www.samajalive.in
Monday, December 15, 2025
27.1 C
Bhubaneswar

ଏକା ହୋଇ ଯାଇଛନ୍ତି ଯୋଶଦା ମା’….

ବଲାଙ୍ଗିର : ଇଏ ସେ ଦ୍ୱାପର ଯୁଗର ଯୋଶଦା ମା’ ନୁହେଁ। ଯିଏ କେବଳ ଶ୍ରୀକୃଷ୍ଣଙ୍କୁ ନଦେଖିଲେ ପାଗଳ ହୋଇଯାଉଥିଲେ। ଏ ହେଉଛନ୍ତି ସେହି ଯୋଶଦା, ଯାହାଙ୍କ କୋଳରେ ଏ ଯୁଗର କେତେ ଯେ ଶ୍ରୀକୃଷ୍ଣ ଖେଳିଛନ୍ତି। ଅନେକଙ୍କୁ ତାଙ୍କରି ହାତରେ ପାଳିଛନ୍ତି, ପୋଷିଛନ୍ତି। ତାଙ୍କ କୋଳରେ ଛୋଟରୁ ବଡ ହୋଇଛନ୍ତି। କେତେ ଯେ ପିଲାଙ୍କୁ ମଣିଷ କରିଛନ୍ତି। ହେଲେ ଗୋପପୁରକୁ ଆଉ ସେ ଶ୍ରୀକୃଷ୍ଣମାନଙ୍କୁ ଆସିବାର ଅନୁମତି ନାହିଁ। ଗୋପପୁର ହୋଇଯାଇଛି ଖାଁ ଖାଁ। ଯାହା ଫଳରେ ମା’ ଡାକ ଆଉ ଶୁଣିବାକୁ ପାଉ ନାହାନ୍ତି ସେ। ଏକା ହୋଇଯାଇଛନ୍ତି ଯୋଶଦା ମା’।

ବଲାଙ୍ଗିର ସହର ନିକଟସ୍ଥ ଚଟିଆପାଲି। ସେଠି ରହିଛି ଯୋଶଦା ବଗର୍ତ୍ତୀଙ୍କ ଘର। ସ୍ୱାମୀ ସ୍ୱର୍ଗତ ପର୍ଶୁରାମ ବଗର୍ତ୍ତୀ। ସେ ପୂର୍ବରୁ ବଲାଙ୍ଗିର ପୌର ପରିଷଦ ଅଧିନରେ ପିଅନ ଭାବେ କାର୍ଯ୍ୟ କରୁଥିଲେ। ଏଇ ଗଲା ଦୁଇ ତିନି ବର୍ଷ ତଳେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ରାଧାରମଣ ନଗର ବା ଗନ୍ଧରେଲ ସ୍ଥିତ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱାମୀଙ୍କ ସହ କାହିଁ କେତେ ଦିନରୁ ରହି ଆସୁଥିଲେ। ଅନାଥ ପିଲାମାନଙ୍କ ପାଇଁ ଏଠି ଆଶ୍ରମ ଥିବା ବେଳେ ଏଠାରେ ଥିବା ସ୍କୁଲରେ ସେମାନଙ୍କ ପାଠ ପଢିବା, ରହିବା ଓ ଖାଇବାର ବ୍ୟବସ୍ଥା ଥିଲା। ତାଙ୍କ ସ୍ୱର୍ଗତ ସ୍ୱାମୀ ପର୍ଶୁରାମ ଜଗୁଆଳି ଭାବେ ରହିବା ସହ ଅନେକ କଥା ବୁଝୁଥିଲେ। ହେଲେ ଏହାରି ଭିତରେ ଯୋଶଦା ମା’ ବି ଅନାଥ ପିଲାମାନଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ସହ ସମୟ ବିତାଉଥିଲେ। ପିଲମାନଙ୍କୁ ନିଜ ଅନାବିଳ ସ୍ନେହ, ମମତା ଦେଇ ସେମାନଙ୍କ ମା’ ହୋଇଥିଲେ। ଦୀର୍ଘ ବର୍ଷ ଯାଏଁ ଏଠି ରହିବା ଫଳରେ ଅନେକ ପିଲା ତାଙ୍କ କୋଳରେ ବଢିଛନ୍ତି। ଗଲା ଦୁଇ ବର୍ଷ ହେଲା ସରକାର ଏଠୁ ଅନାଥ ପିଲାଙ୍କୁ ରଖିବାର ବ୍ୟବସ୍ଥା ବନ୍ଦ କରିଦେଲେ। ଆଉ ପିଲାମାନେ ଏଠି ରହୁ ନାହାନ୍ତି। ହେଲେ ଯୋଶଦା ମା’ ପିଲାମାନଙ୍କୁ ଭୁଲି ପାରୁନାହିଁ। ଏହି ସ୍ଥାନ ଛାଡି ବି ପାରୁନାହିଁ। ସ୍ୱାମୀ ଆରପାରିକୁ ଗଲା ପରେ ମଧ୍ୟ ସେ ଆଜି ମଧ୍ୟ ଏଠି ଏକାକୀ ରହୁଛନ୍ତି। ଯେତେ ଭୁଲିବାକୁ ଚେଷ୍ଟା କଲେ ମଧ୍ୟ ସେ ଭୁଲେଇ ପାରୁ ନାହାନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ପୌରପାଳିକା ପକ୍ଷରୁ ତାଙ୍କୁ କୌଣସି ସ୍ଥାନରେ ଥଇଥାନ କରିବା କଥା। କିନ୍ତୁ ଆଜି ଯାଏଁ କରିନାହାନ୍ତି। ତଥାପି ତାଙ୍କ ଆଶା ରହିଛି। ତାଙ୍କୁ ସରକାରୀ ଭାବେ କିଛି ବ୍ୟବସ୍ଥା କରାଯିବ। ଏସବୁ ଭିତରେ କିନ୍ତୁ ଏକଲା ହୋଇଯାଇଛନ୍ତି ଏ ଯୁଗର ଯୋଶଦା।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories