ବୁର୍ଲା: ଉଦ୍ଭାବନ କ୍ଷେତ୍ରରେ ବୁର୍ଲାସ୍ଥିତ ଭିସୁଟକୁ ଏଆରଆଇଆଇଏ(ଅଟଲ ରେଙ୍କିଙ୍ଗ ଅଫ୍ ଇନଷ୍ଟିଚ୍ୟୁସନ ଅନ ଇନୋଭେସନ ଏଚିଭମେଣ୍ଟ) ପକ୍ଷରୁ ମିଳିଛି ବେଣ୍ଡ-ଏ ମାନ୍ୟତା ମୁଖ୍ୟ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକୁ ବ୍ୟବସ୍ଥିତ ଭାବରେ ମାନ୍ୟତା ଦେବା ପାଇଁ ଏଆରଆଇଆଇଏ ଉଦ୍ଭାବନ ସମ୍ବନ୍ଧୀୟ ସୁଚକ।ଙ୍କ ସର୍ବଭାରତୀୟସ୍ତରରେ ପ୍ରକାଶ କରିଥାଏ । ଇନୋଭେସନର ଅଧିକାଂଶ ଅଭିନବ ଅନୁଷ୍ଠାନ ବା ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ଏହାର ଲକ୍ଷ୍ୟ । ଏହି ରାଙ୍କିଂ ବର୍ତ୍ତମାନ ଭାରତୀୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ମଧ୍ୟରେ ଏହା ଅନେକ ଗ୍ରହଣୀୟ ହେଉଛି। ଉଚ୍ଚମାନର ଅନୁସନ୍ଧାନ ଗୁଡ଼ିକୁ ଉତ୍ସାହିତ କରାଯିବା ପାଇଁ ଏହି ରାଙ୍କିଂ କରାଯାଉଛି।
ଏହି ରେଙ୍କିଙ୍ଗରେ ଛଅଟି ମୁଖ୍ୟ ପ୍ରସଙ୍ଗ ରହିଛି। ଇନୋଭେସନ, ଷ୍ଟାର୍ଟ ଅଫ ଏବଂ ଉଦ୍ୟୋଗ ଉପରେ କାର୍ଯ୍ୟକ୍ରମ/କାର୍ଯ୍ୟକଳାପ, କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଏବଂ ସମର୍ଥନ କରିବା ପାଇଁ ବାର୍ଷିକ ବଜେଟ ଖର୍ଚ୍ଚ, ଇନୋଭେସନ, ଆଇପିଆର ଏବଂ ଉଦ୍ୟୋଗୀ ବିକାଶ ଉପରେ ପାଠ୍ୟକ୍ରମ ସହିତ ଅନ୍ୟ ତିନୋଟି ପାରାମିଟର ରହିଛି। ଏହାକୁ ଆଧାର କରି ରାଙ୍କିଂ ପ୍ରକ୍ରିୟା କରାଯାଇଥାଏ। ତେବେ ଭିସୁଟ ବେଣ୍ଡ-ଏ ମାନ୍ୟତ ପାଇବା ସହିତ (ରେଙ୍କ ୬-୨୫) ମଧ୍ୟରେ ରହିବାର ସୌଭାଗ୍ୟ ଅର୍ଜନ କରିଛି। ଯାହାକି ଭିସୁଟର ଛାତ୍ରଛାତ୍ରୀଙ୍କୁ ଉଦ୍ଭାବନ କ୍ଷେତ୍ରରେ ଉତ୍ସାହିତ କରିବ ବୋଲି ଭିସୁଟ ପକ୍ଷରୁ ମତପ୍ରକାଶ ପାଉଛି।



