www.samajalive.in
Wednesday, December 10, 2025
18.1 C
Bhubaneswar

କ୍ରୀଡ଼ାର ବିକାଶ ପାଇଁ ଶିଳ୍ପୋଦ୍ୟୋଗ ଓ ପ୍ରମୁଖ କ୍ରୀଡ଼ାବିତ୍‌ମାନଙ୍କ ସହଭାଗିତା ଏକ ଗତିଶୀଳ ପ୍ରୟାସ।:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କ୍ରୀଡ଼ାର ବିକାଶ ପାଇଁ ଶିଳ୍ପୋଦ୍ୟୋଗ ଓ ପ୍ରମୁଖ କ୍ରୀଡ଼ାବିତ୍‌ମାନଙ୍କ ସହଭାଗିତା ଏକ ଗତିଶୀଳ ପ୍ରୟାସ। ରାଜ୍ୟର ସବୁ ଜିଲ୍ଲାରେ ଅଧିକରୁ ଅଧିକ ତୃଣମୂଳସ୍ତରର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୫‘ଟି’ ଅଭିଯାନର ଅଂଶସ୍ୱରୂପ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ସଂପୂର୍ଣ୍ଣ ରୂପାନ୍ତର ଘଟିବ । ‘ଆମେ ଉତ୍କର୍ଷ ହାସଲ ନିମନ୍ତେ ଉଦ୍ୟମ କରୁଥିବା କ୍ରୀଡ଼ାବିତ୍‌ମାନଙ୍କୁ ସହଯୋଗ ଅବ୍ୟାହତ ରଖିବୁ’। ଛତ୍ରପୁରଠାରେ ଏକ ସିନ୍ଥେଟିକ୍‌ ଟ୍ରଫ ହକି ତାଲିମ କେନ୍ଦ୍ର ନିର୍ମାଣ କରାଯିବ। ରାଜ୍ୟରେ କ୍ରୀଡ଼ା କାର୍ଯ୍ୟକ୍ରମକୁ ଅଧିକ ବିସ୍ତୃତ କରିବା ପାଇଁ ହିଞ୍ଜିକିକାଟୁ ଇନ୍‌ଡୋର ଷ୍ଟାଡିୟମ୍‌ ଓ ଛତ୍ରପୁର ଇନ୍‌ଡୋର ହଲ୍‌ ନିର୍ମାଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

- Advertisement -

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନ୍‌ଫରେନ୍ସ ଜରିଆରେ ହିଞ୍ଜିକିକାଟୁ, ଛତ୍ରପୁର ଓ ଭୁବନେଶ୍ୱରଠାରେ ତିନୋଟି କ୍ରୀଡ଼ା ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ଓ ଏହା ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମି ପାଇଁ ଏକ ସ୍ମରଣୀୟ ଦିବସ ହୋଇରହିବ ବୋଲି କହିଛନ୍ତି। ଆଦିତ୍ୟ ବିର୍ଲା ଗ୍ରୁପ୍‌ ଓ ଗଗନ ନାରଙ୍ଗଙ୍କ ସହଯୋଗ ପାଇଁ ଖୁସି ବ୍ୟକ୍ତ କରିବା ସହିତ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଯୁବ ପ୍ରତିଭାମାନଙ୍କୁ ପ୍ରୋତ୍ସାହନ ଦେବାରେ କୁମାର ମଙ୍ଗଳମ୍‌ ବିର୍ଲା ଓ ଅଲିମ୍ପିଆନ୍‌ ଗଗନ ନାରଙ୍ଗଙ୍କୁ ଧନ୍ୟବାଦ ଜଣାଇଥିଲେ।
କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଆସ୍କା ସାଂସଦ ପ୍ରମିଳା ବିଶୋଇ, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜାତୀୟ ରାଇଫେଲ୍‌ ସଂଘର ବରିଷ୍ଠ ଉପସଭାପତି କଳିକେଶ ନାରାୟଣ ସିଂହଦେଓ, ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାର ମଙ୍ଗଳମ୍‌ ବିର୍ଲା, ଅଲମ୍ପିଆନ୍‌ ଓ ସୁଟର ବିଧାୟକବୃନ୍ଦ ଉପସ୍ଥିତ ଥିଲେ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଭିନୀଲ କ୍ରିଷ୍ଣା ଓ ଅନ୍ୟ ଅତିଥିମାନେ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫‘ଟି’) ଭି.କେ. ପାଣ୍ଡିଆନ୍‌ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।


ହିଞ୍ଜିିଳିକାଟୁସ୍ଥିତ ବିଶ୍ୱସ୍ତରୀୟ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍‌ ୧.୫ ଏକର ଜମି ଉପରେ ନିର୍ମିତ ଓ ଏଥିରେ ୩୦୦ ଦର୍ଶକ ବସି ଦେଖିବାର ସୁବିଧା ରହିଛି। ଏହାର ମଧ୍ୟ ବ୍ୟାଡ୍‌ମିଣ୍ଟନ, ଭଲିବଲ୍‌ ଓ ବାସ୍କେଟ୍‌ବଲ୍‌ କୋର୍ଟ ସହିତ ଯୋଗା, ବାୟାମ ଓ ଫିଜିଓଥେରାପି ପାଇଁ ସୁବିଧା ରହିଛି। ଛତ୍ରପୁର ଇନ୍‌ଡୋର ହଲ୍‌ରେ ୩ଟି ବିଶ୍ୱସ୍ତରୀୟ ବ୍ୟାଡ୍‌ମିଣ୍ଟନ୍‌ କୋର୍ଟ ରହିଛି। ଅନୁରୂପ ଭାବରେ ଆଦିତ୍ୟ ବିର୍ଲା-ଗଗନ ନାରଙ୍ଗ ହାଇ ପରଫର୍‌ମାନ୍ସ କେନ୍ଦ୍ର ଦ୍ୱାରା ପରିଚାଳିତ କଳିଙ୍ଗ ଷ୍ଟାଡିୟମ୍‌ରେ ୨୨ ଲେନ୍‌ବିଶିଷ୍ଟ ୧୦ ମିଟର ରେଞ୍ଜ ଓ ନବୀକୃତ ୫୦ ମିଟର ରେଞ୍ଜ ରହିଛି। ଦୈନିକ ୬୦ ଜଣ ଖୋଳଳୀଙ୍କ ଏଠାରେ ତାଲିମ ନେଇପାରିବେ।

 

Hot this week

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

Related Articles

Popular Categories