www.samajalive.in
Monday, December 8, 2025
16.1 C
Bhubaneswar

ତୁର୍କୀ ଓ ଗ୍ରୀସ୍‌ରେ ବଡ଼ ଧରଣର ଭୂମିକମ୍ପ : ୪ ମୃତ, ଶତାଧିକ ଆହତ, ଅନେକ ଅଟ୍ଟାଳିକା ମିଶିଲା ମାଟିରେ

ଇଷ୍ଟାବୁଲ୍‌: ତୁର୍କୀ ଓ ଗ୍ରୀସ୍‌ରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଭୂମିକମ୍ପ ତୀବ୍ରତା ୭ ବୋଲି ଜଣାପଡ଼ିଛି। ଏହିୀ ଭୂମିକମ୍ପରେ ଗ୍ରୀସ୍‌ରେ ସୁନାମି ଆସିଥିବାବେଳେ ତୁର୍କୀରେ ଅନେକ ଅଟ୍ଟାଳିକ ମାଟିରେ ମିଶି ଯାଇଛି।

- Advertisement -

ତୁର୍କୀର ଏଜିଆନ୍‌ କୋଷ୍ଟରେ ଭୂମିକମ୍ପ ଅନୁଭୂତ ହେବା ଦ୍ବାରା ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨୦ଜଣ ଗୁରୁତର ଆହତ ହୋଇଛନ୍ତି। ଯେଉଁମାନଙ୍କ ମୃତ୍ୟୁ ହୋଇଛି ସେମାନେ ସମୁଦ୍ର ଭିତରକୁ ଟାଣି ହୋଇଯାଇଛନ୍ତି। ଏଜିଆନ୍‌ କୋଷ୍ଟରେ ଅନୁଭୂତ ଭୂମିକମ୍ପ ୧୬.୫ କିଲୋମଟର ପର୍ଯ୍ୟନ୍ତ ପ୍ରଭାବିତ ହୋଇଥିଲା ବୋଲି ତୁର୍କୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି

ଭୂମିକମ୍ପ ପ୍ରଭାବରେ ବହୁ ଅଟ୍ଟାଳିକା ଧ୍ବଂଶ ହୋଇଯାଇଥିବାବେଳେ ତୁର୍କୀର ଇଜ୍‌ମିର ରିସୋର୍ଟ ସିଟିକୁ ସମୁଦ୍ର ପାଣି ମାଡ଼ି ଆସିଥିଲା ଓ ରାସ୍ତାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସାମୋସ୍‌ର ଏଜିଆନ୍‌ ସମୁଦ୍ର ଉପକୂଳରେ ଏକ ଛୋଟ ସୁମାମୀ ଆସିଥିଲା। ୟୁଏସ୍‌ ଜିଓଲୋଜିକାଲ୍‌ ସର୍ଭେ ଅନୁଯାୟୀ ଭୂମିକମ୍ପର ତୀବ୍ରତା ୭.୦ ରହିଥିବାବେଳେ ଏହାର ପ୍ରଭାବ ୧୪କିଲୋମିଟ ପର୍ଯ୍ୟନ୍ତ ରହିଥିଲା।

ତୁର୍କୀ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ଯେ ଭୂମିକମ୍ପ ତୀବ୍ରତା ୬.୬ ରହିଛି, ତେବେ ଗ୍ରୀସ୍‌ ସେସ୍‌ମୋଲୋଜିକାଲ୍‌ ଏଜେନ୍ସି ଏହାର ତ୍ରୀବ୍ରତା ୬.୭ ବୋଲି ଦର୍ଶାଇଛି। ଇଜ୍‌ମିର ସହରର ଲୋକେ ଲମ୍ବା ରବର ପାଇପ୍‌ ସହାୟତାରେ ଜୀବନ ବଞ୍ଚାଇଥିବା ଜଣାପଡ଼ିଛି। ତୁର୍କୀ ସଭାପତି ରିସେପ୍‌ ତାୟିପ୍‌ ଏର୍ଡୋଗାନ୍‌ ଟ୍ବିଟ୍‌ କରି କହିଛନ୍ତି ଯେ କୌଣସି ଲୋକ ଭୟମିତ ହୁଅନ୍ତୁ ନାହିଁ। ପ୍ରଶାସନ ପକ୍ଷରୁ ଭୂମିକମ୍ପ ପ୍ରଭାବିତ ବ୍ୟକ୍ତିଙ୍କ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ।
ତୁର୍କୀ ଓ ଗ୍ରୀସ୍‌ ଉଭୟ ଭୂମିକମ୍ପ ପ୍ରବଣ ଜୋନ୍‌ରେ ଅବସ୍ଥିତ। ୧୯୯ରେ ୭.୪ ତୀବ୍ରତାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏଥିରେ ଇନ୍‌ଷ୍ଟାବୁଲ୍‌ର ୧୦୦୦ ଲୋକଙ୍କ ସମେତ ୧୭ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୧୧ରେ ଭ୍ୟାନ୍‌ ପ୍ରଦେଶର ଦକ୍ଷିଣ ପୂର୍ବ ଅଞ୍ଚଳରେ ଭୂମିକମ୍ପ ହୋଇଥିଲା ଏବଂ ଏଥିରେ ୬୦୦ ଲୋକଙ୍କ ଜୀବନ ଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories