www.samajalive.in
Tuesday, December 9, 2025
23.1 C
Bhubaneswar

ଅଜଣା ରୋଗର ଯନ୍ତ୍ରଣାରେ ସଢୁଛି ନରେଶ: ପ୍ରଶାସନ ସବୁଦେଖି ନିର୍ବିକାର

ବୋଲଗଡ : ବୋଲଗଡ ବ୍ଲକ ସଦର ମହକୁମା ୧୫ ନମ୍ବର ୱାର୍ଡ ତଥା ଗଡଭିତରସାହିର ଦୁଃଖିଶ୍ୟାମ ବୈରିଗଞ୍ଜନଙ୍କ ପୁଅ ନରେଶ ବୈରିଗଞ୍ଜନ(୧୭) କୌଣସି ଏକ ଅଜଣା ରୋଗରେ ପୀଡିତ ହୋଇ ଅତି ଦୟନୀୟ ଦିନ ବିତାଉଛନ୍ତି। ନରେଶର ବାପା ମଧ୍ୟ ଜଣେ ଦିବ୍ୟାଙ୍କ ବ୍ୟକ୍ତି  ହୋଇ ମଧ୍ୟ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ପୁଅର ରୋଗକୁ ଭଲ କରିବା ପାଇଁ କଟକ ବଡ ଡାକ୍ତରଖାନାକୁ ଦୌଡି ଦୌଡି ଖର୍ଚ୍ଚାନ୍ତ ହେବା ପରେ କୌଣସି ସୁଫଳ ନ ମିଳିନାହଁ। ଏପଟେ ଆର୍ଥିକ ସମ୍ବଳର ଘୋର ଅଭାବ ହେତୁ ଡାକ୍ତରଙ୍କୁ ଦେଖାଇ ଅଧିକ ଚିକିତ୍ସା କରିବାକୁ ସେ ସମ୍ପୂର୍ଣ୍ଣ ଅସମର୍ଥ। ବ୍ଲକ ପ୍ରଶାସନ ତରଫରୁ ମାସିକ ଭତ୍ତା ମାତ୍ର ୭ଶହ ଟଙ୍କା ଦିଆଯାଉଥିବା ବେଳେ ବଞ୍ଚିବା ପାଇଁ ଚାଉଳ ଗଣ୍ଡାଏ ମିଳୁନାହିଁ। ଡାକ୍ତରଖାନରେ ଚିକିତ୍ସା କରାଇବାକୁ ସ୍ଥାନୀୟ ପ୍ରଶାସନ କୌଣସି ପ୍ରକାରର ବ୍ୟବସ୍ଥା ନକରିବା ଦୁଃଖ ଓ ପରିତାପର ବିଷୟ। ନରେଶର ଏମିତି ଅବସ୍ଥା ଯେ ସେ ଠିକ୍ ସେ କୌଣସି କଥା କହିପାରୁନାହିଁ କିମ୍ବା ସଠିକ୍ ଭାବେ ଚାଲିପାରୁନାହିଁ। ଯଦିବା ଚାଲିବାକୁ ଚେଷ୍ଟା କରୁଛି ତେବେ କଚାଡି ହୋଇ ତଳେ ପଡୁଛନ୍ତି। ଯାହା ଜଣେ ସ୍ୱଚକ୍ଷ୍ୟୁରେ ନଦେଖିଲେ ବିଶ୍ୱାସ କରିପାରିବ ନାହିଁ। ତେଣୁ ଜିଲ୍ଲା ପ୍ରଶାସନ ଦିବ୍ୟାଙ୍ଗ ନରେଶକୁ ଉପଯୁକ୍ତ ଚିକିତ୍ସା ସହିତ ତାର ମୌଳିକ ବ୍ୟବସ୍ଥା କରିବାକୁ ବୋଲଗଡ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଆଶା ପ୍ରକଟ କରିଛନ୍ତି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories