www.samajalive.in
Sunday, December 7, 2025
18.1 C
Bhubaneswar

ନୂତନ ବିଦେଶୀ ମଦଦୋକାନ ଖୋଲିବା ନିଷ୍ପତ୍ତିକୁ ବିରୋଧ

ନବରଙ୍ଗପୁର : ନବରଙ୍ଗପୁର ପୌରପାଳିକାର ୱାର୍ଡ ନମ୍ବର- ୧୩ ଓ ୧୫ ବାସିନ୍ଦାମାନେ ନୂତନ ଭାବେ ଖୋଲାହେବାକୁ ଥିବା ବିଦେଶୀ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ବିରୋଧ ଜଣାଇଛନ୍ତି। ଏ ସମ୍ପର୍କରେ ଏହି ଅଞ୍ଚଳର ବାସିନ୍ଦାମାନେ ଏକ ଲିଖିତ ଅଭିଯୋଗପତ୍ର ଜିଲାପାଳ ଡଃ. ଅଜିତ କୁମାର ମିଶ୍ରଙ୍କୁ ଦେବା ପରେ ଏହାର ନକଲ ଶୁକ୍ରବାରଦିନ ଅବକାରୀ ଅଧିକ୍ଷକ ପ୍ରଦୀପ ପଟ୍ଟନାୟକଙ୍କୁ ଭେଟି ପ୍ରଦାନ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ସ୍ଥାନୀୟ  ମହିଳା ମହାବିଦ୍ୟାଳୟ ନିକଟସ୍ଥ ଭାରତ ପେଟ୍ରୋଲ ପମ୍ପଠାରୁ ଭିଜିଲାନ୍ସ ଅଫିସ ରୋଡର ପାଶ୍ୱର୍ବର୍ତ୍ତୀ ସ୍ଥାନରେ ଏକ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଖୋଲିବାକୁ ପ୍ରସ୍ତାବ ରହିଛି। ଯାହା କି ୱାର୍ଡ ନମ୍ବର- ୧୩ ଓ ୧୫ର ଅଂଶରେ ରହିଛି। ଏହି ପ୍ରସ୍ତାବିତ ମଦ ଦୋକାନ ଖୋଲା ହେଲେ ସଂପୃକ୍ତ ଅଞ୍ଚଳର ପରିବେଶରେ ଅଶାନ୍ତି ସୃଷ୍ଟି ହେବ ବୋଲି ସାହି ବାସିନ୍ଦାମାନେ ଆଶଙ୍କା ପ୍ରକାଶ କରିଛନ୍ତି। ୨୦୦ ମିଟର ମଧ୍ୟରେ ମହିଳା ମହାବିଦ୍ୟାଳୟ ସମେତ ଉତ୍କଳ କଲେଜ ଓ ପୌରପାଳିକାର ଏକ କଲ୍ୟାଣ ମଣ୍ଡପ ରହିଛି। ଏହା ବ୍ୟତୀତ ସେହି ରାସ୍ତା ଭାରୀଯାନ ଚଳାଚଳ ପାଇଁ ବାଇପାସ୍‍ ରାସ୍ତା ରୂପେ ବ୍ୟବହୃତ ହେଉଛି। ଏଭଳି ସ୍ଥିତିରେ ଏହି ଅଞ୍ଚଳରେ ମଦ ଦୋକାନ ଖୋଲାଗଲେ ଛାତ୍ରଛାତ୍ରୀଙ୍କ ଉପରେ ଏହାର କୁପ୍ରଭାବ ପଡିବା ସହ ବିବାହ, ବ୍ରତ ଆଦି କାର୍ଯ୍ୟରେ ବ୍ୟାଘତ ସୃଷ୍ଟି ହେବ। ଏତଦ୍ବ୍ୟତୀତ ଏହି ଅଞ୍ଚଳରେ  ଜନଗହଳି ସହ ଭାରି ମଟରଯାନ ଯାତାୟତ କରୁଥିବାରୁ ମଦ୍ୟପ ମାନଙ୍କ ଯୋଗୁଁ ଦୁର୍ଘଟଣା ହେବ ବୋଲି ଅଭିଯୋଗପତ୍ର ରେ ଦର୍ଶାଇଛନ୍ତି।  ଏହି ସମସ୍ତ କାରଣକୁ ନେଇଏହି  ପ୍ରସ୍ତାବିତ ମଦ ଦୋକାନକୁ ନଖୋଲିବାକୁ ଅବକାରୀ ଅଧିକ୍ଷକ ପ୍ରଦୀପ ପଟ୍ଟନାୟକଙ୍କୁ ଦୁଇ ୱାର୍ଡବାସିନ୍ଦା  ମହିଳା ଓ ପୁରୁଷ ମାନେ ଭେଟି ଦାବିପତ୍ର ପ୍ରଦାନ ସହ  ଆଲୋଚନା କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories