www.samajalive.in
Monday, December 15, 2025
17.1 C
Bhubaneswar

ଉତ୍ତରପ୍ରଦେଶ: ଥମୁନି ମୂର୍ତ୍ତିଭଙ୍ଗା ଘଟଣା

ଆଜମଗଡ଼: ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ପରେ ଲାଗିରହିଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ଥମିବାର ନାଁ ଧରୁନି। ଉତ୍ତରପ୍ରଦେଶରେ ଗତ କିଛିଦିନ ମଧ୍ୟରେ ଏପରି ଘଟଣା ଘଟିଥିବାବେଳେ ପୁଣି ଏହାର ପୁନରାବୃତ୍ତି ଘଟିଛି। ଆଜମଗଡ଼ ଜିଲା କପ୍ତାନଗଞ୍ଜ ଥାନା ରାଜପଟ୍ଟୀ ଗାଁରେ ଥିବା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ମୂର୍ତ୍ତି ଭଙ୍ଗା ଯାଇଛି। ଏହାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଉତ୍ତେଜନାମୂଳକ ପରିସ୍ଥିତି ନେଇ ସେଠାରେ ବ୍ୟାପକ ପୁଲିସ ମୁତୟନ ରହିଛନ୍ତି। ଏଥିପୂର୍ବରୁ ଉତ୍ତରାଖଣ୍ଡ ହରିଦ୍ୱାର ଜିଲାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଯାଇଥିଲା। ତ୍ରିପୁରାରେ ଲେନିନଙ୍କ ପ୍ରତିମୂର୍ତ୍ତି ପରେ ତାମିଲନାଡୁ, କଲିକତାରେ ଶ୍ୟାମାପ୍ରସାଦ ମୁଖାର୍ଜୀ, କେରଳରେ ମହାତ୍ମାଗାନ୍ଧୀ ଓ ଉତ୍ତରପ୍ରଦେଶରେ ଆମ୍ବେଦକରଙ୍କ ମୂର୍ତ୍ତି ଭଙ୍ଗା ଘଟଣା ଘଟିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories