ବସ୍ତା : ବାଲେଶ୍ୱର ଜିଲ୍ଲା ରୂପସା ଥାନା ପୋଡାଡିହା ଗାଁର ଭଗବାନ ରାଉଳଙ୍କ ପୁଅ କାଶୀନାଥ(୫୩)ଓ ତାଙ୍କ ସ୍ତ୍ରୀ କନକ (୪୫) ଗତ ରାତିରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତେବେ କାରଣ କିଛି ଜଣାପଡିନାହିଁ। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି।
କାଶୀନାଥ ରାଉଳ ଟ୍ରେନରେ ଫେରି କରେ। ଘରୋଇ କମ୍ପାନୀରୁ ଋଣ କରି ପରିବାର ଚଳାଉଥିଲେ। ଟ୍ରେନ ଚଳାଚଳ ବନ୍ଦ ଥିବାରୁ ଋଣ ପଇସା ଦେଇପାରିନଥିଲେ। ଘରୋଇ କମ୍ପାନୀ କର୍ମଚାରୀ ଋଣ ପରିଶୋଧ ପାଇଁ ବାରମ୍ବାର ତାଗିଦ କରିବାରୁ ଟ୍ରେନ ଚାଲିଲେ ଋଣ ଶୁଝି ଦେବେ ବୋଲି କହିବା ସତ୍ୱେ ସେମାନେ ରାଜି ହୋଇନଥିଲେ। କହିଥିଲେ ତୁମ ଡେଥ ସାର୍ଟିଫିକେଟ ଆମର ଦରକାର ବୋଲି ଶୁଣିବାକୁ ମିଳୁଛି। ଏହିଭଳି ଅତ୍ୟାଚାର ସହି ନପାରି କାଶୀନାଥ ଦମ୍ପତି ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି।
ଋଣଭାର ସହି ନ ପାରି ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ
Popular Categories



