www.samajalive.in
Sunday, December 14, 2025
17.1 C
Bhubaneswar

ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ବୃଦ୍ଧ ଦନ୍ତାର ମୃତ୍ୟୁ

ଗୁରୁଡିଝାଟିଆ : ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳର ରାଜା ବଲ୍ଲଭପୁର ବିଟ ଅଧିନସ୍ଥ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ମୃତ ହାତୀର ଶରୀରରେ କୌଣସି କ୍ଷତଚିହ୍ନ ନଥିବା ବେଳେ ଏହାର ବୟସ ୫୫ ରୁ ୬୦ ହେବ ବୋଲି ବ୍ୟବଚ୍ଛେଦ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିବା ଆଠଗଡ ବ୍ଲକ ପ୍ରାଣୀ ଚିକିତ୍ସକ ଶୁସାନ୍ତ କୁମାର ବେହେରା ପ୍ରକାଶ କରିବା ସହିତ ବୟସାଧିକ ହେତୁ ହାତୀଟି ମୃତ୍ୟୁ ବରଣ କରିଥିବା ସମାଜକୁ ପ୍ରକାଶ କରିଛନ୍ତି। ଗତକାଲି ସନ୍ଧ୍ୟାରେ ହାତୀଟି ରାଜାବଲ୍ଲଭପୁର ଗାଁ ଠାରୁ ୨ କିମି ଦୂର ଶାଳୁଆ ଜଙ୍ଗଲ ଭିତରେ ଶୋଇଥିବା ଅବସ୍ଥାରେ ଲୋକମାନେ ଦେଖିଥିଲେ। ଏସଂପର୍କରେ ବନବିଭାଗ କର୍ମଚାରୀମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦେଖିଥିଲେ କି ହାତୀଟି ମରିଯାଇଛି। ରାତିତମାମ ବନକର୍ମଚାରୀମାନେ ମୃତ ହାତୀନିକଟରେ ଜଗି ରହିଥିଲେ।

ପ୍ରକାଶଯୋଗ୍ୟ, ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲଟି କପିଳାସ ସଂରକ୍ଷିତ ଜଙ୍ଗଲକୁ ଲାଗିରହିଛି। କପିଳାସରୁ ହାତୀପଲ ଏହି ଜଙ୍ଗଲକୁ ଚଳପ୍ରଚଳ କରିଥାନ୍ତି। ବାର୍ଦ୍ଧକ୍ୟ ହେତୁ ଦନ୍ତାହାତୀଟି ଦଳ ସହିତ ନଯାଇପାରି ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ରହିଯାଇଥିଲା। ଅନ୍ୟ ହାତୀମାନେ କପିଳାସ ଜଙ୍ଗଲକୁ ପଳାଇଥିଲେ। ବୃଦ୍ଧ ହାତୀଟି ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ଅବସ୍ଥାନ କରିବା ସଂପର୍କରେ ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମୀତା ଲେଙ୍କା ଜାଣିବା ପରେ ବନକର୍ମଚାରୀମାନଙ୍କୁ କଡା ନଜର ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ରାତିରେ ହାତୀଟି ମୃତ୍ୟୁବରଣ କରିବା ପରେ ଆଜି ଭୋରରୁ ବନଖଣ୍ଡ ଅଧିକାରୀ ସୁଶ୍ରୀ ଲେଙ୍କା ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଆଠଗଡ ବ୍ଲକ ପ୍ରାଣୀ ଚିକିତ୍ସକ ଡାକ୍ତର ଶ୍ରୀ ବେହେରାଙ୍କୁ ଡକାଇଥିଲେ। ମୃତ ହାତୀଟିର ବ୍ୟବଚ୍ଛେଦ କରାଯାଇଥିଲା। ମୃତ ଦନ୍ତାର ଦୁଇଟି ଦାନ୍ତକୁ  ଉଦ୍ଧାର କରାଯାଇଛି। ଗୋଟିଏ ଦାନ୍ତର ଲମ୍ପ ୫୩ସେମି ହୋଇଥିବା ବେଳେ ଅନ୍ୟଗୋଟିଏ ଦାନ୍ତର ଲମ୍ପ ୫୮ ସେମି ଅଟେ। ଏହାର ଓଜନ ପ୍ରାୟ ୧୨ କିଗ୍ରା ହେବ ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ। ବ୍ୟବଚ୍ଛେଦ ପରେ ମୃତ ହାତୀଟିକୁ ପୋତି ଦିଆଯାଇଛି। ବନଖଣ୍ଡ ଅଧିକାରୀ ସୁଶ୍ରୀ ଲେଙ୍କା , ପ୍ରାଣୀ ଚିକିତ୍ସକ ଡାକ୍ତର ବେହେରା , ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ମାଗୁଣି ବେହେରା, ଡେପୁଟି ରେଞ୍ଜର ତ୍ରିଲୋଚନ ବେହେରା ଓ ବନକର୍ମଚାରୀମାନେ ବ୍ୟବଚ୍ଛେଦ ଏବଂ ପୋତା ଯିବା ସମୟରେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories