www.samajalive.in
Saturday, December 6, 2025
14.1 C
Bhubaneswar

ଟିଟିଲାଗଡ ପୌରାଞ୍ଚଳରେ୨୮ ଟିମ ଜରିଆରେ ରାପିଡ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ

ଟିଟିଲାଗଡ଼: ଟିଟିଲାଗଡ ପୌରାଞ୍ଚଳରେ କରୋନା ମହାମାରୀକୁ ବିନାଶ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ତତ୍ପରତା ପ୍ରକାଶ ପାଇଛି। ଏନେଇ ଶୁକ୍ରବାର ପୌରପରିଷଦ ପକ୍ଷରୁ ବ୍ୟବସାୟୀ ସଂଘ ଏବଂ ଉଠାଦୋକାନୀଙ୍କ ସହ ସ୍ଥାନୀୟ ରାଜକନୱର ପାର୍କ ପରିସରରେ ଅନୁଷ୍ଠିତ ସଚେତନତା ସଭାରେ ଟିଟିଲାଗଡ ଉପଜିଲାପାଳ ତଥା ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ସୌମେଶ ଉପାଧ୍ୟାୟ ବ୍ୟାପକ ସୂଚନା ଦେଇଛନ୍ତି। ସହରରେ ସ୍ୱାସ୍ଥ୍ୟ କର୍ମି, ଅଙ୍ଗନବାଡି ଆଦିଙ୍କୁ ନେଇ ୨୮ଟି ତିନି ଜଣିଆ ଟିମ ପର୍ଯ୍ୟାୟ କ୍ରମେ ବିଭିନ୍ନ ସାହିବସ୍ତି ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚଞ୍ଚକରି ରିପୋର୍ଟ ଦେବେ। ଅସୁସ୍ଥ ଚିହ୍ନଟ ହେଲେ ଡାକ୍ତରୀ ଉପକରଣ ସହ ଅନ୍ୟ ସ୍ୱାସ୍ଥ୍ୟ ବିଭାଗ ଟିମ ତଦାରଖ କରିବେ। ଆବଶ୍ୟକ ହେଲେ କୋଭିଡ ଟେଷ୍ଟ ସହ ଲକ୍ଷଣ ଦେଖି ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ। ଏପରିପ୍ରେକ୍ଷୀରେ ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ବିଶେଷ କରି ବ୍ୟବସାୟୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ଉପଜିଲାପାଳ ଚେତାଇଛନ୍ତି। ଦୋକାନକୁ ଆସୁଥିବା ସମସ୍ତ ଗ୍ରାହକ ଜଣେ ପଜିଟିଭ ମନେ କରି ଦୋକାନୀଙ୍କୁ ସଚେନତ ହେବାକୁ ପଡିବ। ଏହା ଦ୍ୱାରା ଉଭୟ ଦୋକାନୀ ଏବଂ ଗ୍ରାହକ ଉଭୟଙ୍କ ସୁରକ୍ଷା ହୋଇପାରିବ ବୋଲି ବୁଝାଇଥିଲେ। ଦୈନନ୍ଦିନ ଟେଷ୍ଟ ସଂଖ୍ୟା ବୃଦ୍ଧି, ସୁସ୍ଥ ନେଇ ଦ୍ୱନ୍ଦ, ସଟଡାଉନ ଘୋଷଣା, ବ୍ୟାପକ ବିଶୋଧନ, ଅମାନିଆ ଯୁବକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଆଦି ନେଇ ଦୋକାନୀ ଦାବି ରଖିଥିଲେ। କୋଭିଡ ପରିଚାଳନା ସ୍ୱତନ୍ତ୍ର ପ୍ରଶାସନିକ ଅଧିକାରୀ ଉପାଞ୍ଜଳୀ ମାଝୀ, କୋଭିଡ ଟିମ ଡା. ଓମକାର ହୋତା, ପୌର ସ୍ୱାସ୍ଥ୍ୟ ଅଧିକାରୀ ଡା. ଶିଶିର ସାହୁ, ଥାନା ଏସଆଇ ମନୋଜ ମୁଣ୍ଡା ନିଜ ମତ ରଖିଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ସଭା ପରିଚାଳନା କରିଥିଲେ। ବ୍ୟବସାୟୀ ସଂଘ ଉପସଭାପତି ଅମିତ ସାଗର, ସମ୍ପାଦକ ଗୋପାଲକ୍ରିଷ୍ଣ ଜୈନ, କିରାନା ବ୍ୟବସାୟୀ ସଂଘ ସଭାପତି ରୋଶନ ପ୍ରସାଦ ସାହୁ, ଉପସଭାପତି ରଣେନ୍ଦ୍ର ଦାଶ, ଯୁଗ୍ମ ସମ୍ପାଦକ ଟଙ୍କଧର ସାହୁ, ଇଶ୍ୱର ଜୈନ, ସୂର୍ଯ୍ୟପ୍ରକାଶ ଶର୍ମା, ଚିରାଗ ଖୈତାନ, ରାଜେଶ ସାହୁ, ନିରଞ୍ଜନ ଶର୍ମା, ସନ୍ତୋଷ ସାହୁ, ମହେଶ ଖୈତାନ, ଉମାଶଙ୍କର ଶର୍ମା, ସୁଜିତ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories