www.samajalive.in
Wednesday, December 10, 2025
18.1 C
Bhubaneswar

ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ପୁନର୍ଗଠିତ: ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଉପାଧ୍ୟକ୍ଷ

ଭୁବନେଶ୍ୱର: ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ଆଜି ପୁନର୍ଗଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଅଧ୍ୟକ୍ଷ ହୋଇଥିବାବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାର ଉପାଧ୍ୟକ୍ଷ ରହିଛନ୍ତି। ଏହି ବୋର୍ଡର ସଦସ୍ୟ-ସଚିବ ରୂପେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ, ଓଡ଼ିଶା ଦାୟିତ୍ୱ ତୁଲାଇବେ। ବୋର୍ଡର କାର୍ଯ୍ୟକାଳ ତିନି ବର୍ଷ ହେବ। ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ର ବିଭାଗ-୭ ଆଧାରରେ ବନ୍ୟପ୍ରାଣୀ (ସୁରକ୍ଷା) ସଂଶୋଧନ ଆଇନ୍‌, ୨୦୦୨ର ବିଭାଗ-୬ ଅନୁଯାୟୀ ଏହି ବୋର୍ଡ ପୁନର୍ଗଠିତ ହୋଇ ରାଜ୍ୟ ସରକାରଙ୍କ ମଞ୍ଜୁରି ଲାଭ କରିଛି।

 

- Advertisement -

ଆଠମଲ୍ଲିକର ବିଧାୟକ ରମେଶ ଚନ୍ଦ୍ର ସାଏ, ମୋରଡ଼ାର ବିଧାୟକ ରାଜକିଶୋର ଦାସ, ରାଜନଗର ବିଧାୟକ ଧ୍ରୁବଚରଣ ସାହୁ, ଏସିଆନ୍‌ ନେଚର କନ୍‌ଜରଭେସନ୍‌ ଫାଉଣ୍ଡେସନ୍‌, ବାଙ୍ଗାଲୋରର ପ୍ରଫେସର ଆର୍‌. ସୁକୁମାର, ନେଚର ଆଣ୍ଡ ୱାଇଲଡ୍‌ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶାର ସରୋଜ କୁମାର ପଟ୍ଟନାୟକ, ସେଭ୍‌ ଏଲିଫାଣ୍ଟ ଫାଉଣ୍ଡେସନ୍‌ ଟ୍ରଷ୍ଟର ଡ. ରଜନୀକାନ୍ତ ଜେନା, ଭାରତ ସରକାରଙ୍କ ପୂର୍ବତନ ଜଙ୍ଗଲ ବିଭାଗ ମୁଖ୍ୟ ମହାନିର୍ଦ୍ଦେଶକ ପି. ଆର୍‌. ମହାନ୍ତି, ନ୍ୟାସନାଲ୍‌ ଟାଇଗର କନ୍‌ଜରଭେସନ୍‌ ଅଥରିଟିର ପୂର୍ବତନ ସଦସ୍ୟ ସଚିବ ଡ.ଅନୁପ କୁମାର ନାୟକ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ କୁଳପତି ପ୍ରିୟମ୍ବଦା ମହାନ୍ତି (ହେଜମାଦୀ), ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରାଣୀବିଜ୍ଞାନ ପ୍ରଫେସର ସୁଶୀଲ କୁମାର ଦତ୍ତ, ୱାଇଲଡ୍‌ ଲାଇଫ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆର ବି.ସି. ଚୌଧୁରୀ, ଜିଲ୍ଲା ମୟୂର ସୁରକ୍ଷା କମିଟି, ଗଞ୍ଜାମର ସଭାପତି ସମୀର କୁମାର ପ୍ରଧାନ, ୱାଇଲଡ୍‌ ଲାଇଫ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ଇଣ୍ଡିଆର ଡ.ବିଭାସ ପାଣ୍ଡବ, ମୟୂରଭଞ୍ଜ ଜିଲ୍ଲାର ଇଟାମୁଣ୍ଡିଆର ଗୋପୀନାଥ ସିଂହ, କନ୍ଧମାଳ ଜିଲା ଖଜୁରୀପଡ଼ା ତହସିଲ୍‌ର ବରିକୁମ୍ପା ଗାଁ ନିବାସୀ ମଧୁସୂଦନ କଅଁର, କେଉଁଝର ଜିଲା ମଣ୍ଡୁଆ ନିବାସୀ ମାନସିଂ ଦୁର୍ଗାପ୍ରସାଦ ନାୟକ, ଜଙ୍ଗଲ ଓ ପରିବେଶ ବିଭାଗର ସଚିବ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ଓଡ଼ିଶା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସଚିବ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(କ୍ରାଇମ୍‌ଶାଖା), ସେନାବାହିନୀର ପ୍ରତିନିଧି, ପ୍ରାଣୀପାଳନ ନିର୍ଦ୍ଦେଶକ, ମତ୍ସ୍ୟ ନିର୍ଦ୍ଦେଶକ, ଭାରତ ସରକାରଙ୍କ ବନ୍ୟପ୍ରାଣୀ ସଂରକ୍ଷଣ ନିର୍ଦ୍ଦେଶକ, ଡେରାଡୁନ୍‌ସ୍ଥିତ ୱାଇଲଡ୍‌ ଲାଇଫ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ଇଣ୍ଡିଆର ପ୍ରତିନିଧି, କୋଲକାତାସ୍ଥିତ ବଟାନିକାଲ ସର୍ଭେ ଅଫ୍‌ ଇଣ୍ଡିଆର ପ୍ରତିନିଧି ଏବଂ ଗୋପାଳପୁରସ୍ଥିତ ଜୁଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆର ପ୍ରତିନିଧି ପୁନର୍ଗଠିତ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡର ସଦସ୍ୟ ରୂପେ କାର୍ଯ୍ୟ କରିବେ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories