www.samajalive.in
Sunday, December 7, 2025
23.1 C
Bhubaneswar

ଶୁଭାରମ୍ଭ ହେଲା ସ୍ବାମୀତ୍ବ ଯୋଜନା; ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୩୨ହଜାରଙ୍କୁ ମିଳିଲା ଭୂସମ୍ପତ୍ତି କାର୍ଡ

ନୂଆଦିଲ୍ଲୀ: ଜମିଜମା ରେକର୍ଡ ସଂରକ୍ଷଣ କ୍ଷେତ୍ରରେ କେନ୍ଦ୍ର ସରକାର ରବିାବର ନୂଆ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ବାମୀତ୍ବ ଯୋଜନାର ଶୁଭାରମ୍ଭ କରିଛନ୍ତି। ହିତାଧିକାରୀଙ୍କୁ ଜମିପଟ୍ଟା ପ୍ରଦାନ କରିବାସହ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଯୋଜନା ଅଧୀନରେ ପ୍ରାୟ ୧, ୩୨,୦୦୦ ଲୋକଙ୍କୁ ଭୂ-ସମ୍ପତ୍ତିର ବିବରଣୀ ଥିବା କାର୍ଡ ମିଳିଛି। ସେମାନଙ୍କ ମୋବାଇଲ୍ ଫୋନକୁ ଆସିଥିବା ଏସଏମଏସ ଲିଙ୍କ୍ ମାଧ୍ୟମରେ ସେମାନଙ୍କ ସମ୍ପତ୍ତି ବିବରଣୀ ଥିବା କାର୍ଡଗୁଡ଼ିକୁ ଡାଉନଲୋଡ୍ କରିପାରିବେ। ଏହି ଯୋଜନାକୁ ଲକଡାଉନ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିଲେ ଏବଂ ଆଜି ଏହାର ପ୍ରଥମ ପର୍ୟ୍ୟାୟ ଆରମ୍ଭ ହୋଇଛି।

- Advertisement -

ସୂଚନା ଅନୁଯାୟୀ, ଏହାଦ୍ବାରା କାହାକୁ ଆଉ ନିଜ ପାଖରେ କବଲା କିମ୍ବା ପଟ୍ଟା ରଖିବାକୁ ପଡ଼ି ନ ପାରେ। ଆଧାର କାର୍ଡ ଭଳି ଏକ ଡିଜିଟାଲ କାର୍ଡରେ ସମସ୍ତ ଭୂସମ୍ପତ୍ତିର ରେକର୍ଡ ବା ବିବରଣୀ ଉପଲବ୍ଧ ହେବ। ଏହାକୁ ଆବଶ୍ୟକ ସମୟରେ ଏଟିଏମ୍‌ କାର୍ଡ ଭଳି ମଧ୍ୟ ବ୍ୟବହାର କରାଯାଇପାରିବ। ଡ୍ରେ‌ାନ କ୍ୟାମେରା ମ୍ୟାପିଂ ମାଧ୍ୟମରେ ଭୂସମ୍ପତ୍ତିର ବିବରଣୀ ନିଆଯାଇ ଏହି କାର୍ଡରେ ସ୍ଥାନିତ କରାଯାଇଛି। ଏହାଦ୍ବାରା ଆଉ କେହି ଜମିଜମା କାଗଜପତ୍ରକୁ ନେଇ ବିବାଦରେ ଫସିବାର ଆଶଙ୍କା ରହିବ ନାହିଁ। ପୁନଶ୍ଚ ବର୍ଷ ବର୍ଷ ଧରି ଚାଲିଥିବା ସମ୍ପତ୍ତି ବିବାଦର ଅନ୍ତ ଘଟିବା ଆଶା କରାଯାଉଛି। ଏସଭିଏମଆଇଟିଭିଏ ଯୋଜନାରେ ସରକାର ଜମି ମାଲିକଙ୍କ ପାଇଁ ଏହି ସୁବିଧା କରିଛନ୍ତି। ଏଭଳି ଅଭିନବ ବ୍ୟବସ୍ଥାର ପ୍ରାଥମିକ ପ୍ରସ୍ତୁତି ଶେଷ ହୋଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୭୬୩ ଗାଁର ୧୩୨,୦୦୦ ଲୋକଙ୍କୁ ଭୂସମ୍ପତ୍ତିର ବିବରଣୀ ଥିବା ଏଭଳି କାର୍ଡ ପ୍ରଦାନ କରିଛନ୍ତି। ହରିୟାଣାର ୨୨୧, କର୍ଣ୍ଣାଟକର ୨, ମହାରାଷ୍ଟ୍ରର ୧୦୦, ମଧ୍ୟପ୍ରଦେଶର ୪୪, ଉତ୍ତରପ୍ରଦେଶର ୩୪୬ ଗାଁର ଲୋ​‌​‌କେ ଏହି ଭୂସମ୍ପତ୍ତି କ‌ାର୍ଡ ପାଇବେ। ସୂଚନାଯୋଗ୍ୟ ଯେ ଏହି ଡ୍ରୋନ୍‌ ମ୍ୟ‌ାପିଂ କାର୍ଯ୍ୟ ଗତ ଏପ୍ରିଲ୍ ୨୪ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ‘ଏସଭିଏମଆଇଟିଭିଏ’ ପ୍ରକଳ୍ପରେ କାର୍ଯ୍ୟକାରୀ ହେଉଛି। ୨୦୨୪ସୁଦ୍ଧା ୬.୪୦ ଲକ୍ଷ ଗାଁର ମ୍ୟାପିଂ କରାଯିବା ଲକ୍ଷ୍ୟ ରଖାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories