ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ, ୩ ଦଳର ଷ୍ଟାର ପ୍ରଚାରକ ଚୂଡାନ୍ତ

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲରେ ଉପ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ପ୍ରଚାର ଜୋରଦାର କରିବାକୁ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ ବିଜେଡି ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛନ୍ତି। ବିଜୁ ଜନତା ଦଳ ପକ୍ଷରୁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଧାୟକ, ସାଂସଦ ଓ ଦଳୀୟ ନେତା ରହିଛନ୍ତି। ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ଅନନ୍ତ ଦାସ, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ସଞ୍ଜୟକୁମାର ଦାସବର୍ମା, ଅତନ୍‍ୁ ସବ୍ୟସାଚୀ ନାୟକ, ଅରୁଣକୁମାର ସାହୁ, ପ୍ରତାପ ଜେନା, ନବକିଶୋର ଦାସ, ସୁଶାନ୍ତ ସିଂହ, ରାଜଶ୍ରୀ ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ କେଶରୀ ଦେବ, ନିରଞ୍ଜନ ପୂଜାରୀ, ସମୀର ରଞ୍ଜନ ଦାସ, ପ୍ରେମାନନ୍ଦ ନାୟକ, ଦେବାଶିଷ ସାମନ୍ତରାୟ, ଦିବ୍ୟଶଙ୍କର ମିଶ୍ର, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରବୀନ୍ଦ୍ରକୁମାର ଜେନା, ପ୍ରଶାନ୍ତ କୁମାର ମୁଦୁଲି, ରଘୁନନ୍ଦନ ଦାସ, ସୁଦାମ ମାର୍ଣ୍ଡି, ଜୀବନପ୍ରଦୀପ ଦାସ, ମୁଜିବୁଲ୍ଲା ଖାଁ, ଆକାଶ ଦାସନାୟକ, ଅରିନ୍ଦମ ରାୟ ଓ ସତ୍ୟବ୍ରତ ତ୍ରିପାଠୀ ପ୍ରଚାର ମଇଦାନକୁ ଓହ୍ଲାଇବେ।

ସେହିପରି ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଅରୁଣ ସିଂହଙ୍କ ଅନୁମୋଦନକ୍ରମେ ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ପାଇଁ ସଂପୃକ୍ତ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରାଯାଇଛି। ଏଥିମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଜୁଏଲ ଓରାମ, ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାୟକ, ଅରୁଣ ସିଂହ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସାଂସଦ ସୁରେଶ ପୂଜାରୀ, ବସନ୍ତ କୁମାର ପଣ୍ଡା, କେ ଭି ସିଂହଦେଓ, ମନମୋହନ ସାମଲ, ବିଶେଶ୍ୱର ଟୁଡ଼ୁ, ଡ. ସମ୍ବିତ ପାତ୍ର, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସାଂସଦ, ଅଶ୍ୱିନୀ ବୈଷ୍ଣବଙ୍କ ସହିତ ବିଜୟ ମହାପାତ୍ର, ବିଧାୟକ ବିଷ୍ଣୁ ସେଠୀ, ଖାରବେଳ ସ୍ୱାଇଁ, ପୂର୍ବତନ ପୁଲିସ ମହାନିର୍ଦେଶକ ପ୍ରକାଶ ମିଶ୍ର, ମୋହନ ଚରଣ ମାଝୀ, ସୁକାନ୍ତ କୁମାର ନାୟକ, ରଘୁନାଥ ମହାନ୍ତି, ପଦ୍ମଲୋଚନ ପଣ୍ଡା, ଜୟନାରାୟଣ ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ପ୍ରସାଦ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ଭୃଗୁ ବକ୍ସିପାତ୍ର ଓ ବିଭୂପ୍ରସାଦ ତରାଇ ପ୍ରମୁଖ ରହିଛନ୍ତି।

କଂଗ୍ରେସ ମଧ୍ୟ ୩୦ ଜଣିଆ ଷ୍ଟାର ପ୍ରଚାରକ ଭାବେ କଂଗ୍ରେସର ରାଜ୍ୟପ୍ରଭାରୀ ଡ. ଏ ଚେଲାକୁମାର,ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜିତେନ୍ଦ୍ର ସିଂହ,ଜିତିନ ପ୍ରସାଦ, ଭକ୍ତ ଚରଣ ଦାସ, ଅନିଲ ଚୌଧୁରୀ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝି, ଜି.ରୁଦ୍ରରାଜୁ, ଶରତ ରାଉତ, ଡ. ବିଶ୍ୱରଞ୍ଜନ ମହାନ୍ତି, ଡ଼.ରାଗିଣୀ ନାୟକ, ସୁଶ୍ମିତା ଦେବ, ରାମଚନ୍ଦ୍ର ଖୁଣ୍ଟିଆ, ସୁଶୀଳା ତିରିଆ,ଅଭିଜିତ ମୁଖାର୍ଜୀ, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସପ୍ତଗିରି ଉଲାକା, ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଇଂ,ମହମ୍ମଦ ମୋକିମ,ରଞ୍ଜିବ ବିଶ୍ୱାଳ,ଇମ୍ରାନ ପ୍ରତାପଗ୍ରାହୀ, ଘନେଶ୍ୱର ବେହେରା, ବିଜୟଲକ୍ଷ୍ମୀ ସାହୁ, ଡ. ହମିଦ ହୁସେନ,ଡ. ସ୍ମୃତିରଞ୍ଜନ ଲେଙ୍କା ପ୍ରମୁଖଙ୍କ ତାଲିକାକୁ ଏଆଇସିସି ସାଧାରଣ ସମ୍ପାଦକ କେ. ସି ବେଣୁଗୋପାଲ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ନିକଟକୁ ପଠାଇଛି।

Comments are closed.