www.samajalive.in
Sunday, December 14, 2025
17.1 C
Bhubaneswar

ଏମ୍ପାୟର୍ସ ହୋଟେଲ୍‌ ସାଧାରଣ ପରିଚାଳକଙ୍କ କରୋନାରେ ଅକାଳ ବିୟୋଗ

ଭୁବନେଶ୍ବର : କରୋନାର ଆତଙ୍କ ଥମୁନି। ଏହି ମହାମାରୀରେ ପୁଣି ଏକ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରସ୍ଥିତ ‘ଏମ୍ପାୟର୍ସ ହୋଟେଲ’ର ଜେନେରାଲ୍‌ ମ୍ୟାନେଜର ଜ୍ୟୋତି ବିକାଶ ଦାସଙ୍କ ଅକାଳ ବିୟୋଗ ଘଟିଛି। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୫ ବର୍ଷ ବୟସ ହୋଇଥିଲା।

ଜଣେ ଦକ୍ଷ ପରିଚାଳକ ଭାବେ ପରିଚିତ ଜ୍ୟୋତି ବିକାଶ ପାଟନାସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟରୁ କୃତିତ୍ବର ସହ ଉତ୍ତିର୍ଣ୍ଣ ହୋଇ ହୋଟେଲ ଶିଳ୍ପରେ ଯୋଗ ଦେଇଥିଲେ। ଜ୍ୟୋତି ବିକାଶଙ୍କର ହୋଟେଲ ପରିଚାଳନା କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ରହିଥିଲା। ପ୍ରଥମେ ପୁରୀର ପ୍ରାଚୀ ହୋଟେଲରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଜ୍ୟୋତି ବିକାଶ ପରେ ‘ମେ ଫେୟାର’ ରିସୋର୍ଟରେ ଯୋଗ ଦେଇଥିଲେ। ଏହା ପରେ ରାଜ୍ୟର ବିଭିନ୍ନ ତାରକା ହୋଟେଲରେ ସେ କାର୍ଯ୍ୟ କରିଥିଲେ। ହୋଟେଲ୍‌ ମେ ଫେୟାର ଗ୍ରୁପ୍‌ର ରାଉରକେଲା ଓ ଭୁବନେଶ୍ବର ଶାଖା ସହ ହୋଟେଲ ଗାର୍ଡେନ ଇନ୍‌ରେ ମଧ୍ୟ ସଫଳତାର ସହ ବିଭିନ୍ନ ଦାୟିତ୍ବ ନିର୍ବାହ କରିଥିଲେ ଜ୍ୟୋତି ବିକାଶ ଦାସ ।

- Advertisement -

୨୦୧୦ରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ହୋଟେଲ ଏମ୍ପାୟର୍ସ, ଭୁବନେଶ୍ବରରେ ଜେନେରାଲ୍‌ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ଜ୍ୟୋତି ବିକାଶ ଜଣେ ସ୍ନେହୀ, ବନ୍ଧୁ ବତ୍ସଳ ଓ ପରପୋକାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ। ତାଙ୍କର ଅକାଳ ବିୟୋଗରେ ତାଙ୍କ ବନ୍ଧୁ, ସହକର୍ମୀ ଏବଂ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି।

ମାତ୍ର ୫୫ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିବା ସ୍ବର୍ଗତ ଦାସଙ୍କର ମା’, ପତ୍ନୀ ଓ ଦୁଇ ପୁଅ ଅଛନ୍ତି । ସତ୍ୟନଗର ଶ୍ମଶାନରେ ଜ୍ୟୋତି ବିକାଶଙ୍କ ଶେଷକୃତ୍ୟୁ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories