www.samajalive.in
Wednesday, December 10, 2025
23.1 C
Bhubaneswar

ଓଡ଼ିଶାର କଳାସଂସ୍କୃତିରେ ଝଲସିବ ଶ୍ରୀମନ୍ଦିର ରୁପା କବାଟ

ପୁରୀ: ଓଡ଼ିଶାର କଳା, ସଂସ୍କୃତି ଏବଂ ଐତିହ୍ୟକୁ ନେଇ ଝଲସିବ ଶ୍ରୀମନ୍ଦିର ରୁପାକବାଟ। ମୁମ୍ବଇ କାରିଗରଙ୍କ ପରିବର୍ତ୍ତେ ଓଡ଼ିଆ କାରିଗରଙ୍କ ଦ୍ବାରା ରୁପାଛାଉଣି କାର୍ଯ୍ୟ କରାଯିବାକୁ ପ୍ରସ୍ତାବ ଦେଇଛି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା। ରାଜ୍ୟ ବାହାରର କେତେକ ଐତିହ୍ୟକୁ ନେଇ ପ୍ରସ୍ତୁତ ଡିଜାଇନ ସୋମବାର ବୈଠକରେ ଅନୁମୋଦନ କରାଯାଇ ନାହିଁ। ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିରର ଆଠଗୋଟି କବାଟ ପାଇଁ ୬ ସଂସ୍ଥା ପକ୍ଷରୁ ପ୍ରସ୍ତୁତ ରୁପାଛାଉଣି ଡିଜାଇନ୍‌ ଉପସ୍ଥାପନ କରାଯାଇଥିଲା। ରୁପାଦାନ କରିବାକୁ ଚାହୁଁଥିବା ଭକ୍ତଙ୍କ ପ୍ରତିନିଧି ବୈଠକରେ ଉପସ୍ଥିତ ଥିଲେ। ଡିଜାଇନ ଅନୁମୋଦନ ପରେ ବିଦେଶୀ ଶାଗୁଆନ କାଠରେ ନୂଆ କବାଟ ଏବଂ ସେଥିରେ ରୁପାଛାଉଣି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଥିଲା। ରୁପା ଚଦରରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟକୁ ସ୍ଥାନିତ କରିବାକୁ ପରିଚାଳନା କମିଟି ସଭ୍ୟ ରାମଚନ୍ଦ୍ର ଦାସମହାପାତ୍ର ପ୍ରସ୍ତାବ ଦେଇଥିଲେ। ଐତିହ୍ୟଗ୍ରାମ ରଘୁରାଜପୁର ଯାଇ ସେଠାରୁ କିଛି ପଟ୍ଟଚିତ୍ର ଡିଜାଇନ୍‌ ପ୍ରସ୍ତୁତ କରାଯିବାକୁ ବୈଠକରେ ସ୍ଥିର କରାଯାଇଛି। ଏହାବ୍ୟତୀତ କଟକରୁ ଡିଜାଇନ ସଂଗ୍ରହ କରାଯିବ ବୋଲି ପ୍ରଶାସକ ଶ୍ରୀ ଜେନା କହିଥିଲେ।
ସେହିପରି ବାହାର ଏବଂ ଭିତର ଦୁଆର ପାଇଁ ପୃଥକ ଡିଜାଇନ୍‌ କରାଯିବାକୁ ମତ ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ସାତପାହାଚ ଏବଂ ଭୋଗମଣ୍ଡପ ଦୁଆର ପୁନଃନିର୍ମାଣ ସମେତ ରୁପାଛାଉଣି କରାଯିବ। ଏହାପରେ କଳାହାଟ ଦ୍ବାର, ବେହେରଣ ଦ୍ବାର ଏବଂ ଜୟବିଜୟ ଦ୍ବାର କବାଟ ରୁପାଛାଉଣି କରାଯିବା ପ୍ରସ୍ତାବ ରହିଛି। ମହାଲକ୍ଷ୍ମୀ ମନ୍ଦିର, ବିମଳାମନ୍ଦିର ଏବଂ ନୃସିଂହ ମନ୍ଦିର ଦୁଆର ପାଇଁ ସ୍ବତନ୍ତ୍ର ଡିଜାଇନ କରାଯିବାକୁ କେତେକ ସଭ୍ୟ ପ୍ରସ୍ତାବ ଦେଇଛନ୍ତି। ଏ ସମ୍ପର୍କରେ ପୁଣି ୧୯ତାରିଖ ବୈଠକରେ ଆଲୋନା ହେବ। ନୀଳାଦ୍ରି ଭକ୍ତନିବାସରେ କଡା ସୁରକ୍ଷା ବ୍ୟବସ୍ଥା ସହ ଶ୍ରୀମନ୍ଦିର ଦ୍ବାର ରୁପାଛାଉଣି କରାଯିବ। ମନ୍ଦିର ପ୍ରଶାସନ ଅଧିକାରୀ, ଏଏସ୍‌ଆଇ ଅଧିକାରୀ, ପରିଚାଳନା କମିଟି ସଭ୍ୟ, ପୁଲିସ ଅଧିକାରୀ ଏବଂ କିଛି ବରିଷ୍ଠ ସେବକଙ୍କୁ ନେଇ ତଦାରଖ କମିଟି ଗଠନ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ, ଏଏସ୍ଆଇ ଅଧୀକ୍ଷକ ଡଃ ଅରୁଣ କୁମାର ମଲିକ, ଛତିଶା ନିଯୋଗ ମହାନାୟକ ପାଟ୍ଟଯୋଶୀ ଜନାର୍ଦନ ମହାପାତ୍ର, ପରିଚାଳନା କମିଟି ସଭ୍ୟ ରାମଚନ୍ଦ୍ର ଦାସମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା, ଅନନ୍ତ ତିଆଡି ଏବଂ ତଳୁଚ୍ଛ ନୀଳକଣ୍ଠ ମହାପାତ୍ର ବୈଠକରେ ଉପସ୍ଥିତ ଥିଲେ।

Hot this week

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

Related Articles

Popular Categories