ଭୋଟ ବର୍ଜନ କଲେ ବାଲେଶ୍ବର ନନ୍ଦଚକ ଗାଁ ଲୋକେ, ମୌଳିକ ସୁବିଧା ମିଳୁନଥିବାରୁ ୧୨୬ଜଣ ନାଗରିକ ଦେଲେ ନାହିଁ ଭୋଟ

ବାଲେଶ୍ବର: ଆଜି ବାଲେଶ୍ବର ସଦର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ତେବେ ଏହି ଉପନିର୍ବାଚନରେ ବାଲେଶ୍ବର ଜିଲା ଅନ୍ତର୍ଗତ ପରଥି ପଞ୍ଚାୟତର ନନ୍ଦଚକ ଗାଁ ଲୋକେ ଅଂଶଗ୍ରହଣ କରିନାହାନ୍ତି। ମୌଳିକ ସୁବିଧା ମିଳୁନଥିବାରୁ ୧୨୬ଜଣ ନାଗରିକ ଭୋଟ ଦେଲେ ନାହିଁ।

 

ଆଜି ସେମାନେ ବାଲେଶ୍ବର ସଦର ଉପନିର୍ବାଚନ ଭୋଟ ବର୍ଜନ କରିଛନ୍ତି। ପରଥି ପଞ୍ଚାୟତ ନନ୍ଦଚକ ଗାଁ ଲୋକଙ୍କ ଭୋଟ ବର୍ଜନ କାରଣ ନେଇ ପ୍ରତିକ୍ରିୟାରେ କହିଛନ୍ତି ଯେ ନନ୍ଦଚକରେ ଅନେକ ସମସ୍ୟା ରହିଛି। ସେମାନେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ଯେହେତୁ ସରକାର ଗାଁ ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରିପାରୁ ନାହାନ୍ତି ଓ ସେମାନଙ୍କୁ ମୌଳିକ ସୁବିଧା ପ୍ରଦାନ କରୁନାହାନ୍ତି, ତେଣୁ ଏହାର ପ୍ରତିବାଦରେ ନନ୍ଦଚକ ଗାଁ ଲୋକ ଭୋଟ ବର୍ଜନ କରିଛନ୍ତି।

Comments are closed.