କଂଗ୍ରେସ ନାମରେ ମୁସଲମାନ ଦଳ ଦାଗ : ସୋନିଆ

0

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଶୁକ୍ରବାର ମୋଦି ସରକାରକୁ କଡ଼ା ସମାଲୋଚନା କରିଛନ୍ତି । ବିଜେପି ସାମ୍ପ୍ରଦାୟିକତାକୁ ପ୍ରୋତ୍ସାହନ ଦେଇ କଂଗ୍ରେସ ନାମରେ ମୁସଲମାନ ଦଳ ହେବାର ଦାଗ ଲଗାଇଛି ବୋଲି ସେ କହିଛନ୍ତି ।

ସୋନିଆ କହିଛନ୍ତି ଯେ ଶାସକ ବିଜେପି ଉତ୍ତେଜକ ଭାଷଣ ଦେଇ ଲୋକଙ୍କ ସ୍ୱାଧୀନତାକୁ ନିରନ୍ତର ବିପଦରେ ରଖୁଛି। କଂଗ୍ରେସର ଛବିକୁ ମୁସଲମାନ ଦଳ ଭାବେ ପ୍ରସ୍ତୁତ କରି ବିଜେପି ନିର୍ବାଚନ ଲଢୁଛି । ଏଥି ଯୋଗୁଁ ଗତ ନିର୍ବାଚନରେ କଂଗ୍ରେସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା ଓ କ୍ଷତି ସହିବାକୁ ପଡ଼ିଥିଲା ବୋଲି ସେ ମତବ୍ୟକ୍ତ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷା ପଦ ଛାଡ଼ିବା ପରେ ପ୍ରଥମ ଥର ସୋନିଆ ଭାରତରେ ଗଣତନ୍ତ୍ରର ଭୂମିକା ଓ ଦଳ ସମ୍ପର୍କରେ ସାରଗର୍ଭକ ଭାଷଣ ଦେଇଛନ୍ତି ।

ଶୁକ୍ରବାର ଏକ ବୈଦ୍ୟୁତିକ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗଦେଇ ସୋନିଆ ଗାନ୍ଧି ନିଜ ଦଳ ସମ୍ପର୍କରେ କହିବା ସହ ୨୦୧୯ରେ ତାଙ୍କ ଦଳ ଶାସନକୁ ଫେରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ପ୍ରକାଶ ଯେ ବିରୋଧୀ ଦଳଙ୍କୁ ଏକାଠି କରିବାକୁ ସୋନିଆ ମାର୍ଚ୍ଚ ୧୩ରେ ନୈଶ୍ୟ ଭୋଜିର ଆୟୋଜନ କରିଛନ୍ତି । ଏହି ନୈଶ୍ୟ ଭୋଜିରେ ଅନେକ ବିରୋଧୀ ଦଳ ନେତା ଯୋଗଦେବେ ବୋଲି ଜାଣିବାକୁ ମିଳିଛି ।

Leave A Reply