www.samajalive.in
Sunday, December 7, 2025
13.1 C
Bhubaneswar

ଗୁଜୁରାଟର ୩ଟି ବଡ ପ୍ରକଳ୍ପକୁ ଉଦ୍‍ଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଗୁଜୁରାଟରେ ତିନୋଟି ବଡ଼ ପ୍ରକଳ୍ପକୁ ଉଦ୍‍ଘାଟନ କରିଛନ୍ତି।ମୋଦୀ ଗୁଜୁରାଟର କୃଷକମାନଙ୍କ ପାଇଁ କିଷାନ ସୂର୍ଯ୍ୟୋଦୟ ଯୋଜନାର ଶୁଭାରମ୍ଭ କରିଛନ୍ତି, ଯାହା ସେମାନଙ୍କୁ ଜଳସେଚନ ପାଇଁ ଦିନବେଳା ବିଦ୍ୟୁତ୍‍ ଶକ୍ତି ଯୋଗାଇବ। ସେ ମଧ୍ୟ ୟୁ.ଏନ୍‍. ମେହେଟ୍ଟା ହୃଦରୋଗ ପ୍ରତିଷ୍ଠାନ ଓ ଗବେଷଣା କେନ୍ଦ୍ର ସହ ସଂଯୁକ୍ତ ଶିଶୁ ହୃଦରୋଗ ହସ୍ପିଟାଲ୍‍କୁ ଉଦ୍‍ଘାଟନ କରିଛନ୍ତି। ଅହମ୍ମଦାବାଦର ସିଭିଲ୍‍ ହସ୍ପିଟାଲରେ ଟେଲି କାର୍ଡିଓଲୋଜି ଚିକିତ୍ସା ପାଇଁ ମୋବାଇଲ୍‍ ଆପ୍‍’ର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ ଗିର୍‍ନାରଠାରେ ରୋପ୍‍ ୱେର ମଧ୍ୟ ଉଦ୍‍ଘାଟନ କରିଛନ୍ତି। ଏହି ରୋପ୍‍ ୱେ ଦ୍ୱାରା ପର୍ଯ୍ୟଟକମାନେ ସାଢ଼େ ସାତମିନିଟ୍‍ ସମୟରେ ଗିର୍‍ନାର ପର୍ବତର ଶିଖରରେ ପହଞ୍ଚି ପାରିବେ। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି, ଗିର୍‍ ସୋମନାଥର ଜୁନାଗଡ଼ରୁ ଆରମ୍ଭ କରାଯାଇଥିବା କିଷାନ ସୂର୍ଯ୍ୟୋଦୟ ଯୋଜନା କୃଷକମାନଙ୍କ ଜୀବନରେ ଏକ ନୂଆ ସକାଳ ଆଣିଦେବ। ସେ କହିଛନ୍ତି, ଆଗାମୀ ଦିନଗୁଡ଼ିକରେ ଏହି ଯୋଜନା ୧ ହଜାରରୁ ଅଧିକ ଗ୍ରାମରେ କାର୍ଯ୍ୟକାରୀ କରାଯିବ ଓ ଲକ୍ଷଲକ୍ଷ କୃଷକଙ୍କ ଦୈନନ୍ଦିନ ଜୀବନରେ ଖୁସି ଆଣିଦେବ। ପ୍ରଧାନମନ୍ତ୍ରୀ କହିଛନ୍ତି ‘ଆମକୁ ବୁନ୍ଦାଏ ଜଳ ଅଧିକ ଅମଳ’ର ମନ୍ତ୍ର ସହ କୃଷିକ୍ଷେତ୍ରରେ ଅଗ୍ରସର ହେବାକୁ ପଡ଼ିବ। ଏହା ଦ୍ୱାରା କୃଷକମାନେ ଦିନବେଳା ବିଦ୍ୟୁତ୍‍ଶକ୍ତି ପାଇ କ୍ଷୁଦ୍ର ଜଳସେଚନର ବ୍ୟବସ୍ଥା କରିପାରିବେ।

- Advertisement -

ପ୍ରଧାନମନ୍ତ୍ରୀ କହିଛନ୍ତି, ୟୁ.ଏନ୍‍ ମେହେଟ୍ଟା ହସ୍ପିଟାଲ ଭାରତରେ ଆଜି ଏକ ବୃହତ ହୃଦରୋଗ ଚିକିତ୍ସା ଅନୁଷ୍ଠାନ ହୋଇପାରିଛି। ସେ କହିଛନ୍ତି ପ୍ରତ୍ୟେକ ଗ୍ରାମକୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଉଦ୍ୟମ କରାଯାଉଛି। ଶ୍ରୀ ମୋଦୀ କହିଛନ୍ତି ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଗୁଜୁରାଟର ୨୧ ଲକ୍ଷ ଲୋକ ଚିକିତ୍ସିତ ହୋଇସାରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଗିର୍‍ନାର ପର୍ବତରେ ରୋପ୍‍ ୱେ ବ୍ୟବସ୍ଥାର ସ୍ଥାପନ ସହ ପାହାଡ଼ର ଚୂଡ଼ାରେ ଅବସ୍ଥିତ ମନ୍ଦିରକୁ ଯିବା ପାଇଁ ପର୍ଯ୍ୟଟକମାନଙ୍କୁ ମାତ୍ର ୭ରୁ ୮ ମିନିଟ୍‍ ସମୟ ଲାଗିବ। ସେ କହିଛନ୍ତି, ଏହା ମଧ୍ୟ ରାଜ୍ୟ ପର୍ଯ୍ୟଟନର ବିକାଶରେ ସାହାଯ୍ୟ କରିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories