www.samajalive.in
Saturday, December 13, 2025
23.1 C
Bhubaneswar

ଆଣବିକ ନିରସ୍ତ୍ରୀକରଣ ପାଇଁ ବିଶ୍ୱବ୍ୟାପୀ ପ୍ରତିବଦ୍ଧତା ଜରୁରୀ – ଭାରତ

ଅଣୁ ଅସ୍ତ୍ର ସମ୍ପନ୍ନ ସମସ୍ତ ଦେଶ ମଧ୍ୟରେ ବିଶ୍ୱାସ ଓ ସହଯୋଗ ବୃଦ୍ଧି ପାଇଁ ଭାରତ ଶୁକ୍ରବାର ଦିନ ପାରସ୍ପରିକ ଆଲୋଚନା ପାଇଁ ଆହ୍ୱାନ ଦେଇଛି। ଏଫଏମସିଟି ଚୁକ୍ତି ଉପରେ ବୁଝାମଣାକୁ ଭାରତ ସମର୍ଥନ କରୁଥିବା କହିଛି। ଏହି ଆନ୍ତର୍ଜାତୀୟ ଚୁକ୍ତି ଅନୁଯାୟୀ ପରମାଣୁ ଅସ୍ତ୍ର କିମ୍ବା ଅନ୍ୟାନ୍ୟ ବିସ୍ଫୋରକ ଉପକରଣ ପାଇଁ ଏହି ସାମଗ୍ରୀର ଉତ୍ପାଦନକୁ ବାରଣ କରାଯାଇଛି।

ଆଣବିକ ଅସ୍ତ୍ରଶସ୍ତ୍ରର ସମ୍ପୂର୍ଣ୍ଣ ବିଲୋପ ପାଇଁ ଆନ୍ତର୍ଜାତୀୟ ଦିବସକୁ ସ୍ମରଣୀୟ ତଥା ପ୍ରୋତ୍ସାହିତ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଏହା କହିଛନ୍ତି। ଭାରତ କହିଛି ଯେ ଏକ ବିଶ୍ୱବ୍ୟାପୀ ପ୍ରତିବଦ୍ଧତା ଏବଂ ବହୁପକ୍ଷୀୟ ବୁଝାମଣା ଦ୍ୱାରା ପର୍ଯ୍ୟାୟ କ୍ରମେ ଆଣବିକ ନିରସ୍ତ୍ରୀକରଣ ହାସଲ କରାଯାଇପାରିବ।

- Advertisement -

ବୈଦେଶିକ ସଚିବ କହିଛନ୍ତି ଯେ ଜାତିସଂଘ ସାଧାରଣ ସଭାର ପ୍ରଥମ ସ୍ୱତନ୍ତ୍ର ଅଧିବେଶନର ଅନ୍ତିମ ଦଲିଲ ଅନୁଯାୟୀ ଭାରତ ଭେଦଭାବ ନଥିବା ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରତି ନିଜର ଦୀର୍ଘସ୍ଥାୟୀ ଏବଂ ଅବିରତ ପ୍ରତିବଦ୍ଧତାକୁ ଦୋହରାଇଛି। ସେ କହିଛନ୍ତି ଯେ ପରମାଣୁ ନିରସ୍ତ୍ରୀକରଣ ଉପରେ ଭାରତର ଆଭିମୁଖ୍ୟ ୨୦୦୬ର ଜାତିସଂଘ ସାଧାରଣ ସଭା ପ୍ରଥମ କମିଟିରେ ଏବଂ ୨୦୦୭ର ନିରସ୍ତ୍ରୀକରଣ ସମ୍ମିଳନୀରେ ଦାଖଲ ହୋଇଥିବା ଦସ୍ତାବିଜରେ ଅନ୍ତର୍ଭୁକ୍ତ ହୋଇଛି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories