www.samajalive.in
Thursday, December 11, 2025
26.1 C
Bhubaneswar

ସୁଧ ଉପରେ ସୁଧ ଛାଡ ଦେଶର ଅର୍ଥନୈତିକ ସ୍ଥିତି ଉପରେ ପ୍ରତିକୂଳ ପ୍ରଭାବ ପକାଇବ : ଆରବିଆଇ

ନୂଆଦିଲ୍ଲୀ :  ଋଣ ପରିଶୋଧ କରିବାର ରିହାତି ସମୟ ୬ମାସରୁ ଅଧିକ ବୃଦ୍ଧି କରାଯିବା ଦ୍ୱାରା ଏହା ଋଣ ପ୍ରଦାନ ନିୟମର ଉଲଙ୍ଘନ କରିବ ବୋଲି ରିଜର୍ଭ ବ୍ୟାଙ୍କ ସୁପ୍ରିମକୋର୍ଟରେ ଜଣାଇଛି। ଏହାଦ୍ୱାରା ଦେଶରେ ଋଣ ପାଇଁ ପାଣ୍ଠି ଉପଲବ୍ଧ ପ୍ରକ୍ରିୟା ପ୍ରଭାବିତ ହେବ ବୋଲି ରିଜର୍ଭ ବ୍ୟାଙ୍କ କହିଛି।
ଋଣ ପରିଶୋଧ ସମୟରେ ରିଆତି ସଂକ୍ରାନ୍ତ ଏକ ମାମଲାରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ରିଜର୍ଭ ବ୍ୟାଙ୍କ କହିଛି, ଋଣ ପରିଶୋଧ ପାଇଁ ରିଆତି ସମୟ ଦୀର୍ଘକାଳୀନ ହେଲେ ଏହା ଋଣ ଗ୍ରହୀତାମାନଙ୍କ ଆଚରଣ ଉପରେ ପ୍ରଭାବ ପକାଇବା ସଙ୍ଗେ ସଙ୍ଗେ ଋଣ ପରିଶୋଧ ଆରମ୍ଭ କରିବାର ପ୍ରକ୍ରିୟାରେ ମଧ୍ୟ ଅସୁବିଧା ସୃଷ୍ଟି କରିବ।
ସୁପ୍ରିମକୋର୍ଟଙ୍କର ଗତ ୫ ତାରିଖର ନିର୍ଦ୍ଦେଶ ଉପରେ ରିଜର୍ଭ ବ୍ୟାଙ୍କ ଏହି ସତ୍ୟପାଠ ଦାଖଲ କରିଛି। କୋବିଡ ସଂକ୍ରମଣ ଦୃଷ୍ଟିରୁ ଋଣ ପରିଶୋଧ
ସଂକ୍ରାନ୍ତରେ କେ.ଭି.କାମତ୍‍ କମିଟି ସୁପାରିଶ ଗୁଡ଼ିକୁ କାର୍ଯ୍ୟକାରୀ କରିବାପାଇଁ ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କକୁ କହିଥିଲେ। ରିଜର୍ଭ ବ୍ୟାଙ୍କ କହିଛି ସୁଧ ଉପରେ ସୁଧ ଛାଡ ପାଇଁ ଯେକୌଣସି ନିର୍ଦ୍ଦେଶ ଦେଶର ଅର୍ଥନୈତିକ ସ୍ଥିତି ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଏହା ବ୍ୟାଙ୍କଗୁଡ଼ିକ ପାଇଁ ମଧ୍ୟ ବଡଧରଣର ଅସୁବିଧା ସୃଷ୍ଟି କରିବ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୧୩ ତାରିଖକୁ ଦିନଧାର୍ଯ୍ୟ କରାଯାଇଛି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories