www.samajalive.in
Sunday, December 7, 2025
26.1 C
Bhubaneswar

ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୦.୫ଡିଗ୍ରୀ, ଘନ କୁୁହୁଡ଼ି ଚାଦରରେ କନ୍ଧମାଳ

ଫୁଲବାଣୀ: କନ୍ଧମାଳ ଜିଲାରେ ଗତ ୩ ଦିନ ହେଲା ହଠାତ୍‍ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ଆଜି ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀରେ ପହଞ୍ଚିଛି। ଗତକାଲି ଫୁଲବାଣୀର ତାପମାତ୍ରା ୧୬ ଡିଗ୍ରୀ ଥିବା ବେଳେ ଆଜି ତାହା ୧୦.୫ ଡିଗ୍ରୀରେ ପହଞ୍ଚିଛି। ଶୁକ୍ରବାର ତାପମାତ୍ରା ୧୭.୫ ଡିଗ୍ରୀ ରହିଥିଲା। ସେହିଭଳି ଗତ ୨ ଦିନ ହେଲ ଦାରିଙ୍ଗବାଡ଼ିରେ ତାପମାତ୍ରା ୧୪ ଡିଗ୍ରୀ ରହୁଥିବା ବେଳେ ଆଜି ତାହା ଖସିଆସି ୧୦.୫ ଡିଗ୍ରୀରେ ପହଞ୍ଚିଛି। ତେବେ ଗତ ଦିନ ମାନଙ୍କରେ ପ୍ରବଳ ଘନ କୁହୁଡ଼ି ପୂର୍ବଭଳି ରହିଥିବା ବେଳେ ଆଜି ମଧ୍ୟ ଜିଲାର ଫୁଲବାଣୀ , ଦାରିଙ୍ଗବାଡ଼ି , ବେଲଘର ଭଳି ବିଭିନ୍ନ ଅଞ୍ଚଳରେ ସକାଳୁ ସକାଳୁ ଘନ କୁହୁଡ଼ି ମାଡ଼ିଥିବାର ଦେଖାଯାଇଛି। କୁହୁଡ଼ି ସହିତ ଶୀତର ପ୍ରକୋପ ଆରମ୍ଭ ହୋଇଯାଇଥିବା ଯୋଗୁଁ କରୋନ ପାଇଁ ପୂର୍ବ ବର୍ଷମାନଙ୍କ ଅପେକ୍ଷା ଚଳିତ ବର୍ଷ ଅଞ୍ଚଳ ବାସୀଙ୍କ ମଧ୍ୟରେ ଏକ ପ୍ରକାର ଛନକା ପଶିଯାଇଛି। ତେବେ ଗତକାଲି ଠାରୁ ସମଗ୍ର ଜିଲାରେ ଆକାଶ ମେଘମୁକ୍ତ ହେବା ଫଳରେଶୀତର ପ୍ରକୋପ ବଢ଼ିବା ସହିତ ତାପମାତ୍ରା ହ୍ରାସ ପାଇଛି ବୋଲି ପାଣିପାଗ ସୂତ୍ରରୁ ପ୍ରକାଶ। ସେହିଭଳି ଏହି ଶୀତର ପ୍ରକୋପ ବେଲଘର , ତୁମୁଡ଼ିବନ୍ଧ , କୋଟଗଡ଼ , ବ୍ରାହ୍ମଣୀଗାଁ ଆଦି ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ସକାଳୁ ସକାଳୁ ଫୁଲବାଣୀ ଓ ଦାରିଙ୍ଗବାଡ଼ି ର ବିଭିନ୍ନ ଅଂଚଳରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି।ସକାଳ ୭ଟା ଯାଏଁ ଘନ କୁହୁଡ଼ିରେ ଘୋଡ଼େଇ ହୋଇ ରହୁଛି। ବିଭିନ୍ନ ସ୍ଥାନରେ କାକର ବିନ୍ଦୁରେ ଝଲସୁଛି ଘାସର ଗାଲିଚା। ଗତକାଲି ଦାରିଙ୍ଗବାଡ଼ିର ତାପମାତ୍ରା ୧୪ଡିଗ୍ରୀ ଥିବା ବେଳେ ରବିବାର ଦିନ ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ରହିଛି। ଯାହାକି ଦାରିଙ୍ଗବାଡ଼ିର ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ବୋଲି ରେକର୍ଡ଼ ହୋଇଥିବା ବେଳେ ଫୁଲବାଣୀରେ ମଧ୍ୟ ଏକା ପରିସ୍ଥିତି। ଆଭ୍ୟନ୍ତରୀଣ ଇଲାକାରେ ଏହା ଆହୁରି କମ ରହିଥିବା ଅନୁମାନ କରାଯାଇଛି। ଆଭ୍ୟନ୍ତରୀଣ ଇଲାକାରେ ରହୁଥିବା ବୃଦ୍ଧ ଓ ବୃଦ୍ଧା ମାନଙ୍କ ଅବସ୍ଥା ଏବେ ଠାରୁ ଅସମ୍ଭାଳ ହୋଇପଡ଼ିଲାଣି। ଶୀତରୁ ରକ୍ଷାପାଇବାପାଇଁ ପିଲାଠୁ ବୁଢା ସଭିଏଁ ଏବେ ନିଆଁକୁ ସାହାରା କରିବା ଆରମ୍ଭ କଲେଣି।ଧିରେଧିରେ ଶୀତର ପ୍ରକୋପ ବଢ଼ୁଥିବାବେଳେ ଜାଡ଼ରେ ହାତଗୋଡ଼ କାଲ ମାରିଯାଉଛି। ଦୈନନ୍ଦିନ ଘରକାମ କରିବାରେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି ଗୃହିଣୀମାନେ ଆଭ୍ୟନ୍ତରୀଣ ଅଂଚଳରେ ବସବାସ କରୁଥିବା ଲୋକମାନେ ବହୁତ କଷ୍ଟଅନୁଭବ କରୁଥିବା ସୂଚନା ମିଳୁଛି। ଯାହାଫଳରେ ଶୀତରୁ ରକ୍ଷାପାଇବାପାଇଁ ଘର ବାରଣ୍ଡାରେ ନିଆଁଜାଳି ନିଆଁ ପାଖରେ ରାତ୍ରି ଯାପନ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ସହରାଂଚଳର ଲୋକେ ନିଜକୁ ଫିଟ୍‍ ରଖିବାପାଇଁ ସକାଳୁ ସକାଳୁ ପ୍ରାତଃ ଭ୍ରମଣ,ବ୍ୟାୟାମ ପାଇଁ ଭିଡ଼ ଜମାଉଥିବା େବେଳ ଗ୍ରାମାଞ୍ଚଳ ଲୋକେ ଘର ଆଗରେ ନିଆଁ ଲଗାଇ ଦଳ ଦଳ ହୋଇ ନିଆଁ ତାପୁଥିବାର ଦେଖାଯାଇଚି। ସେହିପରି ଶୀତୁଆ ସକାଳେ ଗରମ ଗରମ ଚା’ପିଆ ମଜା ଅତି ନିଆରା। ଯାହାଫଳରେ ବର୍ତ୍ତମାନ ଠାରୁ ଜିଲାର ବିଭିନ୍ନ ଅଞ୍ଚଳରେ ଚା’ଦୋକାନ ମାନଙ୍କରେ ଗ୍ରାହକଙ୍କ ମଧ୍ୟ ଭିଡ଼ ଜମୁଥିବାର ଦେଖାଯାଇଛି। ଅନେକ ଶୀତକୁ ଭରପୁର୍‍ ମଜା ଉଠାଉଥିବାବେଳେ ଅଭ୍ୟନ୍ତରୀଣ ଅଂଚଳର ଗରୀବ ଗୁରୁବାଙ୍କପାଇଁ ଶୀତ କାଳ ସାଜିଛି। ଚଳିତବର୍ଷ ବର୍ଷାର ପରିମାଣ ଅଧିକ ଥିବା ଯୋଗୁଁ ଶୀତର ଅନୁପାମ ମଧ୍ୟ ଅଧିକ ହେବ ବୋଲି ପୂର୍ବରୁ ପାଣିପାଗ ମଧ୍ୟ ସୂଚନା ଦେଇଥିଲା। ବର୍ତମାନ ତୁଳନାରେ ଆଗକୁ ଶୀତର ପ୍ରକୋପ ଆହୁରି ବଢିବ ବୋଲି ବୁଦ୍ଧିଜିବୀଙ୍କ ମତ ପ୍ରକାଶ ପାଉଛି। ଅନ୍ୟ ପକ୍ଷରେ ଅଂଚଳବାସୀ ମାନଙ୍କ ପାଇଁ ଶୀତ କଷ୍ଟଦାୟକ ହୋଇଛି। ତେବେ ପର୍ଯ୍ୟଟକମାନଙ୍କ ପାଇଁ ଦାରିଙ୍ଗବାଡ଼ିରେ ଶୀତବୃଦ୍ଧି ହେତୁ ଖୁସି ଆଣିଦେଉଥିବା ବେଳେ କିନ୍ତୁ ଜିଲ୍ଲାପ୍ରଶାସନ ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଚଳିତମାସ ୩୦ତାରିଖ ଯାଏଁ ବନ୍ଦ ରଖିବା ପାଇଁ ନିଦ୍ଦେର୍ଶ ଦେବା ଫଳରେ ଜିଲାର ବିଶେଷ କରି ଦାରିଙ୍ଗବାଡ଼ି ଓ ଅନ୍ୟ ପର୍ଯ୍ୟଟନ ସ୍ଥଳକୁ ଆସୁଥିବା ପର୍ଯ୍ୟଟକ ମାନେ ଆସୁଥିଲେ ମଧ୍ୟ କୌଣସି ପର୍ଯ୍ୟଟନସ୍ଥଳୀ ଭ୍ରମଣକରିନପାରି ନିରାଶରେ ଫେରୁଛନ୍ତି। ଅନ୍ୟପକ୍ଷରେ କରୋନା କଟକଣା ଯୋଗୁଁ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ବନ୍ଦ ରହିଥିବା ବେଳେ ଅନଲକ୨.୦ ଲାଗୁହେବାପରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ରାଜ୍ୟ ସରକାର ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛନ୍ତି।ଯାହାଫଳରେରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକମାନେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ବୁଲାବୁଲି କରୁଛନ୍ତି। କିନ୍ତୁ ଓଡ଼ିଶାର କାଶ୍ମୀର ଭାବେ ଖ୍ୟାତ ଲାଭ କରିଥିବା ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକୁ ନଖୋଲଶିବା ପାଇଁ କନା ନିର୍ଦ୍ଦେଶନାମା ରହିଥିବାରୁ ଅଞ୍ଚଳର ହୋଟେଲ ମାଲିକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ପ୍ରକାର ସସନ୍ତୋଷ ଦେଖାଯାଇଥିବା ବେଳେ କରୋନ କଟକଣା ଯୋଗୁଁ ମଧ୍ୟ ପ୍ରଶାସନ କେବଳ ଦାରିଙ୍ଗବାଡ଼ି ନୁହେଁ ସମଗ୍ର ଜିଲାରେ ପର୍ଯ୍ୟଟକଙ୍କୁ ଡ଼ିସେମ୍ବର ମାସ ପହିଲା ପର୍ଯ୍ୟନ୍ତ ବାରଣ କରିଥିବା ପ୍ରକାଶ।

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories