www.samajalive.in
Saturday, December 6, 2025
14.1 C
Bhubaneswar

ବିହାର ନିର୍ବାଚନ, ଆଜିଠାରୁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି

ଆସନ୍ତା ମାସ ୨୮ ତାରିଖରୁ ବିହାରରେ ବିଧାନସଭା ନିର୍ବାଚନ ତିନିଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଭୋଟ ଗଣନା ନଭେମ୍ବର ୧୦ରେ ହେବ। ଆଜି ନୂଆଦିଲ୍ଲୀରେ ଏ ବିଷୟ ଘୋଷଣା କରି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା କହିଛନ୍ତି, ନିର୍ବାଚନ ଘୋଷଣା ସହିତ ଆଦର୍ଶ ଆଚରଣ ସଂହିତା କାର୍ଯ୍ୟକାରୀ ହୋଇଛି। ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨୮ରେ ୭୧ଟି ବିଧାନସଭା ନିର୍ବାଚନ ମଣ୍ଡଳୀ, ଦ୍ୱିତୀୟ ପର୍ଯ୍ୟାୟରେ ନଭେମ୍ବର ୩ରେ ୯୪ଟି ଆସନ ଏବଂ ତୃତୀୟ ପର୍ଯ୍ୟାୟରେ ନଭେମ୍ବର ୭ରେ ୭୮ଟି ଆସନରେ ମତଦାନ ହେବ।

ଶ୍ରୀ ଆରୋରା କହିଛନ୍ତି, ସୁରକ୍ଷା ବ୍ୟବସ୍ଥା ଏବଂ ଉତ୍ସବର ଋତୁକୁ ଦୃଷ୍ଟିରେ ରଖି ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ପାଇଁ ପର୍ଯ୍ୟାୟ ସଂଖ୍ୟା ହ୍ରାସ କରାଯାଇଛି। ସେ ସୂଚନା ଦେଇଛନ୍ତି ଯେ ଭୋଟ୍ ସମୟ ଏକ ଘଣ୍ଟା ବୃଦ୍ଧି କରାଯାଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କରାଯାଇଛି ଯାହା ଫଳରେ କାରଣ ସଂକ୍ରମିତମାନେ ଶେଷ ଘଣ୍ଟାରେ ଭୋଟ୍ ଦେବେ। ସେ କହିଛନ୍ତି ଯେ କରନା ମହାମାରୀ ଜୀବନର ସବୁ କ୍ଷେତ୍ରରେ ଏକ ନୂତନ ସ୍ୱାଭାବିକ ହେବାକୁ ବାଧ୍ୟ କରିଛି ଏବଂ ବିହାର ବିଧାନସଭା ନିର୍ବାଚନ ନୂତନ ସୁରକ୍ଷା ପ୍ରୋଟୋକଲ ଅଧୀନରେ ଅନୁଷ୍ଠିତ ହେବ।

- Advertisement -

ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, ମତଦାନ ସମୟରେ ଯେପରି ମତଦାତାଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରାଯାଇ ପାରିବ ସେଥି ପାଇଁ ମତଦାନ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି। ନାମାଙ୍କନ ପତ୍ର ଦାଖଲ ପାଇଁ ଜଣେ ପ୍ରାର୍ଥୀଙ୍କ ସହ ଦୁଇ ଜଣଙ୍କୁ ଅନୁମତି ଦିଆଯାଇଥିବା ବେଳେ ନିର୍ବାଚନ ପ୍ରଚାର ପାଇଁ ଜଣେ ପ୍ରାର୍ଥୀଙ୍କ ସହ ସର୍ବାଧିକ ୪ ଜଣ ରହିପାରିବେ। ନାମାଙ୍କନ ପତ୍ର ଏବଂ ସତ୍ୟପାଠ ଅନଲାଇନରେ ପୂରଣ କରିବା ପରେ ପ୍ରାର୍ଥୀମାନେ ତାହାର ପ୍ରିଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରିବା ପାଇଁ ନିର୍ବାଚନ ଆୟୋଗ ମଧ୍ୟ ବିକଳ୍ପ ରଖିଛନ୍ତି। ଏହା ସହ ପ୍ରଥମ ଥର ପାଇଁ ପ୍ରାର୍ଥୀମାନେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ପାଇଁ ଅନଲାଇନରେ ଏକ ସୁରକ୍ଷା ରାଶି ଜମା କରିବାର ବିକଳ୍ପ ପାଇବେ।

କରୋନା ମହାମାରୀ ସମୟରେ ନିର୍ବାଚନ ହେବାକୁ ଥିବାରୁ ସାତ ଲକ୍ଷ ସାନିଟାଇଜର ପଏଣ୍ଟ, ୪୬ ଲକ୍ଷ ମାସ୍କ, ୬ ଲକ୍ଷ ପିପିଇ କିଟ୍, ୬ ଲକ୍ଷ ୭ ହଜାର ଫେସ୍ ସୀଲଡ଼, ୨୩ ଲକ୍ଷ ଯୋଡ଼ା ହ୍ୟାଣ୍ଡ ଗ୍ଲୋଭସ୍ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନିର୍ବାଚନ ପ୍ରଚାର ସମୟରେ ସର୍ବସାଧାରଣ ସମାବେଶ ତଥା ଅନ୍ୟାନ୍ୟ କାର୍ଯ୍ୟକଳାପରେ ସାମାଜିକ ଦୂରତା ଆଦର୍ଶ କଡାକଡି ଭାବେ ପାଳନ କରିବା ନେଇ ବ୍ୟବସ୍ଥା କରାଯାଇଛି।

ସେ କହିଛନ୍ତି ଯେ ଏମସିସି ଗାଇଡଲାଇନର ପ୍ରଭାବଶାଳୀ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ ଆୟୋଗ ବିସ୍ତୃତ ବ୍ୟବସ୍ଥା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଆହୁରି କହିଛନ୍ତି ଯେ ଯେକେହି ନିର୍ବାଚନ ସଂପର୍କରେ ସୋସିଆଲ ମିଡିଆର ଅପବ୍ୟବହାର କରନ୍ତି, ତାଙ୍କୁ ଆଇନ ଅନୁଯାୟୀ ପରିଣାମର ସମ୍ମୁଖୀନ ହେବାକୁ ପଡ଼ିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories