www.samajalive.in
Saturday, December 6, 2025
16.1 C
Bhubaneswar

ବେଗୁନିଆରେ ନୂତନ ତହସିଲଦାରଙ୍କ ଯୋଗଦାନ

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ସାରୁଅଠାରେ ଓଟିଭି କର୍ତ୍ତୃପକ୍ଷଙ୍କର ଜମି ହଡପ ନେଇ ଜିଲ୍ଲାପ୍ରଶାସନ ତରଫରୁ ତଦନ୍ତ ଜାରି ରହିଛି। କର୍ତ୍ତୃପକ୍ଷଙ୍କୁ ସୁହାଇଲା ଭଳି ବେଗୁନିଆ ତହସିଲଦାର ସମସ୍ତ କାଗଜ ପତ୍ର କରିଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। କିନ୍ତୁ ଏହି ଘଟଣାର ତଦନ୍ତ ଚାଲିଥିବାବେଳେ ସରକାର ଏଠାରେ କାର୍ୟ୍ୟରତ ତହସିଲଦାର ବିବେକାନନ୍ଦ ପରିଡାଙ୍କୁ ରାତିଅଧିଆ ବଦଳି କରିବା ପଛରେ କଣ ଭିତିରି ଉଦେଶ୍ୟ ରହିଛି ତାହା ଜାଣିବା ପାଇଁ ଜନସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଛି। ଶ୍ରୀ ପରିଡାଙ୍କୁ କଟକ ଜିଲ୍ଲାପାଳଙ୍କ ଅଫିସକୁ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ପୁରୀ ଜିଲ୍ଲା ଗୋପ ବ୍ଲକରେ ତହସିଲଦାର ଭାବେ କାର୍ୟ୍ୟ କରୁଥିବା ପୃଥ୍ୱୀରାଜ ମଣ୍ଡଳଙ୍କୁ ଖୋର୍ଦ୍ଧା ଜିଲ୍ଲା କାର୍ୟ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଥିଲା। ସେ ଆଜି ଶ୍ରୀ ପରିଡାଙ୍କ ସ୍ଥାନରେ ଯୋଗ ଦେଇ ତାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବା ପରେ ଲୋକମାନଙ୍କର ଗ୍ରିଭାନ୍ସ, ଏବଂ ସେମାନଙ୍କର କାର୍ୟ୍ୟ ସହିତ ସରକାରୀ ଅର୍ଥ ବାଟମାରଣା ଓ ବେଆଇନ ପଥର ଖଣିରୁ ହେଉଥିବା ଲୁଟ ଉପରେ ପ୍ରାଥମିକତା ଦେବେ ବୋଲି ଆମ ପ୍ରତିନିଧିଙ୍କୁ କହିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories