ମିଗ୍‍ ବିମାନ ଦୁର୍ଘଟଣାଗ୍ରସ୍ତ:ପାଇଲଟ ମୃତ

0

କାଗଡ଼ା: ହିମାଚଳପ୍ରଦେଶର କାଗଡ଼ା ନିକଟରେ ବାୟୁସେନାର ମିଗ-୨୧ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନ ଚଲାଉଥିବା ପାଇଲଟଙ୍କୁ ବିମାନ ଖରାପ ହେବାର ପୂର୍ବାନୁମାନ ଜଣାପଡ଼ିବା କ୍ଷଣି ସେ ବିମାନରୁ ଜରୁରୀଅବତରଣ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ପାଇଲଟଙ୍କ ମୃତ୍ୟୁ ହୋଇଯାଇ ଥିବା ଜଣା ପଡ଼ିଛି। ବାୟୁସେନାର ଏହି ବିମାନଟି ପଞ୍ଜାବର ପଠାନକୋଟ ଆସୁଥିଲା। ଏହି ସମୟରେ କାଗଡ଼ାର ଜବାଲୀଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

୨୦୧୬ସେପ୍ଟେମ୍ବରରେ ମଧ୍ୟ ବାୟୁସେନାର ଆଉ ଏକ ମିଗ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଉକ୍ତ ସମୟରେ ବିମାନରେ ଉପସ୍ଥିତ ଦୁଇ ପାଇଲଟ ପାରାଚ୍ୟୁଟ ଦ୍ୱାରା ସୁରକ୍ଷିତ ତଳକୁ ଓହ୍ଲାଇ ଯାଇଥିଲେ। ମିଗ ୨୧ବିମାନକୁ ବାୟୁସେନା ଯୁଦ୍ଧରେ  ବ୍ୟବହାର କରିବା ବନ୍ଦ କରିଦେଇଛି। ୨୯ଡିସେମ୍ବରରେ ବାୟୁସେନା ପକ୍ଷରୁ ମିଗ-୨୧ ଶେଷ ଥର ପାଇଁ ଆକାଶରେ ଉଡ଼ିଥିଲା। ପରବର୍ତ୍ତୀ ସମୟରେ ମିଗ ବିମାନକୁ ବାୟୁସେନା କେବଳ ବୈଷୟିକ ଜ୍ଞାନ କୌଶଳ କ୍ଷେତ୍ରରେ ବ୍ୟବହାର କରୁଥିଲା।

Leave A Reply