www.samajalive.in
Sunday, December 7, 2025
18.1 C
Bhubaneswar

ଡ.ବଂଶୀଧର ତ୍ରିପାଠୀଙ୍କ ଶିକ୍ଷାଦାନ ଶୈଳୀ ଥିଲା ସ୍ୱତନ୍ତ୍ର, ଯୁବ ଅଧ୍ୟାପକ ତାଙ୍କ ଶିକ୍ଷାଦାନ ଶୈଳୀକୁ ଗ୍ରହଣ କରିବା ଉଚିତ୍

ଭୁବନେଶ୍ୱର:ଓଡିଶା ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପ୍ରତିଷ୍ଠାନର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ତଥା ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡ.ବଂଶୀଧର ତ୍ରିପାଠୀଙ୍କ ବିୟୋଗରେ ଆଜି ପୂର୍ବାହ୍ନରେ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ଠାରେ ଏକ ସାମୂହିକ ଦୀପଦାନ ଉତ୍ସବ ଟ୍ରଷ୍ଟର ଅଧ୍ୟକ୍ଷ ଡ.ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।
ବୁଦ୍ଧ ମନ୍ଦିରର ସଂପାଦକ ଡ. ସୌରେନ୍ଦ୍ର କୁମାର ମହାପାତ୍ର ପ୍ରାରମ୍ଭିକ ସୂଚନା ଦେବାପରେ ଆତ୍ମାର ସଦ୍ଗତି ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ ଘରୋଇ ବିଭାଗର ସ୍ୱତନ୍ତ୍ର ସଚିବ ନିହାର ରଂଜନ ସ୍ୱାଇଁ, ପୂର୍ବତନ ଡିନ୍ ପ୍ରଫେସର ବୁଦ୍ଧଦେବ ମିଶ୍ର ଏବଂ କର୍ଣ୍ଣେଲ ଡାକ୍ତର ବିରଞ୍ଚି ନାରାୟଣ ପାଣି ମିଳିତ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ପରଲୋକଗତ ଡ. ତ୍ରିପାଠୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇ ବିଶିଷ୍ଟ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ କହିଲେ ଯେ ଡ. ତ୍ରିପାଠୀ ଜଣେ ନୀତିନିଷ୍ଠ ଅଧ୍ୟାପକ ଥିଲେ। ତାଙ୍କର ଅଧ୍ୟାପନା ଶୈଳୀର ଏକ ସ୍ୱତନ୍ତ୍ରତା ଥିଲା। ଆଜିର ଯୁବ ଅଧ୍ୟାପକମାନେ ତାଙ୍କ ଶିକ୍ଷାଦାନ ଶୈଳୀକୁ ଗ୍ରହଣ କରିବା ଉଚିତ୍। ଯୋଗଗୁରୁ ନାରାୟଣ ଚନ୍ଦ୍ର ନନ୍ଦ ସ୍ମୃତିଚାରଣ କରି ରେଭେନ୍ସା ମହାବିଦ୍ୟାଳୟରେ ତାଙ୍କର ଛାତ୍ର ବତ୍ସଳତାର ଉଦାହରଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମୀର ଅଧ୍ୟକ୍ଷ ସୀତାବଲ୍ଲଭ ମହାପାତ୍ର, ବାସ୍ତୁବିତ୍ ମନୋଜ ଲେଙ୍କା, ତନୁଜା ରଥ, ନିବେଦିତା ଭଞ୍ଜ, ଦୁର୍ଗେଶ ନନ୍ଦିନୀ ଜେନା, ଦେବଜାନୀ ରାଉତରାୟ, ଇଂ.ବିବେକାନନ୍ଦ ପାତ୍ର, ଦେବୀ ପ୍ରସାଦ ମଲ୍ଲିକ, ସୀତାଂଶୁ ଦ୍ୱିବେଦୀ, ବିଜୟ କୁମାର ଜେନା, ରାଜକିଶୋର ସାହୁ, ଡଃ ନିର୍ମଳ ଚନ୍ଦ୍ର ଦାସ, ବାସ୍ତୁବିତ୍ ଦୁର୍ଗାପ୍ରସାଦ ଓ ଭୁବନେଶ୍ୱର ଓକିଲ ସଂଘ ଉପସଭାପତି ଶୀଳଭଦ୍ର ଶାସ୍ତ୍ରୀ ପ୍ରମୁଖ ସ୍ମୃତିଚାରଣ କରି ତାଙ୍କର ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ଡ.ତ୍ରିପାଠୀଙ୍କ ପରିବାର ପକ୍ଷରୁ ଶ୍ରୀମତୀ ବିୟୋତ୍ପ୍ରଜ୍ଞା ତ୍ରିପାଠୀ ଓ ବିଜ୍ଞାନପ୍ରଜ୍ଞା ତ୍ରିପାଠୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମକୁ ସୁଶାନ୍ତ କୁମାର ପଣ୍ଡା ଓ କୈଳାସ ଚନ୍ଦ୍ର ମହାପାତ୍ର ପରିଚାଳନା କରିଥିଲେ।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories