www.samajalive.in
Sunday, December 7, 2025
26.1 C
Bhubaneswar

ତାତିଲେ ମହିଳା, ଭାଙ୍ଗିଲେ ଦେଶୀ ମଦ ଭାଟି

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଦିନକୁ ଦିନ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବଢିବଢି ଚାଲିଥିବା ବେଳେ ଏହି ଚୋରା ମଦ କାରବାର ପାଇଁ ବିଭିନ୍ନ ପ୍ରକାର ଅପ୍ରତିକର ପରିସ୍ଥିତି ସୃଷ୍ଟି ହେଉଛି। ଏହି ଚୋରା ମଦ କାରବାରକୁ ଦମନ କରିବା ପାଇଁ ଫିରିଙ୍ଗିଆ ବ୍ଲକ ର ନୁଆଁପଦର ଏବଂ ଡିମିରିଗୁଡା ପଚାଂୟତ ଠାରେ ଗଠନ କରାଯାଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ଅଂଟା ଭିଡ଼ିଥିବା ବେଳେ ମହିଳା ମହାଶକ୍ତି ନାମରେ ଏକ ସଂଙ୍ଗଠନ ମଧ୍ୟ ଗଠନ କରାଯାଇଛି। ମହିଳା ସଂଙ୍ଗଠନକୁ ସାହାଯ୍ୟର ହାତ ବଢେଇଛନ୍ତି ଡିମିରିଗୁଡା ସଂଗ୍ରାମ ଯୁବକ ସଂଙ୍ଘ। ଗତ ୧୨ ତାରିଖ ଦିନ ଡିମିରିଗୁଡା ମା’ ପିତାବାଳୀ ମନ୍ଦୀର ପ୍ରାଙ୍ଗଣରେ ଏନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିବା ବେଳେ ମଦ ପିଉଥିବା ଲୋକଙ୍କୁ ୫ ହଜାର ଓ ବିକ୍ରି କରୁଥିବା ଲୋକ ଙ୍କୁ ୧୦ ହଜାର ଟଙ୍କା ଜୋରିମାନା ସହ ପଂଚାୟତ ସ୍ତରରେ ମିଳୁଥିବା ସୁବିଧାରୁ ବାଦ ପାଇଁ ମଧ୍ୟ ନିଷ୍ପତି ନିଆଯାଇଥିଲା। ତେବେ ଏହି ନିଷ୍ପତିକୁ ଅବମାନନା କରି ଡିମିରିଗୁଡା ଓ ନୁଆଁପଦର ଗ୍ରାମର କିଛି ଲୋକ ଖୋଲାଖୋଲି ଭାବେ ମଦ ପ୍ରସ୍ତୁତ କରିବା ସହ ବିକ୍ରି ମଧ୍ୟ କରୁଥିଲେ। ଏହି ଖବର ପାଇ ଯୁବକ ସଂଘର ସଭାପତି ରଘୁପତି କହଁର ଓ ବରିଷ୍ଠ ସଦସ୍ୟ ଶିବ ଭୁକ୍ତାଙ୍କ ନେତୃତ୍ୱରେ ଶତାଧିକ ମହିଳା ରାଜ ରାସ୍ତାକୁ ଓହ୍ଲାଇ ଆସି ଆନ୍ଦୋଳନ କରିବା ସହିତ ବିଭିନ୍ନ ଘରେ ଓ ଜଙ୍ଗଲରେ ଚଢଉ ପ୍ରାୟ ୪୦ ଲିଟର ଦେଶୀ ମଦ ଜବତ କରିବା ସହ  ମଦ ତିଆରି ସାମଗ୍ରି ହାଣ୍ଡି ମାଠିଆ ପୋଚ ସବୁ କୁ ନଷ୍ଟ କରିଦେଇଥିଲେ। ଏହାପରେ ଜବତ ହୋଇ ଥିବା ମଦ ଓ ମଦ ତିଆରି ସମଗ୍ରୀ ସବୁ ସ୍ଥାନୀୟ ଡିମିରି ଗୁଡା ପନଚାୟତ ପ୍ରତିନିଧି ପ୍ରଦିପ କୁମାର କହଁରଙ୍କ ପାଖରେ ଜମା ଦେଇଥିଲେ। ଅନ୍ୟପଟେ ମହିଳା ମାନଙ୍କ ଏଭଳି ମଦବିରୋଧି ଆନ୍ଦୋଳନ ଅନଚଳର ବୁଦ୍ଧିଜୀବୀ ମହଲରେ ବେସ ପ୍ରଶଂସା କରାଯାଇଥିବା ବେଳେ ଚୋରା ମଦ କାରବାର କରିଚାଲିଥିବା ମଦ ମାଫିଆ ମାନଙ୍କ ମଧ୍ୟରେ ବର୍ତମାନ ଛନକା ପସିଯାଇଥିବା ଦେଖିବାକୁ ମିଳିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories