www.samajalive.in
Saturday, December 13, 2025
27.1 C
Bhubaneswar

ବ୍ୟାଙ୍କରେ ଜମା ଓ ଉଠାଣ ପାଇଁ କେତେ ପଡିବ ଚାର୍ଜ, ଜାଣନ୍ତୁ ସତ କଣ?

କେତେକ ଗଣମାଧ୍ୟମ ରିପୋର୍ଟରେ ବ୍ୟାଙ୍କ ଖାତାଧାରୀମାନେ ଅଧିକ ଥର ଟଙ୍କା ଜମା କରିବା ଓ ଅର୍ଥ ଉଠାଣ ପାଇଁ ଚାର୍ଜ ଦେବାକୁ ପଡିବ ବୋଲି ଖବର ପ୍ରକାଶ ପାଇବା ପରେ ବ୍ୟାଙ୍କ ଉପଭୋକ୍ତାମାନେ ସନ୍ଦେହରେ ପଡିଛନ୍ତି। ତେବେ ଏ ନେଇ ଆଜି ଅର୍ଥ ମନ୍ତ୍ରାଳୟ ବ୍ୟାଙ୍କଗୁଡିକ ଦ୍ୱାରା ଆଦାୟ କରାଯାଉଥିବା ସେବା ଚାର୍ଜଗୁଡିକ ସମ୍ବନ୍ଧରେ ବାସ୍ତବ ସ୍ଥିତି ପ୍ରକାଶ କରିଛନ୍ତି।

ଅର୍ଥ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ୪୧.୧୩ କୋଟି ଜନଧନ ଆକାଉଣ୍ଟ ସମେତ ୬୦.୦୪ କୋଟି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା ଆକାଉଣ୍ଟରେ କୌଣସି ସେବା ଚାର୍ଜ ପଡିବ ନାହିଁ। ଏହି ବର୍ଗର ଆକାଉଣ୍ଟ ପାଇଁ ଜମା ଏବଂ ଉଠାଣ କ୍ଷେତ୍ରରେ କୌଣସି ସେବା ଚାର୍ଜ ଲାଗୁ ହେବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସ୍ପଷ୍ଟ କରିଛି।

- Advertisement -

ନିୟମିତ ସେଭିଂ ଆକାଉଣ୍ଟ୍, କରେଣ୍ଟ ଆକାଉଣ୍ଟସ୍, କ୍ୟାସ୍ କ୍ରେଡିଟ୍ ଆକାଉଣ୍ଟ୍ ଏବଂ ଓଭରଡ୍ରାଫ୍ଟ ଆକାଉଣ୍ଟ୍ କ୍ଷେତ୍ରରେ ଦେୟ ବୃଦ୍ଧି କରାଯାଇ ନ ଥିବାବେଳେ ବ୍ୟାଙ୍କ ଅଫ୍ ବରୋଦା ଏଥିରେ କିଛି ପରିବର୍ତ୍ତନ କରିଛି। ୨୦୨୦ ନଭେମ୍ବର ୧ରୁ ମାସିକ ମାଗଣା ନଗଦ ଜମା ଏବଂ ଉଠାଣ ସଂଖ୍ୟା ୫ ଥରରୁ ୩ ଥରକୁ ହ୍ରାସ କରାଯାଇଛି। ଏହି ସୀମା ଠାରୁ ଅଧିକ ଥର ଜମା ଏବଂ ଉଠାଣ ପାଇଁ ପୂର୍ବରୁ ଲାଗୁ ହେଉଥିବା ଚାର୍ଜ ଅପରିବର୍ତ୍ତିତ ରହିଛି। ବ୍ୟାଙ୍କ ଅଫ୍ ବରୋଦା ସୂଚନା ଦେଇଛି ଯେ ବର୍ତ୍ତମାନ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟ କୌଣସି ବ୍ୟାଙ୍କ ଜମା ଏବଂ ଉଠାଣ ନେଇ କୌଣସି ଚାର୍ଜ ବୃଦ୍ଧି କରିନାହାନ୍ତି।

ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ବ୍ୟାଙ୍କଗୁଡିକ ଯୋଗାଇ ଦେଉଥିବା ସେବା ପାଇଁ କୌଣସି ଭେଦଭାବ ନକରି ଉଚିତ ଢଙ୍ଗରେ ଦେୟ ଆଦାୟ କରିବାକୁ ଅନୁମତି ଦେଇଛନ୍ତି। ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିକଟ ଭବିଷ୍ୟତରେ କୌଣସି ଚାର୍ଜ ବୃଦ୍ଧି ହେବ ନାହିଁ ବୋଲି ବ୍ୟାଙ୍କଗୁଡିକ ପକ୍ଷରୁ କୁହାଯାଇଛି।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories