www.samajalive.in
Sunday, December 7, 2025
26.1 C
Bhubaneswar

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଛେଚା ଖାଇ ଯୁବକ ଥାନାରେ ଅଟକ 

ବଲାଣି: ଦୁଷ୍କର୍ମ ଅଭିଯୋଗରେ ଛେଚା ଖାଇ ଜଣେ ଯୁବକ ଥାନାରେ ଅଟକ ରହିଛି। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲା ବଲାଣି ଥାନା ଅନ୍ତର୍ଗତ ବଲାଣି ବସ ଷ୍ଟାଣ୍ଡ ଠାରେ।

ସୂଚନାନୁସାରେ, ବସଷ୍ଟାଣ୍ଡ ନିକଟ ପାଉଁରୁଟି ଫ୍ୟାକ୍ଟ୍ରି ପଛ ହଟିଂରେ ରହୁଥିବା ଏକ ୧୦ ବର୍ଷୀୟା ନାବାଳିକା ଆଜି ସନ୍ଧ୍ୟା ପ୍ରାୟ ୬.୩୦ ମିନିଟ ସମୟରେ ବଲାଣି ବସଷ୍ଟାଣ୍ଡ ନିକଟରେ ଥିବା ଏକ ହୋଟେଲରୁ ଜଳଖିଆ କିଣି ଫେରୁଥିବା ସମୟରେ ପ୍ରତାପ ପୃଷ୍ଟି ଓରଫ ଧଳିଆ ତାକୁ ୨୦ ଟଙ୍କା ଜାଚିଥିଲା। ତେବେ ନାବାଳିକାଟି ଉକ୍ତ ଟଙ୍କା ନେବାକୁ ବାରଣ କରିବାରୁ ତାପଛରେ ଯାଇ ବସଷ୍ଟାଣ୍ଡ ନିକଟରେ ଥିବା ମହେନ୍ଦ୍ର ସ୍ୱାଇଁ କ୍ୟାମ୍ପକୁ ଘୋଷାଡି ନେଇଥିଲା। ନାବାଳିକାକୁ ନିସ୍ତୁକ ମାଡ଼ ମାରିବା ସହିତ ପାଟି କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ପରେ ନାବାଳିକା ତା କବଳରୁ ମୁକୁଳିବାକୁ ଚେଷ୍ଟା କରୁଥିବା ବେଳେ ବେକ ଚିପି ମାରିଦେବାକୁ ଚେଷ୍ଟା କରିବା ସହିତ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା। ତେବେ ନାବାଳିକା ପାଟି କରିବାରୁ ସେ ସେଠାରୁ ଦୌଡ଼ି ପଳାଇଥିଲା। ପରେ ଝିଅଟି ସେଠାରୁ ଆସି ଘରେ କହିବା ପରେ ଉକ୍ତ ଯୁବକକୁ ଘର ଲୋକ ଓ ହଟିଙ୍ଗ ଲୋକ ମିଶି ଖୋଜାଖୋଜି କରି ପାଇବା ପରେ ନିସ୍ତୁକ ମାଡ଼ ମାରିବା ସହିତ ବଲାଣି ପୁଲିସ ଜିମା ଦେଇଥିଲେ। ଏନେଇ ବଲାଣି ଥାନାରେ ଏକ ଲିଖିତ ଅଭିଯୋଗ ହେବା ସହିତ ପୁଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଳାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories