www.samajalive.in
Saturday, December 6, 2025
19.1 C
Bhubaneswar

ବେଆଇନ ମଦ ବିକ୍ରି ବନ୍ଦ ଦାବି

ଆଗଲପୁର : ଆଗଲପୁର ଫାଣ୍ଡି ଅଧିନରେ ପ୍ରତି ଛକରେ ବେଆଇନ ମଦବିକ୍ରି ହେଉଥିବା ଅଭିଯୋଗ ହେଉଛି। ଉକ୍ତ ବେଆଇନ ମଦବିକ୍ରି ବନ୍ଦ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ମହାମାରୀ କରୋନା ଭୂତାଣୁ କୁ ନିୟନ୍ତ୍ରଣ କରିବା ପାଇଁ ସରକାର ତରଫରୁ ଲକଡାଉନ ଘୋଷଣା କରିଥିଲେ। ଏହି ଲକଡାଉନ ସମୟରେ ଲୋକଙ୍କ ଜୀବନ ଜୀବିକାଉପରେ ପ୍ରଭାବିତହୋଇ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଆଗଲପୁର, ରୋତ, ଭରସୁଜା, ରେଙ୍ଗାଲି, ବୁଦୁଲା, ନଆଗଁ(କ) ରିନବଚନ, ଉଚ୍ଚବାହାଲ ତଥା ବିଭିନ୍ନ ଗାଁରେ ବେଆଇନ ଭାବେ ମଦବିକ୍ରି ହେଉଥିବା ଅଭିଯୋଗ ହେଉଛି। ସରକାରଙ୍କ ନିୟମ ଅନୁସାରେ ସରକାରଙ୍କ ସ୍ୱିକୃତୀ ପ୍ରାପ୍ତ ଦେଶୀ ଭାଟି ଓ ବିଦେଶୀ ଦୋକାନ ଗୁଡିକରେ କେବଳ ମଦ ବିକ୍ରି କରିବାର ନିୟମ ରହିଥିବାବେଳେ ପୁଲିସ ଓ ଅବକାରୀ ବିଭାଗର ଜାଣତରେ ପ୍ରତ୍ୟେକ ପୁର ପଲ୍ଲୀରେ ମଦବିକ୍ରି ହେଉଥିବାରୁ ବୁ୍ଦ୍ଧିଜୀବୀ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି। ଯାହାଫଳରେ ଅଞ୍ଚଳରେ ହିଂସା ବୃଦ୍ଧି ପାଉଥିବାବେଳେ ସ୍ତ୍ରୀ ଲୋକମାନଙ୍କରେ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେତେକ ସ୍ଥାନରେ  ମଦୁଆମାନେ ସ୍ତ୍ରୀ ଲୋକଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଆଗଲପୁର ଫାଣ୍ଡିରେ ଅଭିଯୋଗ ହୋଇଛି। ଏଣୁ ପ୍ରଶାସନ ତରଫରୁ ବେଆଇନ ମଦବିକ୍ରିକୁ ବନ୍ଦ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories