www.samajalive.in
Monday, December 15, 2025
27.1 C
Bhubaneswar

ସାବଧାନ ! ମାତିଛନ୍ତି ଚୋର

ବଲାଙ୍ଗିର: ଅସୁରକ୍ଷିତ ବଲାଙ୍ଗିର ସହର। କିଛି ଦିନ ଭିତରେ ସହର ଭିତରେ ଏକାଧିକ ଚୋର ଲୁଟ ଘଟଣା ସାମ୍ନାକୁ ଆସିଛି। ଘର କିମ୍ବା କ୍ୱାର୍ଟରରେ ତାଲା ପକାଇ ବାହାରକୁ ଗଲେ ଆସିବା ବେଳକୁ ତାହା ସୁରକ୍ଷିତ ଥିବ ନା ନାହିଁ ତାହା କହିବା ମୁସ୍କିଲ। ଶୁକ୍ରବାର ରାତ୍ରିରେ ଶାନ୍ତିପଡାରେ ରହୁଥିବା ଜୟନ୍ତ ଦାସଙ୍କ ଘରେ ଚୋର କଳାକନା ବୁଲାଇଥିବା ଥାନାରେ ଅଭିଯୋଗ ହୋଇଛି। ପାଖ ଘରେ ଶୋଇଥିବା ବେଳେ ରାତ୍ରିରେ ଚୋର ପଶି ଟଙ୍କା ଓ ସୁନାଗହଣ ଚୋରୀ କରିଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି ଶ୍ରୀ ଦାସ।
ସୂଚନା ଅନୁସାରେ ଶାନ୍ତିପଡାରେ ରହୁଥିବା ଜୟନ୍ତ ଦାସ ଶୁକ୍ରବାର ରାତ୍ରିରେ ଅନ୍ୟତ୍ର ସେ ଶୋଇଥିଲେ। ଏହାର ସୁଯୋଗ ନେଇ ଚୋର ମାନେ ଘର ଭିତରେ ପ୍ରବେଶ କରି କଳାକନା ବୁଲାଇଛନ୍ତି। ସକାଳୁ ସେ ଘରକୁ ଯିବା ପରେ ଆଲମାରୀ ଫଡା ହୋଇପଡ଼ିଥିବା, କପଡା ସବୁ ଇତଃସ୍ତତଃ ହୋଇପଡ଼ିଥିବା ଦେଖିବାକୁ ପାଇଥିଲେ। ଚୋର ମାନେ ସେ ରଖିଥିବା ୪୦ହଜାର ନଗଦ ଟଙ୍କା ଓ ପାଖାପାଖି ୧୫ ଭରି ସୁନା ଚୋରୀ ହୋଇଥିବା ସେ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଟାଉନ ପୁଲିସ ଅଭିଯୋଗକାରୀଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ତେବେ ସହର ଭିତରେ ଦିନକୁଦିନ ଚୋରୀ ଘଟଣା ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ସହରରେ କରୋନାରେ ସଂକ୍ରମିତ ହୋଇ ଲୋକ ମାନେ ଘରେ ତାଲା ପକାଇ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ବେଳେ ଏହାର ସୁଯୋଗ ନେଇ ଚୋର ମାନେ ହାତସଫା କରୁଥିବା ଅଭିଯୋଗ ହୋଇଛି। ଗତ କିଛି ମାସ ତଲେ ଲକଡାଉନ ପାଇଁ ଗାଁ କୁ ଯାଇଥିବା ଜଣଙ୍କ ଘରେ ଚୋର ସବୁକିଛି ସଫା କରିଦେଇଥିବା ଅଭିଯୋଗ ହୋଇଥିଲା। କିଛି ଦିନ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଜଣେ ଔଷଧ ବ୍ୟବସାୟୀ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ଘରୁ ଚୋରୀ ହୋଇଥିବା ଜଣାପଡ଼ିଥିଲା। ଏମିତିରେ ଛୋଟମାଟେ ଅନେକ ଚୋରୀ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏନେଇ ପୁଲିସ ପକ୍ଷରୁ କୈାଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। ଏମିତିରେ ଲୋକେ ଚୋରମାନଙ୍କ ଉତ୍ପାତ କୁ ନେଇ ଅସୁରକ୍ଷିତ ମନେ କରୁଥିବା ବେଳେ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସହରବାସୀ ଦାବି କରିଛନ୍ତି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories