www.samajalive.in
Sunday, December 7, 2025
26.1 C
Bhubaneswar

ଅକ୍ଷୟ କୁମାରଙ୍କ ’ଲକ୍ଷ୍ମୀ ବମ୍’ ଟ୍ରେଲର ରିଲିଜ; ନଭେମ୍ବର ୯ରେ ରିଲିଜ୍ ହେବ ଏହି ହରର-କମେଡ଼ି ଫିଲ୍ମ

ଅକ୍ଷୟ କୁମାର ଏବଂ କିଆରା ଆଡଭାନୀଙ୍କ ହରର କମେଡ଼ି ଫିଲ୍ମ ଲକ୍ଷ୍ମୀ ବମ୍  ଟ୍ରେଲର ରିଲିଜ ହୋଇଛି। ଏଥିରେ  ଅକ୍ଷୟ କୁମାର ପ୍ରଥମ ଥର ପାଇଁ ଏକ କିନ୍ନର ଭୂମିକାରେ ଅଭିନୟ କରିଛନ୍ତି । ଆସନ୍ତା ନଭେମ୍ବର ୯ ତାରିଖରେ ଓଟିଟି ପ୍ଲାଟଫର୍ମରେ ଏହି ଫିଲ୍ମ ରିଲିଜ ହେବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଘବ ଲରେନ୍ସ। ଏହା ତାମିଲ ବ୍ଲକବଷ୍ଟର ’ମୁନି ୨- କାଞ୍ଚନା’ର  ରିମେକ୍ |

- Advertisement -

ଅକ୍ଷୟ ପୂର୍ବରୁ ଆକ୍ସନ୍, ଡ୍ରାମା, ଇମୋସନ୍ଠାରୁ ଆରମ୍ଭ କରି କମେଡି ପର୍ଯ୍ୟନ୍ତ ଚଳଚ୍ଚିତ୍ର କରିଛନ୍ତି, କିନ୍ତୁ ଏଥର ସେ ଏକ ଭିନ୍ନ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି । ଅକ୍ଷୟ ନିଜ ଟ୍ବିଟର ଆକାଉଣ୍ଟରେ ଏହାର ଦୁଇଟି ଭିଡ଼ିଓ ପୋଷ୍ଟ କରିଛନ୍ତି । ଏଥିରେ ଅକ୍ଷୟଙ୍କ ସହ କିଆରା ଆଡ଼ଭାନୀ ମୁଖ୍ୟ ଚରିତ୍ରରେ ଅଛନ୍ତି । କିଆରାଙ୍କ ସହ ଅକ୍ଷୟଙ୍କର ଏହା ଦ୍ବିତୀୟ ଫିଲ୍ମ । ପୂର୍ବରୁ ଉଭୟ ଗୁଡ଼୍ ନ୍ୟୁଜ​‌ରେ ଅଭିନୟ କରିଥିଲେ ।

ଲକ୍ଷ୍ମୀ ବମ୍ ର କାହାଣୀ ଅନୁଯାୟୀ ଅକ୍ଷୟଙ୍କ ଦେହରେ ଜଣେ କିନ୍ନରର ଆତ୍ମା ପ୍ରବେଶ କରିଛି ଓ ତା ପ୍ରତି ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେଉଛି । ଅକ୍ଷୟ ଶୁକ୍ରବାର ସକାଳେ ଟ୍ୱିଟ୍ ଚଳଚିତ୍ରର ଏକ ଗୀତ ପୋଷ୍ଟ କରିଛନ୍ତି । ୨୦୨୦​‌ରେ ଲକ୍ଷ୍ମୀ ବମ୍ ଅକ୍ଷୟଙ୍କର ମୁକ୍ତିଲାଭ କରୁଥିବା ପ୍ରଥମ ଫିଲ୍ମ । କରୋନା ସଂକ୍ରମଣ ଜନିତ ଥିଏଟର ବନ୍ଦ ଯୋଗୁଁ ଚଳିତ ବର୍ଷ କୌଣସି ଫିଲ୍ମ ରିଲିଜ୍ ହୋଇ ପାରିନାହିଁ । ତେବେ ଭାରତରେ ଏହା ଓଟିଟି ପ୍ଲାଟଫର୍ମରେ ରିଲିଜ ହେଉଥିଲେ ହେଁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ୟୁଏଇର ଦର୍ଶକମାନେ ଏହାକୁ ବଡ଼ ପରଦାରେ ଦେଖିପାରିବେ ।

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories