www.samajalive.in
Sunday, December 7, 2025
23.1 C
Bhubaneswar

କମୁଛି ସଂକ୍ରମଣ, ବିଗୁଡୁଛି ଗ୍ରାମାଞ୍ଚଳ ସ୍ଥିତି

ଭୁବନେଶ୍ବର: ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ଗତି ଧୀରେ ଧୀରେ ମନ୍ଥର ହେଉଥିଲେ ହେଁ ଗ୍ରାମାଞ୍ଚଳର ସ୍ଥିତି ଚିନ୍ତାଜନକ ରହିଛି। ଆର୍ଥିକ ଦୁଃସ୍ଥିତିରେ ଥିବା ଗ୍ରାମାଞ୍ଚଳର ଲୋକମାନେ ପେଟପାଟଣା ପାଇଁ କ୍ଷେତ, ଖାଦାନରେ ଦଳବଦ୍ଧଭାବେ କାମ କରିବାକୁ ବାଧ୍ୟ ହେଉଛନ୍ତି। ଏ କ୍ଷେତ୍ରରେ ସାମାଜିକ ଦୂରତ୍ବ ବଜାୟ ରଖିବା ସେମାନଙ୍କ ପକ୍ଷେ ସମ୍ଭବପର ହେଉନାହିଁ। ଫଳରେ ଏହି ଦିନ ମଜୁରିଆଙ୍କ ମଧ୍ୟରେ ସଂକ୍ରମଣ ଖେଳିଯାଉଥିବାବେଳେ ଗ୍ରାମାଞ୍ଚଳର ଦୁର୍ବଳ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ପରିସ୍ଥିତିକୁ ଜଟିଳ କରିଦେଉଛି। ଏଭଳି ସ୍ଥିତିରେ ସରକାର ଗ୍ରାମଞ୍ଚଳରେ କୋଭିଡ୍‌ ମୁକାବିଲା ପ୍ରତି ସ୍ବତନ୍ତ୍ର ଧ୍ୟାନ ନ ଦେଲେ ଭାରତରେ ଆଗକୁ କରୋନା ସଂକ୍ରମଣ ସ୍ଥିତି ଅଧିକ ସଂଗୀନ ହୋଇପାରେ ବୋଲି ନ୍ୟୁୟର୍କ ଟାଇମ୍ସ ଆଶଙ୍କା ପ୍ରକଟ କରିଛି।

ଶୁକ୍ରବାର ରାଜ୍ୟରେ ଦୈନିକ ସଂକ୍ରମଣରେ କିଛିଟା ଆଶ୍ବସ୍ତି ମିଳିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି। ଗୁରୁବାର ରାଜ୍ୟରେ ୪୫,୧୬୯ ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୨୬୯୭ ସଂକ୍ରମିତ ଥିବା ଜଣାପଡ଼ିଛି। ତେବେ କରୋନା ପାଇଁ ଆଉ ୧୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଲଗାତାର ଭାବେ ବାଲେଶ୍ବରରେ ସର୍ବାଧିକ ପ୍ରାଣ ହରାଉଛନ୍ତି। ଗତ କାଲି ୪ ଜଣଙ୍କ ଜୀବନ ଯାଇଥିବା ବେଳେ ଆଜି ଆଉ ୩ ସଂକ୍ରମିତ ପ୍ରାଣ ହରାଇଛନ୍ତି। ଗତ ୫ ଦିନରେ ବାଲେଶ୍ବରରେ ୧୭ ଜଣ କରୋନା ପଜିଟିଭ୍‌ ପ୍ରାଣ ହରାଇଲେଣି। ଜିଲାରେ ଏବେ ସୁଦ୍ଧା ୮୪୬୫ ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ସଂକ୍ରମିତ ପ୍ରାଣ ହରାଇଛନ୍ତି। ଆସନ୍ତାକାଲି ସୁଦ୍ଧା ରାଜ୍ୟରେ ମୃତ୍ୟୁସଂଖ୍ୟା ହଜାରେ ଟପିବା ନେଇ ଯଥେଷ୍ଟ ଆଶଙ୍କା ରହିଛି। ଆଜି ୩୪୦୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories