ଅତୀତର ସ୍ମୃତି ଆଡ଼କୁ ମନ ଆପେ ଆପେ ଟାଣି ହୋଇଯାଏ। କେହି କାହାକୁ ଦେଇଥିବା ଉପହାରରେ ହେଉ କିମ୍ବା ନିଜେ କିଣିଥିବା ଜିନିଷ, ସମୟକ୍ରମେ ଏସବୁ ପୁରୁଣା ହେଲେ ସେଗୁଡ଼ିକର କାହାଣୀ ଆମେ ଅନ୍ୟମାନଙ୍କ ସମ୍ମୁଖରେ ବଖାଣିଥାଉ। ଏଇ କିଛିଦିନ ତଳେ କାନାଡାର ଏକ ପ୍ରାନ୍ତରେ ବସବାସ କରୁଥିବା ଆର୍ଣ୍ଣି ଲଏଡ୍ କେତୋଟି ପୁରୁଣା ଜିନିଷକୁ ଗଣମାଧ୍ୟମ ସମ୍ମୁଖକୁ ଆଣି ଚର୍ଚ୍ଚା ପରିସରକୁ ଆସିଛନ୍ତି। ୩ ବର୍ଷ ତଳେ ସେ ‘୧୯୪୮ ଫର୍ଡ ଏଫ୍ ୱାନ୍ କାର୍’ ଜନୈକ ସହକର୍ମୀଙ୍କ ପାଖରୁ କିଣିଥିଲେ। ତାଙ୍କ ଠାରୁ କେତୋଟି ପୁରୁଣା ବାକ୍ସ ମଧ୍ୟ ସେ ଆଣିଥିଲେ। ଏହି ୩ ବର୍ଷ ମଧ୍ୟରେ ସେସବୁ ଖୋଲିବାକୁ ଆର୍ଣ୍ଣି ଆଦୌ ବେଳ ପାଇନଥିଲେ। ଲକ୍-ଡାଉନ୍ ସମୟରେ ବସିବସି ବିରକ୍ତ ହୋଇଗଲେ, ଏଣୁ କ’ଣ କରିବେ ଭାବି ଏଇ ସବୁ ବାକ୍ସ ଖୋଲିଲେ। କେତୋଟି ପୁରୁଣା କଣ୍ଢେଇ ସହ ଏକ ଚିଠି ସେ ପାଇଛନ୍ତି। ଚିଠିକୁ କାନାଡାର ଜଣେ ସୈନିକ ଆର୍ଣ୍ଣଲଡ୍ ୱିଜନର୍‌ ୧୯୪୪ ନଭେମ୍ବର ୪ରେ ଲେଖିଥିଲେ। ଚିଠିରେ ସ୍ଥାନ, ସମୟ ସବୁ ଉଲ୍ଲେଖ ଥିବା ସହ ନିଜ ପତ୍ନୀଙ୍କୁ ସେ ଏଇ ଚିଠି ଲେଖିଥିଲେ। ହେଲେ ଚିଠିକୁ ସେ ପଠାଇ ପାରିନଥିଲେ, ଏହି ବାକ୍ସରେ ତାଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଅଛି। ଚିଠିରେ ଅନ୍ୟ କେତୋଟି ଗୁରୁତ୍ବପୂର୍ଣ୍ଣ କଥା ଲେଖାଯାଇଥିବାରୁ ଏବେ ଆର୍ଣ୍ଣି ସ୍ଥିର କରିଛନ୍ତି ଯେପରି ହେଉ ଏଇ ଚିଠିକୁ ତାଙ୍କ ପରିବାର ପାଖେ ପହଞ୍ଚାଇବେ। ଆର୍ଣ୍ଣଲଡ୍ ନିଜ ୨ପୁଅ ଓ ଏକମାତ୍ର ଝିଅର କଥା ଚିଠିରେ ଲେଖିଛନ୍ତି। ପରିବାରର ଉତ୍ତରପିଢ଼ିଙ୍କ ନିକଟରେ ୭୬ ବର୍ଷ ତଳର ଚିଠିକୁ ପହଞ୍ଚାଇବା ନିମନ୍ତେ ଆର୍ଣ୍ଣି ଗଣମାଧ୍ୟମ ଓ ସୋସିଆଲ୍ ସାଇଟ୍‌ର ସହାୟତା ନେଇଛନ୍ତିି।

Hot this week

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

Related Articles

Popular Categories