ମଙ୍ଗଳବାର ରାଶିଫଳ (୦୩-୧୧-୨୦୨୦)

ମେଷ: ବ୍ୟବସାୟ ଲାଭଜନକ ହେବ। ପଥପ୍ରଦର୍ଶକ ହୋଇପାରନ୍ତି। ସ୍ୱୀକୃତି ସମ୍ପନ୍ନ ହେବେ। ଶାସ୍ତ୍ରଜ୍ଞ ହୋଇପାରନ୍ତି। ବ୍ରତକର୍ତ୍ତା ହେବେ। ଦେବଦ୍ୱଜ ପରାୟଣ ହୋଇପାରନ୍ତି। ଆସନ୍ନ ପ୍ରସବା ଥିଲେ ପୁତ୍ର ସନ୍ତାନ ଜାତ ହୋଇପାରେ।

ବୃଷ: ସୁଖ ସମ୍ମାନ ଲାଭ କରିପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଅପାର ଗୁଣର ଅଧିକାରୀ ହେବେ। ଉପାର୍ଜନ ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ରହିବେ। ସ୍ୱାଦିଷ୍ଟ ଭୋଜନ ମିଳିପାରେ।

ମିଥୁନ: ସୁଯୋଗର ଉପଯୋଗ କରିପାରନ୍ତି। ଉତ୍ତମ ସ୍ୱାସ୍ଥ୍ୟ ସମ୍ପନ୍ନ ହେବେ। ପାରିବାରିକ ସୁଖ ମିଳିବ; ମାତ୍ର ଏଥିପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ସୁଭାଷୀ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ।

କର୍କଟ: ସେବା ମନୋଭାବ ଗ୍ରହଣ କରିପାରନ୍ତି। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‍ କରି ଗଢ଼ିତୋଳିବ। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। କର୍ମତତ୍ପରତା ପ୍ରକାଶ ପାଇବ। ପାରିବାରିକ ସୁଖ ଅବ୍ୟାହତ ରହିବ।

ସିଂହ: କାର୍ଯ୍ୟରେ ସଫଳତା ଲାଭ କରିବେ। ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ ହୋଇପାରେ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତି କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। ଦୟାଳୁ ହେବେ।

କନ୍ୟା: ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। କାର୍ଯ୍ୟରେ ସଫଳତା ମିଳିବ। ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ସରକାରଙ୍କ ଦ୍ୱାରା ଅନୁଗୃହିତ ହୋଇପାରନ୍ତି। ସମ୍ମାନିତ ହେବେ।

ତୁଳା: ଶତ୍ରୁତା ବୃଦ୍ଧି ହେବ; ମାତ୍ର ଅନିଷ୍ଟ ହେବ ନାହିଁ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ସ୍ୱାଭିମାନୀ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉ ଥିବାରୁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ନିଷେଧ।

ବିଛା: ବନ୍ଧୁ ମିଳନ ଘଟିପାରେ। ଶ୍ରେଷ୍ଠ ସମ୍ମାନ ମିଳିବ। ଯାନବାହନଯୁକ୍ତ ହୋଇପାରନ୍ତି। ଗ୍ରାମାଧୀଶ ହେବାର ସୁଯୋଗ ଅଛି। ପରାକ୍ରମୀ ହେବେ। ବହୁଜନ ପୋଷକ ହୋଇପାରନ୍ତି। ଘାତଚନ୍ଦ୍ର ହେତୁ ପାହାଚ ଚଢ଼ାରେ ସତର୍କ ହେବେ।

ଧନୁ: ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସତ୍‍କର୍ମରେ ବ୍ୟୟ କରିପାରନ୍ତି। ଜନସାଧାରଣଙ୍କର ପ୍ରିୟ ଭାଜନ ହୋଇପାରନ୍ତି। ବିଚକ୍ଷଣ ବୁଦ୍ଧି ପ୍ରୟୋଗ କରି ଲକ୍ଷ୍ୟ ହାସଲ କରିବାରେ ପାରଙ୍ଗମ ହେବେ। ଶତ୍ରୁ ଅପସରି ଯିବ।

ମକର: ଲୋକ ସଂପର୍କ ବୃଦ୍ଧି ହେବ। ଖର୍ଚ୍ଚ ପରିମାଣ ଅଧିକ ହୋଇପାରେ। ସରକାରୀ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ପରୋପକାରୀ ହେବେ। ପୁତ୍ର ସୁଖ ମିଳିପାରେ। ଉତ୍ତମ କଥକ ହୋଇପାରନ୍ତି। ମାନ୍ୟତା ପ୍ରାପ୍ତି ହେବେ।

କୁମ୍ଭ: ଶୁଭ ସମାଚାର ପାଇ ଖୁସି ହେବେ। ସୁଖ ସମ୍ମାନ ଲାଭ କରିବେ। କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ। ଗୋଷ୍ଟୀ, ନଗର ବା ଗ୍ରାମର ଅଧିପତି ହୋଇପାରନ୍ତି। ଦଣ୍ଡପତି ଓ ମନ୍ତ୍ରଣା ଶକ୍ତିଯୁକ୍ତ ହେବେ।

ମୀନ: ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ। ଯଶସ୍ୱୀ ହେବେ। ଉତ୍ତମା ରମଣୀଯୁକ୍ତ ହୋଇପାରନ୍ତି। ସର୍ବତ୍ର ବିଜୟୀ ହେବେ। ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି। ସକଳ ଗୁଣଯୁକ୍ତ ହେବେ।

Comments are closed.