www.samajalive.in
Wednesday, December 10, 2025
16.1 C
Bhubaneswar

ଶୁଆ ରକ୍ଷା କଲା ଘରମାଲିକଙ୍କୁ

କୁକୁରର ବିଶ୍ବସନୀୟତାର ସଂଖ୍ୟାଧିକ ଖବର ବାବଦରେ ଅଧିକାଂଶ ଅବଗତ ଥିବେ। ହେଲେ ଏକ ପୋଷା ଶୁଆ ମାଲିକର ଜୀବନ ରକ୍ଷା କରିବା ଘଟଣା ପ୍ରଥମଥର ଚର୍ଚ୍ଚାକୁ ଆସିଛି। ଅଷ୍ଟ୍ରେଲିଆର ବ୍ରିସବେନ୍ ନିବାସୀ ହେଉଛନ୍ତି ଆଣ୍ଟନ୍ ଏନ୍‌ଗୁଏନ୍। ଗତ ମଙ୍ଗଳବାରର ଘଟଣା। ୱାର୍କ ଫ୍ରମ୍ ହୋମ୍ ଜରିଆରେ କାମ କରି ସେଦିନ ଆଣ୍ଟନ୍ ଖୁବ୍ ଥକିପଡ଼ିଥିଲେ। ଘରେ ସେ ଓ ତାଙ୍କ ପୋଷା ଶୁଆ ଏରିକ୍ ରୁହନ୍ତି। କାମର ଚାପ କାରଣରୁ ଶୀଘ୍ର ଶୋଇପଡ଼ିଲେ। ବିଳମ୍ବିତ ରାତ୍ରିରେ କାହାର ଡାକରେ ତାଙ୍କ ନିଦ ଭାଙ୍ଗିଲା। ନିଦ ଭାଙ୍ଗିଥିଲା ତାଙ୍କ ଶୁଆ। କଥାକୁହା ଏଇ ଶୁଆଟି ଜୋର୍‌ରେ ଆଣ୍ଟନ୍‌ଙ୍କ ନାମ ଡାକୁଥାଏ। ନିଦ ଭାଙ୍ଗିବା ପରେ ସେ ପୋଡ଼ା ଗନ୍ଧର ବାସ୍ନା ଭଲଭାବେ ଜାଣିପାରିଲେ। ଆଉ ବିଳମ୍ବ ନ କରି ସେ ଶୁଆକୁ ଧରି ତୁରନ୍ତ ଘର ବାହାରକୁ ଆସିଲେ ଓ ଦମକଳବାହିନୀ ସହ ଯୋଗାଯୋଗ କଲେ। ଘରର ଉପର ମହଲାର ଅର୍ଦ୍ଧାଧିକ ଭାଗ ଭସ୍ମୀଭୂତ, ପୋଷା ଶୁଆର ଏଇ ବୁଦ୍ଧିମତ୍ତାକୁ ଆଣ୍ଟନ୍ ଧନ୍ୟବାଦ ଜଣାଇ ପ୍ରଶଂସା କରିଛନ୍ତି। ଘରେ ସଟ୍‌ସର୍କିଟ୍ କାରଣରୁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories