www.samajalive.in
Saturday, December 6, 2025
26.1 C
Bhubaneswar

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ପକ୍ଷରୁ ବିକ୍ଷୋଭ

ଫୁଲବାଣୀ : ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଓ ରାଷ୍ଟ୍ରୀୟ ଆଦିବାସୀ ଛାତ୍ର ଓ ବହୁଜନ କ୍ରାନ୍ତି ମୋର୍ଚ୍ଚା ସମେତ କେତେକ ସାମାଜିକ ସଂଗଠନ କନ୍ଧମାଳ ପକ୍ଷରୁ ଆଜି ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉପରୋକ୍ତ ସାମାଜିକ ସଂଗଠନ ଗୁଡ଼ିକ ଉତ୍ତରପ୍ରଦେଶରେ ଘଟିଥିବା ଘଟଣାର ଯୁବତୀଙ୍କ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରାଯାଇଛି। ସମ୍ବିଧାନର ପଂଚମ ଓ ଷଷ୍ଠ ଅନୁସୂଚୀକୁ ଲାଗୁ କରିବା ଏବଂ ନିକଟରେ ଗିରଫ ହୋଇଥିବା ହରେକୃଷ୍ନ ମଳିକଙ୍କୁ ନିଃସର୍ତରେ ଛାଡ଼ କରିବା ପାଇଁ ଦାବି କରିଥିଲେ।

ପ୍ରକାଶଯେ, ଗତ କିଛିଦିନ ତଳେ ଗିରଫ ହୋଇଥିବା ହରେକୃଷ୍ଣ ମଲିକ ସୋସିଆଲ୍ ମିଡ଼ିଆରେ ବିଭିନ୍ନ ହିନ୍ଦୁ ଦେବାଦେବୀଙ୍କ ଉପରେ ବିଭିନ୍ନ ମତରଖି ପୋଷ୍ଟ କରିଥିବା ବେଳେ ଏହାକୁ କେତେକ ବିରୋଧ କରି ରାଜ୍ୟ ପୁଲିସ୍ ର ଦୃଷ୍ଟିଆକର୍ଷଣ କରିଥିଲେ ଓ ପରବର୍ତ୍ତି ସମୟରେ  ପୁଲିସ୍ ପକ୍ଷରୁ ଏକ ମାମଲା ରୁଜୁକରାଯାଇ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଏହି ସବୁ  ସଂଗଠନର ଗୁଡ଼ିକ ସ୍ଥାନୀୟ କଜେଲ ନିକକଟରୁ ପାରମ୍ପରିକ ସାଜସଜ୍ଜାରେ ଏକ ଶୋଭାଯାତ୍ରରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ଏ ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲା ପ୍ରଶାସନକୁ ପ୍ରଦାନ କରିଛନ୍ତି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories