www.samajalive.in
Saturday, December 6, 2025
26.1 C
Bhubaneswar

ମୋ’ ବିଦ୍ୟାଳୟ ଉପକାରୀ ବଗିଚା କାର୍ଯ୍ୟକ୍ରମ ଶୁଭାରମ୍ଭ

ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଲକର ବିଜ୍ରାଗୁଡା ଆବାସିକ ଛାତ୍ରୀ ଉଚ୍ଚବିଦ୍ୟାଳୟରେ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଓ ଜୀବ ବିଜ୍ଞାନ ସଂସ୍ଥାନ, ଭୂବନେଶ୍ୱରର ନିର୍ଦ୍ଦେଶକ ପଦ୍ମଶ୍ରୀ ଡଃ.ଅଜୟ ପରିଡା ମିଳିତ ଭାବେ ଉପକାରୀ ବଗିଚା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ପାପଡାହାଣ୍ଡି ଓ କୋଷାଗୁମୁଡା ବ୍ଲକର ୪୦ଟି ଆବାସିକ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀଙ୍କର ପୋଷଣ ବୃଦ୍ଧି ନିମନ୍ତେ ଅମୃତଭଣ୍ଡା, ଶାଗ, ପିଆଜ, ଆଳୁ ଓ ବିଭିନ୍ନ ପନିପରିବା ଚାଷ ନିମନ୍ତେ ଉନ୍ନତ କିସମର ମଞ୍ଜି ସହ ବୈଷୟିକ ପରାମର୍ଶ ଦିଆଯିବ ବୋଲି ଜିଲାପାଳ ଡଃ.ମିଶ୍ର କହିଥିଲେ। ବିଦ୍ୟାର୍ଥୀ ମାନଙ୍କର ପୋଷଣ ଦୂର କରିବା ରେ ଏହି କାର୍ଯ୍ୟକ୍ରମ ସଫଳ ହୋଇ ପାରିବ ବୋଲି ସଂସ୍ଥାନର ନିର୍ଦ୍ଦେଶକ ଶ୍ରୀ ପରିଡା ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଜିଲାପାଳ ଡଃ.ମିଶ୍ର ଓ ନିର୍ଦ୍ଦେଶକ ଶ୍ରୀ ପରିଡା ଆମ୍ବଚାରା ସହ ପନିପରିବା ମଞ୍ଜି ବୁଣିବା ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଡଃ.ପ୍ରଦୋଷ କୁମାର ପଣ୍ଡା, ବୈଜ୍ଞାନିକ ଡଃ.ରାଜୀବ କୁମାର ସ୍ୱାଇଁ, ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ, ଶିକ୍ଷୟତ୍ରୀ ନିବେଦିତା ସିଂ, ସୁନିତା ତ୍ରିପାଠୀ, ଜୀବ ବିଜ୍ଞାନ ସଂସ୍ଥାନର ବୈଷୟିକ ଅଧିକାରୀ ଅମିତାଭ ରାଉତରାୟ, ଜିଲା ବିଜ୍ଞାନ ଓ କାରିଗରୀ କୈାଶଳ ପ୍ରକଳ୍ପର କ୍ରିୟାନ୍ୱୟନ କମିଟିର ସଭ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

 

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories