www.samajalive.in
Sunday, December 7, 2025
16.1 C
Bhubaneswar

ପଲିଥିନ୍ ଘରେ ବିତୁଛି ଜୀବନ, ସରକାରୀ ଯୋଜନା ସାତ ସପନ

ତୁଷୁରା :ମାଟି ଘର ପକ୍କା ହେବ। ଗରିବ ପରିବାର ମୁଣ୍ଡ ଉପରେ ଛାତ ପାଇବେ। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଜ୍ୟ ସରକାର ବିଜୁ ପକ୍କା ଘର, ଗୋପବନ୍ଧୁ ଆବାସ ଯୋଜନାରେ ଆର୍ଥିକ ସହାୟତା ଦେଉଛନ୍ତି ଘର କରିବା ପାଇଁ। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ। ତୁଷୁରା ଏନ୍ଏସି ଅର୍ନ୍ତଗତ ଖର୍ଡ଼ା ଗାଁର ଗୋଟିଏ ହରିଜନ ପରିବାର ଘର ନପାଇ ପଲିଥିନ୍ ତଳେ ଜୀବନ ବିତାଉଛନ୍ତି। ବର୍ଷେରୁ ଅଧିକ ହେବ ଘର ଖଣ୍ଡିଏ ପାଇଁ ଅଧିକାରୀ ଓ ନେତାଙ୍କ ପାଖରେ ଅନୁରୋଧ କରିଥିଲେ ବି କେହି ଶୁଣି ନାହାନ୍ତି ସେମାନଙ୍କ କଥା। ବୁଝି ନାହାନ୍ତି ସେମାନଙ୍କ ଦୁଃଖ।

ତୁଷୁରା ଏନ୍ଏସି ଅର୍ନ୍ତଗତ ଖର୍ଡ଼ା ଗାଁର ୨ ନମ୍ବର ୱାର୍ଡ଼ର ହରିଜନପଡ଼ାରେ ରହନ୍ତି ଇଷ୍ଟ ବାଗ(୫୫)। ଇଷ୍ଟଙ୍କ ପରିବାର କହିଲେ ସ୍ତ୍ରୀ ମୀରା ଓ ୧୫ ବର୍ଷୀୟ ଭିନ୍ନକ୍ଷମ ପୁଅ। ଚାଷ ଜମି ନଥିବା ବେଳେ ଗାଁରେ ଥିବା ନିଜ ୧ ଡି଼ସିମିଲ ଜାଗାରେ ଭଙ୍ଗା ଝାଟିମାଟି ଘରେ ରହୁଥିଲେ। ୨୦୧୯ ବନ୍ୟାରେ ଏହି ଝାଟିମାଟି ଘର କ୍ଷତିଗ୍ରସ୍ତ ହୋଇଥିଲା। ସରକାରୀ ସହାୟତା କହିଲେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ବନ୍ୟାରେ ମିଳିଥିବା ପଲିଥିନ ଖଣ୍ଡିଏ ଓ ପ୍ରତି ମାସରେ ୧୫ କେଜି ଚାଉଳ। ୧୫ ବର୍ଷ ପୂର୍ବେ ଇଷ୍ଟଙ୍କ ଅଣ୍ଟା ଭାଙ୍ଗିଯାଇଥିବାରୁ ସେ କୌଣସି କାମ କରି ପାରୁ ନାହାନ୍ତି। ଏକ ମାତ୍ର ପୁଅ ବି ଜନ୍ମରୁ କଥା କହିପାରୁ ନାହିଁ। ସ୍ତ୍ରୀ ମୀରାଙ୍କ ରୋଜଗାର ଉପରେ ନିର୍ଭର କରେ ପରିବାର। ସ୍ତ୍ରୀ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି। ସବୁଦିନ କାମ ମିଳେନି। କେବେ କେମିତି ମୀରାଙ୍କ ଦେହ ଖରାପ ହେଲେ ଘରେ ଚୁଲି ଜଳେନି। ଭୋକ ଉପାସରେ ରହିବାକୁ ହୁଏ ସେମାନଙ୍କୁ। ଦୟାର ଜୀବନ ବିତାଇବାକୁ ପଡେ। ଲକଡ଼ାଉନ ସମୟରେ ସେମାନଙ୍କ ଅବସ୍ଥା ଦୟନୀୟ ହୋଇ ପଡ଼ିଥଲା। କେବେ କାମ ମିଳୁଥିଲା ତ କେବେ ନାହିଁ। ବର୍ତ୍ତମାନ ଧାନ କଟା ଚାଲି ଥିବାରୁ ଲୋକଙ୍କ କ୍ଷେତରେ କାମ କରି ଚଳି ଯାଉଛନ୍ତି ସେମାନେ।

- Advertisement -

ମୀରାଙ୍କ ମୁଣ୍ଡ ଉପରେ ସ୍ୱାମୀ ଓ ଶୁଣି ପାରୁ ନଥିବା ପୁଅର ଚିନ୍ତା। ଘର ଭାଙ୍ଗି ଯାଇଥିବାରୁ ବର୍ଷା ହେଲେ ପଲିଥିନ୍ ଛପରରୁ ପାଣି ଗଳେ। କାନ୍ଥ ଭାଙ୍ଗିଯିବ, କେତେବେଳେ କ’ଣ ହେବ…ଏମିତି ଭୟ ଭିତରେ ସେମାନେ ରାତି କାଟନ୍ତି। ଏଭଳି ଦୟନୀୟ ଜୀବନ ସେମାନେ ବିତାଉଛନ୍ତି। କୌଣସି ପ୍ରକାର ଭତ୍ତା ଯୋଜନାରେ ସେମାନଙ୍କୁ ସାମିଲ କରାଯାଇ ନାହିଁ। ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ନହେଲେ ଅନ୍ୟ ଯୋଜନାରେ ଘର ଓ ଭିନ୍ନକ୍ଷମ ଭତ୍ତା ଦେଇ ସହାୟତା କରିବାକୁ ଇଷ୍ଟ-ମୀରା ଅନୁରୋଧ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories