www.samajalive.in
Tuesday, December 9, 2025
16.1 C
Bhubaneswar

ଆକାଶରେ ଜନ୍ମ ନେଲା ଛୁଆ; ମିଳିବ ସାରା ଜୀବନ ମାଗଣା ବିମାନଯାତ୍ରାର ସୁଯୋଗ

ବିମାନ ଯାତ୍ରା ଦ୍ବାରା ଜଣେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯାତ୍ରା ସହଜରେ ସମ୍ଭବ । ମାତ୍ର ଏହି ଯାତ୍ରା ମହଙ୍ଗା ହୋଇଥିବାରୁ ସମସ୍ତେ ଏହାର ସୁଯୋଗ ପାଆନ୍ତି ନାହିଁ । ମାତ୍ର ବୁଧବାର ରାତିରେ ଜନ୍ମ ନେଇଥିବା ଏକ ଶିଶୁକୁ ମିଳିଛି ଆଜୀବନ ମାଗଣା ବିମାନ ଯାତ୍ରାର ସୁଯୋଗ । ସାରା ଜୀବନ ଏହି ପିଲା ମାଗଣାରେ ବିମାନ ଯାତ୍ରା କରିପାରିବ । ସ୍ବାଭାବିକ ଭାବରେ ପ୍ରଶ୍ନ ଉଠେ ଯେ କେଉଁ କାରଣ ପାଇଁ ପିଲାଟିକୁ ଆଜୀବନ ବିମାନ ଯାତ୍ରାର ସୁଯୋଗ ମିଳିବ ? ବାସ୍ତବ କଥା ହେଲା ଏହି ଶିଶୁ ଗତକାଲି ଉଡ଼ନ୍ତା ବିମାନରେ ହିଁ ଜନ୍ମ ନେଇଛି ଏବଂ ବିମାନ କମ୍ପାନୀର ନିୟମ ଅନୁସାରେ ଶିଶୁଟି ଏହି ସୁବିଧା ପାଇବାକୁ ହକଦାର ହୋଇଛି । ଏହାକୁ ନେଇ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚା ଆରମ୍ଭ ହୋଇଛି ।

- Advertisement -

ଗତକାଲି  ଦିଲ୍ଲୀରୁ ବାଙ୍ଗାଲୋର ଅଭିମୁଖେ ଯାଉଥିବା  ଇଣ୍ଡିଗୋ ବିମାନ (୬ଇ୧୨୨)ରେ ଜଣେ ମହିଳା ଏକ ସନ୍ତାନ ଜନ୍ମ ଦେଇଥିଲେ। ବିମାନଟି ବୁଧବାର ସନ୍ଧ୍ୟା ୭.୪୦ରେ  ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିଥିଲା । ଧାର୍ଯ୍ୟ ଅବଧି ପୂର୍ବରୁ ଜନ୍ମ ହୋଇଥିବା ଶିଶୁ ଓ ତାର ମା’ ସୁସ୍ଥ ଅଛନ୍ତି ବୋଲି ଇଣ୍ଡିଗୋ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ।

ବାୟୁସେନାର ଅବସରପ୍ରାପ୍ତ କ୍ୟାପଟେନ ଖ୍ରୀଷ୍ଟୋଫର ଶିଶୁ ଏବଂ ମହିଳାଙ୍କ କିଛି ଫଟୋ, ଭିଡିଓ ଟ୍ୱିଟ କରିଛନ୍ତି। ଟ୍ୱିଟ୍‌ରେ ସେ କହିଛନ୍ତି ଯେ ବୁଧବାର ସନ୍ଧ୍ୟା ୬.୧୦ ରେ ପିଲାଟି ମଝି ଆକାଶରେ ବିମାନ ମଧ୍ୟରେ   ଜନ୍ମ ହୋଇଛି। ବିମାନ ବନ୍ଦରରେ ଥିବା ସମସ୍ତ ଇଣ୍ଡିଗୋ ବିମାନ କର୍ମଚାରୀ ଉକ୍ତ ମହିଳାଙ୍କୁ ସ୍ୱାଗତ କରିଥିଲେ ଏବଂ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ ଉଭୟ ଶିଶୁ ଏବଂ ମା ସୁସ୍ଥ ଅଛନ୍ତି। ବିମାନରେ ଥିବା ଜଣେ ଡ଼ାକ୍ତର ଣୈଳଜା ଭାଲାବାନୀ ଶିଶୁର ପ୍ରସବରେ ସହାୟତା କରିଥିଲେ ।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories