ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ପୁଞ୍ଚ୍ ଜିଲାରେ ଆତଙ୍କବାଦୀମାନେ ଗତ ଶନିବାର ଭାରତୀୟ ବାୟୁସେନା ଗାଡି ଉପରେ ଆକ୍ରମଣ କରିଥିଲେ। ଏଥିରେ ଭିକି ପାହାଡି ନାମକ ଯବାନ ସହିଦ ହୋଇଥିବାବେଳେ ଆହତ ଅନ୍ୟ ୪ ଜଣ ଉଦ୍ଧାମପୁରସ୍ଥିତ ସେନା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ସ୍ଥଳସେନା ପକ୍ଷରୁ ୨ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରାଯାଇଛି। ଏମାନଙ୍କ ସମ୍ପର୍କରେ ସୂଚନା ଦେଲେ ୨୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି। ଶନିବାର ସନ୍ଧ୍ୟା ୬ଟା ସମୟରେ ପୁଞ୍ଚ୍ ଜିଲାର ସୁରନ୍କୋଟ୍ ଅଞ୍ଚଳରେ ସଶସ୍ତ୍ର ଆତଙ୍କବାଦୀମାନେ ବାୟୁସେନାର ଯବାନଙ୍କୁ ନେଇ ଯାଉଥିବା ଗାଡି ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଚାରିଜଣ ଆତଙ୍କବାଦୀ ସାମିଲ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ଲସ୍କର ଆତଙ୍କବାଦୀ ସାଜିଦ ଜୁଟ୍ ଏହି ଆକ୍ରମଣର ମାଷ୍ଟର ମାଇଣ୍ଡ ବୋଲି ଜାମ୍ମୁ-କାଶ୍ମୀର ପୁଲିସ ପକ୍ଷରୁ କୁହାଯାଇଛି। ସ୍ଥଳସେନାର ପାରା କମାଣ୍ଡୋମାନେ ଉକ୍ତ ଅଞ୍ଚଳକୁ ଘେରାଉ କରି ତଲାସି ଅଭିଯାନ ଜାରି ରଖିଛନ୍ତି। ଭାରତୀୟ ବାୟୁସେନା ପକ୍ଷରୁ ସହିଦ ଭିକି ପାହାଡିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଛି।
Popular Categories



