www.samajalive.in
Tuesday, December 9, 2025
23.1 C
Bhubaneswar

ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ଇତିହାସର ପୃଷ୍ଠାରେ ଲିପିବଦ୍ଧ କରିବା ପାଇଁ ଆଗେଇ ଆସିବା ଦରକାର – ଧର୍ମେନ୍ଦ୍ର ପ୍ରଧାନ

ଭବନେଶ୍ୱର:  ଓଡ଼ିଆ ସମାଜର ସ୍ୱାଧୀନତା ସଂଗ୍ରାମୀଙ୍କ ସେବା ଓ ଅବଦାନକୁ ଇତିହାସର ପୃଷ୍ଠାରେ ଲିପିବଦ୍ଧ କରିବା ପାଇଁ ଏବଂ ଏକବିଂଶ ଶତାବ୍ଦୀରେ ଗାନ୍ଧୀଜୀଙ୍କ ବିଚାରରେ ଓଡ଼ିଶାକୁ ଆତ୍ମନିର୍ଭର କରିବା ପାଇଁ ସମସ୍ତେ ସକଳ୍ପ କରିବା ଦରକାର ବୋଲି ଶୁକ୍ରବାର ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜୟନ୍ତୀ ଅବସରରେ ‘ଓଡ଼ିଶା ସ୍ୱାଧୀନତା ସଂଗ୍ରାମୀ’ ସମିତି ପକ୍ଷରୁ ଆୟୋଜିତକାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଧାନ କହିଛନ୍ତି ଯେ, ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ଡା. ହରେକୃଷ୍ଣ ମହତାବ ବାଲେଶ୍ୱରର ଇଞ୍ଚୁଡ଼ି ଠାରେ ଲବଣ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ଗାନ୍ଧୀଜୀଙ୍କ ଦାଣ୍ଡି ଆନ୍ଦୋଳନ ପରେ ଏହା ଦ୍ୱିତୀୟ ବୃହତ୍ତମ ଆନ୍ଦୋଳନ ଭାବରେ ପ୍ରତିଷ୍ଠିତ ହୋଇପାରିଥିଲା। ସେହିପରି ଇରମରେ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ, ତାଳଚେରରେ ପ୍ରଜା ଆନ୍ଦୋଳନ, ଦେଶ ପାଇଁ ଶହୀଦ ହୋଇଥିବା ବାଜି ରାଉତଙ୍କ ବଳିଦାନ ଆଜି ମଧ୍ୟ ପ୍ରାସଙ୍ଗିକତା ରଖିଛି। ଏହାସହ ଭାରତୀୟ ବିଚାରରେ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଓ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ, ଚାଖି ଖୁଣ୍ଟିଆ, ଲକ୍ଷ୍ମଣ ନାୟକ, ଚକରା ବିଶୋଇ, ଡୋରା ବିଶୋଇଙ୍କ ରାଜ୍ୟ ଓ ଦେଶ ପାଇଁ ସେବା ଏବଂ ଅବଦାନ ଥିଲା ଅତୁଳନୀୟ। ସେ କହିଛନ୍ତି ମହାତ୍ମା ଗାନ୍ଧୀ ଗାନ୍ଧୀ ତାଙ୍କ ଜନଚେତନାର ପ୍ରୟାସରେ ଭାରତୀୟତାକୁ ମହତ୍ୱ ଦେଇଥିଲେ। ସେ ସମୟରେ ସ୍ୱାବଲମ୍ବନ, ଆତ୍ମନିର୍ଭର ହେବାକୁ କହି ଗାନ୍ଧିଜୀ ଜଣେ ବୈଷୟିକ ଦିଗଦର୍ଶନ ଦେବାର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ। ବିଶ୍ୱରେ ଭାରତୀୟତାର ମୂଲ୍ୟବୋଧକୁ ସ୍ଥାପନ କରିବାରେ କରିବାରେ ଗାନ୍ଧୀଜୀ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

- Advertisement -

୨୦୨୨କୁ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବ। ଆଜିର ଏକବିଂଶ ଶତାବ୍ଦୀରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ, ଚିନ୍ତନ, ନୀତିଶିକ୍ଷାର ପ୍ରଚାର ପ୍ରସାର କରିବା ପାଇଁ ଆମକୁ ଅଧିକ ଦାୟିତ୍ୱ ନେବା ପାଇଁ ପଡ଼ିବ ଏବଂ ଏହାକୁ ଆଧାର କରି ଓଡିଶାର ମୂଳ ବିଷୟ ଏବଂ ସ୍ୱାଧୀନତା ସଂଗ୍ରାମୀ ଏବଂ ସେମାନଙ୍କ ଅବଦାନକୁ ଇତିହାସର ପୃଷ୍ଠାରେ ଲିପିବଦ୍ଧ କରିବାକୁ ପଡ଼ିବ। ଏହି ଅବସରରେ ଶ୍ରୀ ପ୍ରଧାନ କୃଷି ଆଧାରିତ ଅର୍ଥନୀତିର ଦେଶ ଭାରତର ଏକତା ଏବଂ ଅଖଣ୍ଡତା ପାଇଁ ଅଦମ୍ୟ ପ୍ରଚେଷ୍ଟା କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ସମୟରେ ଶାସ୍ତ୍ରୀଜୀ ଜୟ ଜବାନ ଓ ଜୟ କିଷାନର ନାରା ଦେଇ ଲୋକଙ୍କୁ ସ୍ୱାବଲମ୍ବୀ କରିବାର ମହତ ବାର୍ତା ଦେଇଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଠାରେ ସତ୍ୟନିଷ୍ଠା, ସାଧୁତା, କରୁଣା ତଥା ମାନବିକତାର ଅନନ୍ୟ ମୂର୍ତ୍ତିମନ୍ତ ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ପୂଜ୍ୟ ବାପୁଙ୍କ ନୀତିଶିକ୍ଷା, ଆଦର୍ଶ ଓ ବିଚାର ଆଜି ମଧ୍ୟ ମାନବଜାତି ପାଇଁ ପ୍ରାସଙ୍ଗିକତା ବୋଲି କହିଥିଲେ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories