www.samajalive.in
Monday, December 15, 2025
16.1 C
Bhubaneswar

ହ୍ୱାଟ୍ସଅପ୍‍ ଗ୍ରୁପ୍‍ ଜରିଆରେ ସମାଜସେବା : ଅକ୍ସିଜେନ୍ ସିଲିଣ୍ଡର ଦାନ କରି ସୃଷ୍ଟି କଲେ ଉଦାହରଣ

ସମ୍ବଲପୁର : କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାର ପ୍ରଭାବରେ ସଂକ୍ରମିତ ରୋଗୀ ମାନଙ୍କୁ ନିଶ୍ୱାସ-ପ୍ରଶ୍ୱାସ ନେବାରେ ବିଶେଷ ଅସୁବିଧା ହେଉଥିବାର ପରିଲକ୍ଷିତ ହେଉଛି। ଏଣୁ ଏବେ ଅକ୍ସିଜେନ୍ ସିଲିଣ୍ଡର ଆବଶ୍ୟକତା ବହୁତ ବଢ଼ି ଯାଇଛି। ସମ୍ବଲପୁରରେ ଏବେ ଅମ୍ଲଜାନ ସିଲିଣ୍ଡର ଚାହିଦା ବହୁଳ ଭାବରେ ବୃଦ୍ଧି ପାଇଥିବାରୁ ଏହା ଯୋଗାଇ ଦେଉଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସିଆଲ ଷ୍ଟାର କ୍ଲବ ତରଫରୁ ସହଯୋଗ କରିବା ଜନତାଙ୍କୁ ନିବେଦନ କରାଯାଇଛି।

ଏଥିପାଇଁ ସମ୍ବଲପୁରର ୧୨୩ ଜଣ ଯୁବକଙ୍କୁ ନେଇ ଗଠିତ ଏକ ହ୍ୱାଟ୍ସଅପ୍‍ ଗ୍ରୁପରେ ଯୁବକ ମାନେ ନିଜ ମଧ୍ୟରେ ଜଣ ପିଛା ୨ ଶହ ଟଙ୍କା ସଂଗ୍ରହ କରି ୫ଟି ସିଲିଣ୍ଡର ଦେବା ପାଇଁ ଗ୍ରୁପରେ ମେସେଜ ଦିଆଯାଇଥିଲା। ଏହି ମେସେଜ ଦିଆଯିବା ପରେ ୮ ଜଣ ସଦସ୍ୟ ନିଜସ୍ୱ ଖର୍ଚ୍ଚରୁ ଗୋଟିଏ ଲେଖାଏଁ ଅକ୍ସିଜେନ୍ ସିଲିଣ୍ଡର ଦେବାକୁ ପ୍ରସ୍ତାବ ଦେଇଥିଲେ। ଏହା ବ୍ୟତିତ ବାକି ସମସ୍ତ ସଦସ୍ୟ ମାନେ ନିଜର ଶକ୍ତି ମୁତାବକ ସହଯୋଗ କରିଥିଲେ। ଶେଷରେ ଗ୍ରୁପ ସଦସ୍ୟ ମାନଙ୍କ ଠାରୁ ସମୁଦାୟ ୧ ଲକ୍ଷ ୫ ହଜାର ଟଙ୍କା ସଂଗୃହିତ ହୋଇଥିଲା। ଏହି ଟଙ୍କାରେ ସମୁଦାୟ ୧୨ ଟି ଅକ୍ସିଜେନ୍ ଭର୍ତ୍ତି ସିଲିଣ୍ଡର ଏବଂ ଅନ୍ୟାନ୍ୟ ଫିଟିଙ୍ଗ ସାମଗ୍ରୀ କିଣା ଯାଇ ଶନିବାର ସନ୍ଧ୍ୟାରେ ସୋସିଆଲ ଷ୍ଟାର କ୍ଲବର ଗୋଲବଜାର ସ୍ଥିତ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଛି।

- Advertisement -

କ୍ଲବର ଉପ ସଭାପତି ଆତିଫ ଆଲମ୍‍ ଓ ସଚିବ ମହମ୍ମଦ ମକବୁଲଙ୍କ ଉପସ୍ଥିତିରେ ହ୍ୱାଟ୍ସଅପ୍‍ ଗ୍ରୁପର ସଦସ୍ୟ ଶଶିକାନ୍ତ ଶିବରାଜ ସାହା, ହରିଶଙ୍କର ସିଲା, ଅମନଦୀପ ସିଂହ ସାଲୁଜା, ଦୀପକ ପୃଥିୱାନୀ, ନିଖିଲ ସୁରୀ, ସନ୍ନୀ ଭେଗଡ, ଆବିଦ ଗନିୟାନି ଓ କଶ୍ୟପ ସୁପକାର ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁରର ଏହି ଉଦ୍ୟମୀ ଯୁବକ ମାନେ ହ୍ୱାଟ୍ସଅପ୍‍ ଗ୍ରୁପ ଜରିଆରେ ସମାଜସେବା କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଯୁବକମାନଙ୍କର ଏହି ସେବା କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା କରାଯାଉଛି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories