www.samajalive.in
Saturday, December 6, 2025
14.1 C
Bhubaneswar

ଗୋଛାପଡାରୁ ୧୭ କେଜି ଗଂଜେଇ ଜବତ, ଜଣେ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲା ଗୋଛାପଡ଼ା ଥାନା ପୁଲିସ୍ ୧୭ କେଜି ଗଂଜେଇ ସହିତ ଏକ ବାଇକ୍ ଜବତ କରିଛି। ଏହି ଘଟଣାେ ଜଣକୁ ମଧ୍ୟ ଗିରଫ କରଇଛି। ଗିରଫ ବ୍ୟକ୍ତିର ନାମ ଦେବରାଜ ଦିଗାଲ।

ସୂଚନାଯୋଗ୍ୟ, ଏକ ବାଇକରେ ଗଂଜେଇ ଚାଲାଣ ହେଉଥିବାର ଖବର ପାଇଁ ଗୋଛାପଡା ଥାନା ଅଧିକାରୀ ତୃପ୍ତିରଞନ ନାଏକଙ୍କ  ନେତୃତ୍ୱରେ ଏକ ଟିମ୍ ଗୋଛାପଡା-ବାଳନ୍ଦାପଡା ରାସ୍ତାର କାମଟଣା ଗାଁ ନିକଟ ଜଗି ରହିଥିଲେ। ଏହି ସମୟରେ ଉକ୍ତ ରାସ୍ତାଦେଇ ଯାଉଥିବା ଗଂଜେଇ ଚାଲାଣକାରିକୁ ପୁଲିସ୍ ଗିରଫ କରିବାରେ ସଫଳ ହୋଇଥିଲେ। ସମ୍ପୃକ୍ତ ଗଂଜେଇ ମାଫିଆ ଜଣକ ବହୁବାର ପୁଲିସକୁ ଚକମା ଦେଇ ଖସି ଚାଲିଯାଉଥିଲା। ଶେଷରେ ଗୋଛାପଡା ପୁଲିସ ତାକୁ କାବୁ କରିବାରେ ସଫଳ ହୋଇଛି। ଗିରଫ ବ୍ୟକ୍ତିଜଣକ ଗୋଛାପଡା ପଚାଂୟତ ଡାମାରାଜୁ ଗ୍ରାମର। ଜବତ ଗଂଜେଇର ମୂଲ୍ୟ ଆନୁମାନିକ ୫୦ ହଜାର ଟଙ୍କା ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଥିବା ବେଳେ ଏନେଇ ଗୋଛାପଡ଼ା ଥାନାରେ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories